କର୍ମଚାରୀଙ୍କୁ ଟିକ୍‌ଟକ୍ ଆପ୍ ଡିଲିଟ୍ କରିବାକୁ କହିଲା BBC

ନୂଆଦିଲ୍ଲୀ: ଟିକ୍‌ଟକ୍ ଆପ୍ ଉପରେ ଯାସୁଶୀ ଅଭିଯୋଗରେ ବିଭିନ୍ନ ଦେଶରେ କାର୍ଯ୍ୟାନୁଷ୍ଠାନ ହେବା ପରେ ବିବିସି ମଧ୍ୟ ଏହାର କର୍ମଚାରୀଙ୍କୁ ଆପ୍ ଡିଲିଟ୍ କରିବାକୁ ନିର୍ଦ୍ଦେଶ ଦେଇଛି। ଡାଟା ଚୋରି ହେଉଥିବା ଅଭିଯୋଗ ପରେ ବିବିସି ଏହି ନିର୍ଦ୍ଦେଶ ଦେଇଥିବା ସୂଚନା ମିଳିଛି। ବ୍ୟାବସାୟ ପାଇଁ ବ୍ୟବହାର ନ କରୁଥିଲେ କର୍ମଚାରୀମାନେ ଆପ୍‌କୁ ଡିଲିଟ୍ କରିଦିଅନ୍ତୁ ବୋଲି ବିବିସି କହିଛି। ବିବିସି ଦେଇଥିବା ମିଳିଥିବା ସୂଚନା ଅନୁସାରେ ରବିବାର ଏହାର ନ୍ୟୁଜ ସଂସ୍ଥା ନିଜର କର୍ମଚାରୀଙ୍କୁ  ଏସମ୍ପର୍କିତ ମେସେଜ୍ ଦେଇଥିଲେ। ଏଥିରେ କୁହାଯାଇଥିଲା  “ଉଚିତ ବ୍ୟବସାୟ ବିନା ଆମେ ବିବିସିର କର୍ପୋରେଟ୍‌ ଡିଭାଇସ୍‌ରେ ଟିକ୍‌ଟକ୍‌ ଆପ୍ ଇନଷ୍ଟଲ୍ କରିବାକୁ ପରାମର୍ଶ ଦେଉ ନାହିୁଁ। ଯଦି ଆପଣ ବ୍ୟବସାୟିକ ଦୃଷ୍ଟିରୁ ଟିକ୍‌ଟକ୍ ବ୍ୟବହାର କରୁ ନାହାନ୍ତି ତେବେ ଏହାକୁ ଡିଲିଟ୍ କରିଦେବା ଉଚିତ୍।”

ଚୀନ କମ୍ପାନୀ ବାଇଟଡାନ୍ସର ଆପ୍ ଟିକ୍‌ଟକ୍‌ ଉପରେ ଡାଟା ଚୋରି ଅଭିଯୋଗ ଲାଗିଛି। ଏନେଇ ଆମେରିକା, ନ୍ୟୁଜିଲାଣ୍ଡ, ବ୍ରିଟେନ୍ ଓ ୟୋରପିୟନ ୟୁନିୟନ ଆଦି ଦେଶଗୁଡ଼ିକରେ ଟିକ୍‌ଟକ୍‌ ଉପରେ କଟକଣା ଲାଗିଛି। ଆମ ସିଷ୍ଟମରେ ଥିବା ତଥ୍ୟ ଓ ଲୋକଙ୍କ ସୁରକ୍ଷାକୁ ଆମେ ଗରୁତର ସହ ନେଇଥାଉ। ତେଣୁ ଡାଟା ସୁରକ୍ଷା ଦୃଷ୍ଟିରୁ ଏହି ନିଷ୍ପତ୍ତି ନିଆଯାଇଛି ବୋଲି ବିବିସି କହିଛି। ତେବେ କର୍ପୋଟର ଏହାର ମାର୍କେଟିଂ ଉଦ୍ଦେଶ୍ୟ ଓ ସମ୍ପାଦକୀୟତା ପାଇଁ ଟିକ୍‌ଟକ୍‌ ବ୍ୟବହାର ପାଇଁ ଅନୁମତି ରହିଛି। ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ବିବିସିର ଟିକ୍‌ଟକରେ ଅକାଧିକ ପେଜ୍ ରହିଛି। ବିବିସିର ଅଫିସିଆଲ୍ ଟିକ୍‌ଟକ ଆକାଉଣ୍ଟରେ ଫଲୋର୍ସ ସଂଖ୍ୟା ୪.୪ ମିଲିୟନ ରହିଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.