ଓଡ଼ିଆ ବାର୍ତ୍ତା / ଭବାନୀପାଟଣା (ଅଲତାଫ ଅଲ୍ଲୀ ଖାଁ) : ୟଙ୍ଗ ଷ୍ଟାର କ୍ଲବ ତିଳଯୋଡି ତରଫରୁ ଆଜି ବିଶ୍ୱ ଜଳ ଦିବସ ପାଳିତ ହୋଇ ଯାଇଛି। ଏନେଇ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ କ୍ଲବର ସଭାପତି ଜୁଲି ଯୋଶୀ ଯୋଗ ଦେଇ ଜଳକୁ କିପରି ସଂରକ୍ଷଣ କରାଯିବା ସହ ତା’ର ବିନିଯୋଗ କରାଯିବ ସେନେଇ ଆଲୋକପାତ କରିଥିଲେ। ଆଗାମୀ ଦିନରେ ଜଳର ଘୋର ଅଭାବ ରହିବ। ତେଣୁ ଏବେଠାରୁ ଆମକୁ ସତର୍କ ରହିବାକୁ ପଡିବ ବୋଲି ସମ୍ପାଦକ ଯଶୋବନ୍ତ ରଣା କହିଥିଲେ। ଉପ ସଭାପତି ନିରୁପମା ଦୁର୍ଗାଙ୍କ ନେତୃତ୍ୱରେ ସମସ୍ତ ସ୍ବେଛାସେବୀ ମାନେ ଗାଁ ପରିକ୍ରମା କରି ନାରା ଦେଇ ଏକ ରାଲି କରିଥିଲେ। ଏଥିରେ ଗାଁର ପ୍ରାୟ ୬୦ ଜଣ ସଦସ୍ୟ/ସଦସ୍ୟା ଅଂଶଗ୍ରହଣ କରିଥିଲେ। ଏହି କାର୍ଯ୍ୟକ୍ରମକୁ ଯୁଗ୍ମ ସମ୍ପାଦକ ତୋଫାନ ମାଝୀ ପରିଚାଳନା କରିଥିବା ବେଳେ ନମିତା ମାଝୀ, ଅଞ୍ଜଳି ମାଝୀ, ମହେନ୍ଦ୍ର ନାଏକ, ପୂଜା ଦୁର୍ଗା ପ୍ରମୁଖ ସହଯୋଗ କରିଥିଲେ।