୧୫ଦଫା ଦାବି ନେଇ ସିପିଆଇ (ଏମଏଲ) ଲିବରସେନ’ର ରାମନାଗୁଡାରେ ବିଶାଳ ଶୋଭାଯାତ୍ରା

ଓଡ଼ିଆ ବାର୍ତ୍ତା/ ରାୟଗଡା (ଶିବ ନାରାୟଣ ଗୈାଡ): ରାୟଗଡା ଜିଲ୍ଳା ସିପିଆଇ (ଏମଏଲ)ଲିବରସେନ ରାମନାଗୁଡା ବ୍ଳକ କମିଟି ପକ୍ଷରୁ ଭଗତ ସିଂ-ରାଜଗୁରୁ-ସୁକଦେବଙ୍କ ୬୯ବର୍ଷ ଶ୍ରଦ୍ଧାଂଜଳି ଦିବସରେ ଖିଲାପଦର ଛକ ଠାରୁ ଏକ ବିଶାଳ ଶୋଭାଯାତ୍ରା ବାହାରି ରାମନାଗୁଡା ବ୍ଳକ ଓ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ଓ ଧାରଣା ଦିଆଯାଇଥିଲା । ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ବିଡିଓ ଓ ତହସିଲଦାରଙ୍କୁ ୧୫ଦଫା ଦାବିପତ୍ର ପ୍ରଦାନ କରାଯାଇଥିଲା । ଏହି ଦାବିଗୁଡିକ ମଧ୍ୟରେ ଗୁଣପୁର ଉପଖଣ୍ଡକୁ ଜିଲ୍ଳା ଘୋଷଣା କରିବା, ଗୁଲନ୍ତି ପଂଚାୟତର ତାମିଲଗୁଡା ଗାଁରେ ଥିବା ୧୦ଏକର ଜମିର ପଟ୍ଟାକୁ ଭୋଗ ଦଖଲ କରିଥିବା ଆଦିବାସୀଙ୍କ ମଧ୍ୟରେ ବଂଟନ କରିବା,ତାମିଲିଗୁଡା ନାଳରେ ଝୁଲା ପୋଲ ଏବଂ ଲହରୀଗାଡା ନାଳକୁ ଜଳ ପ୍ରକଳ୍ପ କରି ଚାଷକୁ ଜଳ ସେଚନ,ଗୋଗୁପାଡୁ ପଂଚାୟତର କାଟିକି-ପାଲିକିଡାଂଗ-ଆଚବା ଓ ଅନ୍ୟ ପଂଚାୟତରେ ଆନ୍ଧ୍ର ଲୋକେ ଜମି ହଡପ କରିଛନ୍ତି ତାଙ୍କ ଠାରୁ ଜମି ବାହାର କରି ଆଦିବାସୀଙ୍କୁ ପଟ୍ଟା ବଂଟନ କରିବା, ମନେରଗା ଯୋଜନାରେ ବର୍ଷକୁ ୨୦୦ଦିନ କାମ ଓ ଦୈନିକ ୬୦୦ଟଙ୍କା ମଜୁରୀ ଯୋଗାଇବା ସହ ରାମନାଗୁଡାରେ ବସଷ୍ଟାଣ୍ଡ ସଂପୂର୍ଣ୍ଣ କରିବା ଭଳି ଅନ୍ୟାନ୍ୟ ଦାବି ରହିଛି । ରାୟଗଡା ଜିଲ୍ଳା ସିପିଆଇ (ଏମଏଲ) ଲିବରସେନ୍ ସଂପାଦକ ତ୍ରିପତି ଗମାଙ୍ଗଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସଦସ୍ୟ ବୃନ୍ଦାବନ ବିଡିକା, ଅନାସିମ ଶବର, ସମ୍ଭରା ଶବର, ମୋଜେସ ଶବର, ଦାସୁରୁ ବିଡିକା, ରମେଶ ବିଡିକା, ରାମଦାସ ନିମାଲା, ଶରତ ଶବର, ସନିଆ ଶବର, ମେଦିରି ଗରଡିଆ, ଲୋକନାଥ ନାଉରି, ଆଚନା ମାଣ୍ଡାଙ୍ଗି ଓ ଅନ୍ୟମାନେ ଉପସ୍ଥିତ ରହିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.