ଜୁନାଗଡ଼-ଲାଞ୍ଜିଗଡ଼ରୋଡ଼ ରେଳ ପଥରେ ନିଶାଗ୍ରସ୍ତ ନାବାଳକର ମୃତ୍ୟୁ ସହିତ ଖେଳ; ଭିଡିଓ ଭାଇରାଲ୍

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ନିଶା କବଳରେ ଛନ୍ଦି ହେଉଛନ୍ତି ଯୁବଗୋଷ୍ଠୀ, ଦିନକୁ ଦିନ କଳାହାଣ୍ଡି ଜିଲ୍ଲାର ସହରାଞ୍ଚଳ ସମେତ ଗ୍ରାମାଞ୍ଚଳ ବେଆଇନ ନିଶା କାରବାର ବୃଦ୍ଧି ପାଉଥିବାବେଳେ ଏହାର ସିଧାସଳଖ କୁପ୍ରଭାବ ଜିଲ୍ଲାର ଯୁବଗୋଷ୍ଠୀ ବିଶେଷ କରି କୋମଳମତି ଶିଶୁମାନଙ୍କ ଉପରେ ପଡ଼ୁଥିବା ଅଭିଯୋଗ ହେଉଛି। ଜିଲ୍ଲାରେ ବେଆଇନ କଫ୍ ସିରପ୍, ନିଶା ଇଞ୍ଜେକ୍ସନ, ନିଶା ବଟିକାର ବ୍ୟବହାର ଧିରେ ଧିରେ ବ୍ରୁଦ୍ଧି ପାଇବାରେ ଲାଗିଛି। ଏହାର କବଳରେ ସ୍କୁଲ, କଲେଜ ଛାତ୍ର ମାନେ ପଡ଼ୁଥିବା ଲକ୍ଷ୍ୟ କରାଯାଉଛି। ଏପରି ଭାବେ ନିଶା ଜୋରରେ ଜଣେ ନାବାଳକ ଜୁନାଗଡ଼ – ଲାଞ୍ଜିଗଡ଼ ରୋଡ଼ ରେଳପଥରେ ରେଳ ଲାଇନରେ ଶୋଇ ମରଣର ଖେଳ ଦେଖାଇବା ଭିଡିଓ ଏବେ ମୋବାଇଲରୁ ମୋବାଇଲକୁ ଘୁରି ବୁଲୁଛି। ଏପରିକି ଟ୍ରେନ ଯିବା ସମୟରେ ନାବାଳକ ଜଣକ ଟ୍ରାକତଳେ ଶୋଇ ରହିବା ସହିତ ଭିଡିଓ ରେକର୍ଡିଂ କରି ସୋସିଆଲ୍ ମିଡିଆରେ ଭାଇରାଲ୍ କରିଥିବା ଜଣାପଡ଼ିଛି। ଜଣେ ନାବାଳକ ନିଜ ମୋବାଇଲର ଭିଡିଓ ଅନ୍ କରି ଚଳନ୍ତା ଟ୍ରେନ ତଳେ ଶୋଇ ରହିବାର ଦେଖିବାକୁ ମିଳିଛି। ତେବେ ନାବାଳକର ହାବଭାବରୁ ସେ କୌଣସି ନିଶାରେ ଚୂର ଥାଇ ଏପରି ଷ୍ଟଣ୍ଟ କରୁଥିବା ଅନୁମାନ କରାଯାଉଛି। ଦିନତମାମ ଭିଡିଓଟି ମୋବାଇଲରୁ ମୋବାଇଲକୁ ଘୁରି ବୁଲୁଥିବାବେଳେ କଳାହାଣ୍ଡି ଜିଲ୍ଲା ପୁଲିସ ପ୍ରଶାସନ ଏ ଦିଗରେ ପଦକ୍ଷେପ ନେବାକୁ ଦାବି ହେଉଛି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.