କୋଇଲାପଡାରେ ଜବରଦଖଲ ଉଚ୍ଛେଦ ଆରମ୍ଭ କଲା ରେଳବାଇ ପ୍ରଶାସନ: ଉପାଡି ଫୋଫାଡି ଦେଲା ମୁଖ୍ୟମନ୍ତ୍ରୀଙ୍କ ଫୋଟୋ ଥିବା ଜାଗା ମିଶନ ଫଳକ

ଓଡ଼ିଆ ବାର୍ତ୍ତା/ ରାୟଗଡା (ଶିବ ନାରାୟଣ ଗୈାଡ): ରେଳବାଇ ଜାଗାକୁ ଦୀର୍ଘ ବର୍ଷ ଧରି ଜବରଦଖଲ କରି ବସବାସ କରିଆସୁଥିବା କୋଇଲାପଡା ବସ୍ତିରେ ଆଜି ବୁଲିଲା ଘରଭଙ୍ଗା ଜେସିବି ମେସିନ୍ । ଆଜବେଷ୍ଟସ୍ ଟିଣ, ମାଟିରେ ତିଆରି କାନ୍ଥକୁ ଆଖି ପିଛୁଳାକେ ମାଟିରେ ମିଶାଇ ଦେଉଥିଲା ମେସିନ୍ । ଆଉ ଏହି ଘରଭଙ୍ଗା ମେସିନର ଘରଭଙ୍ଗା ଦେଖି ଆଖିର ଲୁହ ଓ ମନର କୋହକୁ ରୋକି ପାରୁ ନ ଥିଲେ ବସ୍ତିବାସିନ୍ଦା । ବିନା ଥଇଥାନରେ ସେମାନଙ୍କୁ ଉଚ୍ଛେଦ କରାଯାଉଥିବାରୁ ମୁଣ୍ଡ ଗୁଂଜିବା ପାଇଁ ଜାଗା ଟିଏ ନଥିବାରୁ ନିଜ କୁନି କୁନି ପିଲାଙ୍କ ସହ ବୃଦ୍ଧବୃଦ୍ଧାଙ୍କୁ ନେଇ କେଉଁଆଡେ ଯିବୁ ବୋଲି ଚିନ୍ତା କରି କରି ରଡି ରଡି କାନ୍ଦୁଥିଲେ ବସ୍ତିବାସିନ୍ଦା । ଏପରିକି ରେଳବାଇ କର୍ତୁପକ୍ଷଙ୍କ ଆଦେଶ କ୍ରମେ କୋଇଲାପଡାରେ ଲାଗିଥିବା ରାଜ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଫୋଟୋ ଥିବା ଜାଗା ମିଶନ ଫଳକକୁ ମଧ୍ୟ ଉପାଡି ଫୋଫାଡି ଦିଆଯାଇଥିଲା ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ରାୟଗଡା ରେଳବାଇ କର୍ତୁପକ୍ଷ ଏଡିଇଏନ ସଂଜୀବ ଦୀକ୍ଷିତ, ଏଲଓଡବ୍ଳ୍ୟୁ ଏସଏସଇ ମନୋଜ କୁମାର ଏବଂ ଆରପିଏଫ ଇନ୍ସପେକ୍ଟର ରାମକ୍ରିଷ୍ଣା ମୀନାଙ୍କ ସମେତ ଆରପିଏଫ ଫୋର୍ସ ଉପସ୍ଥିିତିରେ ଆଜି ପୂର୍ବାହ୍ନରୁୂ କୋଇଲାପଡା ବସ୍ତିରୁ ଜବରଦଖଲ ଉଚ୍ଛେଦ ଆରମ୍ଭ ହୋଇଛି । ପୂର୍ବରୁ ଅନେକ ଥର ରେଳବାଇ ତରଫରୁ ଉଚ୍ଛେଦ ପାଇଁ ନୋଟିସ ଦିଆଯାଇଥିବା ବେଳେ ବିନା ଥଇଥାନରେ ଉଚ୍ଛେଦକୁ ବିରୋଧ କରି କୋଇଲାପଡା ବସ୍ତିବାସିନ୍ଦାମାନେ ଜିଲ୍ଳାପାଳଙ୍କ ଠାରୁ ଆରମ୍ଭ କରି ରେଳବାଇ କର୍ତୁପକ୍ଷଙ୍କ ଠାରେ ଥଇଥାନ ପାଇଁ ଦାବି କରି ଆସୁଥିଲେ । ଯାହାକୁ ନେଇ ପ୍ରଶାସନ ତରଫରୁ ରାୟଗଡା ତହସିଲ ଅନ୍ତର୍ଗତ ପିତାମହଲ ଗ୍ରାମ ପଂଚାୟତର କୁଡେଶୁ ଗ୍ରାମ ନିକଟରେ ସରକାରୀ ଜାଗାରେ ଥଇଥାନ ପାଇଁ ବ୍ୟବସ୍ଥା କରିଥିଲେ ମଧ୍ୟ ସେଠାରେ ଆଜି ପର୍ଯ୍ୟନ୍ତ କୈାଣସି ମୈାଳିକ ସୁବିଧା ତଥା କାହାକୁ କେଉଁ ଜାଗାରେ ରହିବା ପାଇଁ ସ୍ଥାନ ନିରୁପଣ କରାଯାଇ ନ ଥିବାରୁ ବସ୍ତିବାସିନ୍ଦାମାନେ ଆଜି ବି ଦ୍ୱନ୍ଦରେ ରହିଛନ୍ତି ।

Udyog Nursery
Udyogi Nursery

ତେବେ ଏ ନେଇ ରେଳବାଇ ଏଡିଇଏନ ଶ୍ରୀ ଦୀକ୍ଷିତ କହିଛନ୍ତି ଯେ, କୋଇଲାପଡା ବସ୍ତିରେ ୧୨୬ଟି ଘର ପରିବାର ରେଳବାଇ ଜାଗାକୁ ଜବର ଦଖଲ କରି ବସବାସ କରି ଆସୁଛନ୍ତି । ଗତ ୨ମାସ ହେଲା ଏମାନଙ୍କୁ ଉଚ୍ଛେଦ ପାଇଁ ନୋଟିସ କରାଯାଇଥିଲା ବେଳେ ସେମାନେ ନ ଉଠିବାରୁ ଆଜି ନିୟମ ପ୍ରକାରେ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ କରାଯାଇଛି । ରାୟଗଡା ନୂତନ ରେଳ ଡିଭିଜନ୍ ପ୍ରତିଷ୍ଠା ନିମନ୍ତେ ଡିଭିଜନାଲ ହେଡ କ୍ୱାଟର୍ସ ତଥା ରାୟଗଡା ରେଳବାଇର ଭିତିଭୂମିର ବିକାଶ ପାଇଁ ଅନେକ ରେଳବାଇ ଜାଗା ଆବଶ୍ୟକ ପଡୁଥିବା ବେଳେ ରାୟଗଡାରେ ରେଳବାଇ ଜାଗାରେ ୧୦୯୩ଜଣ ବସ୍ତିବାସିନ୍ଦା ଜବରଦଖଲ କରି ରହିଛନ୍ତି ବୋଲି ଶ୍ରୀ ଦୀକ୍ଷିତ ପ୍ରକାଶ କରିଛନ୍ତି । ସେହିପରି ଭିତିଭୂମିର ବିକାଶ ପାଇଁ ରେଳବାଇ ତରଫରୁ ୩୦୦କୋଟି ଟଙ୍କାର ଦ୍ୱିତୀୟ ବଜେଟ୍ ମଂଜୁରୀ ହୋଇଥିବା ଶ୍ରୀ ଦୀକ୍ଷିତ କହିଛନ୍ତି । ସେହିପରି ରାୟଗଡା ରେଳବାଇ ଡିଭିଜନ୍‌ର ଭିତିଭୂମିର ପ୍ରତିଷ୍ଠା ପାଇଁ ଦିଲ୍ଳୀରୁ ଏକ କେନ୍ଦ୍ରୀୟ ଟିମ୍ ଯୋଜନା ସ୍କେଚ୍ ନେଇ ପଂହଚି ଅନୁଧ୍ୟାନ କରିଥିବା ଜଣାପଡିଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.