କୂଅକାନ୍ଥରେ ବସି ରାମନବମୀ ଦେଖୁଥିବାବେଳେ ଧସି ପଡିଲା  ଛାତ, ଚାଲିଗଲା ୧୩ ଜୀବନ 

ଓଡ଼ିଆ ବାର୍ତ୍ତା/ ଇନ୍ଦୋର: ପବିତ୍ର ରାମନବମୀ ଅବସରରେ ମଧ୍ୟପ୍ରଦେଶ ଇନ୍ଦୋରଠାରେ ଘଟି ଯାଇଛି ଏକ ଭୟଙ୍କର ଅଘଟଣ। ଏକ କୂଅକାନ୍ଥରେ ବସି ରାମନବମୀ ଦେଖୁଥିଲାବେଳେ ଧସି ଯାଇଥିଲା ଛାତ । ୫୦ରୁ ଊର୍ଦ୍ଧ୍ୱ ଶ୍ରଦ୍ଧାଳୁ କୂଅ ଭିତରେ ଗଳି ପଡିଥିଲେ । ସ୍ଥାନୀୟ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାମ କରୁଥିଲେ । ପ୍ରାୟ ୧୦ ଜଣଙ୍କୁ କୂଅରୁ ଉଦ୍ଧାର କରାଯାଇଥିଲା । ହେଲେ ୧୩ ଜଣଙ୍କ ମୃତ୍ୟୁ ଘଟିଥିବା ଜଣାଯାଇଛି । ଉଦ୍ଧାର କାମ ଜାରି ରହିଛି । ମୃତ୍ୟୁ ସଂଖ୍ୟା ଆହୁରି ବଢିବାର ଆଶଙ୍କା ରହିଛି । ସମସ୍ତଙ୍କ ମୃତଦେହକୁ ଏମ.ୱାଇ ଡାକ୍ତରଖାନାରେ ରଖାଯାଇଛି  । ଦୁର୍ଘଟଣାରେ ୧୯ ଲୋକଙ୍କ ଜବୀନ ବଞ୍ଚାଇ ପାରିଥିଲେ ଅଗ୍ନିଶମ ବାହିନୀ । ହେଲେ ଡାକ୍ତରଖାନାରେ ସେମାନଙ୍କ ମଧ୍ୟରୁ ୨ ଜଣଙ୍କର ମୃତ୍ୟୁ ଘଟିଛି । କୂଅ ମଧ୍ୟରୁ ମିିଳିଥିବା ୧୧ ଶବ ମଧ୍ୟରୁ ୧୦ ଜଣ ମହିଳା ଥିଲେ । ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଥିଲେ । ମୃତକଙ୍କ ପରିବାରକୁ ୫ ଲକ୍ଷ ଟଙ୍କା ଲେଖାଏ ସହାୟତା ଘୋଷଣା କରିଛନ୍ତି । ସମସ୍ତ ଆହତଙ୍କ ଚିକିତ୍ସା ଖର୍ଚ୍ଚ ସରକାର ବହନ କରିବେ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । ସୂଚନାଥାଉ କି, ମଧ୍ୟପ୍ରଦେଶର ପଟେଲ ନଗର ନିକଟ  ବେଲେଶ୍ୱର ମହାଦେବଙ୍କ ଝୁଲେଲାଲ ମନ୍ଦିରରେ  କୂଅ ଉପରେ ଚଢି ଭକ୍ତମାନେ ଶ୍ରୀରାମନବମୀ ଯଜ୍ଞ ଦେଖୁଥିବାବେଳେ  କୁଅର କାନ୍ଥ ଭାଙ୍ଗି ଯାଇଥିଲା  । ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ,  ମନ୍ଦିରରେ ଯଜ୍ଞ ଚାଲିଥିଲା ଏବଂ କନ୍ୟା ପୂଜା ବି ହେଉଥିଲା । ଯଜ୍ଞ ଦେଖିବାକୁ ଲୋକଙ୍କ ଭିଡ ଜମିଥିଲା । ଲୋକେ ଏହି କୂଅ ଉପରେ ବସି ଯଜ୍ଞ ଦେଖୁଥିଲେ । ଓଜନ ବଢି ଯିବାରୁ କୂଅର ଛାତ ଭୁଶୁଡି ପଡିଥିଲା । ଲୋକେ କିଛି ଭାବିବା ପୂର୍ବରୁ କୂଅ ଭିତରେ ଗଳି ପଡିଥିଲେ । ଗଳି ପଡିଥିବା ଶ୍ରଦ୍ଧାଳୁଙ୍କ ଭିତରେ ଛୋଟ ଝିଅ ବି ଅଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.