ଜିସିଡି ହାଇସ୍କୁଲ ପଡିଆରେ ଓଡିଆ ନବ ବର୍ଷ ପାଳନ ପାଇଁ ଭୂମିପୂଜନ

ଓଡ଼ିଆ ବାର୍ତ୍ତା/ ରାୟଗଡା (ଶିବ ନାରାୟଣ ଗୈାଡ): ବିଷୁବ ବନ୍ଧୁ ମିଳନ ଉତ୍ସବ କମିଟି ରାୟଗଡା ଆନୁକୂଲ୍ୟରେ ଆସନ୍ତା ଏପ୍ରିଲ ୧୪ତାରିଖରେ ସ୍ଥାନୀୟ ଜିସିିଡି ହାଇସ୍କୁଲ ପଡିଆ ଠାରେ ମହାବୀର ହନୁମାନ ଜୟନ୍ତି, ଓଡିଆ ନବ ବର୍ଷ ତଥା ବିଷୁବ ପଣା ସଂକ୍ରାନ୍ତି କାର୍ଯ୍ୟକ୍ରମ ପାଳନ ନିମନ୍ତେ ଆଜି ଭୂମିପୂଜନ ପୂଜାର୍ଚ୍ଚନା ଅନୁଷ୍ଠିତ ହୋଇଥିଲା । ଏଥିରେ କର୍ତା ଭାବେ ଶିବାଜୀ ଦାସ ପୂଜାର୍ଚ୍ଚନା କରିଥିଲେ । ରାୟଗଡା ସହରର ସମସ୍ତ ଓଡିଆ ଭାଇଉଭଣୀଙ୍କ ସମେତ ସମସ୍ତ ବର୍ଗକୁ ନେଇ ସମସ୍ତଙ୍କ ସହଯୋଗ ଓ ସର୍ମଥନରେ ମିଳିତ ଭାବେ ଚଳିତ ବର୍ଷ ବିଷୁବ ବନ୍ଧୁ ମିଳନ ଉତ୍ସବ ପାଳନ ନିମନ୍ତେ ନିଷ୍ପତି ନିଆଯାଇଛି । ରାୟଗଡା ସହରରେ ପୂର୍ବରୁ ରହି ଆସିଥିବା ଭାଇଚାରାକୁ ଆହୁରି ମଜବୁତ କରିବା ପାଇଁ ଉପାନ୍ତ ରାୟଗଡାରେ ବିଷୁବ ବନ୍ଧୁ ମିଳନ ଉତ୍ସବ ସମସ୍ତଙ୍କ ପାଇଁ ଏକ ବନ୍ଧୁତ୍ୱର ସେତୁ ଭଳି ହୋଇପାରିବ ବୋଲି ବୁଦ୍ଧିଜୀବିମାନେ ମତ ପ୍ରକାଶ କରିଛନ୍ତି । ଆଜି ସକାଳ ୯ଟାରୁ ଭୂମି ପୂଜନ କାର୍ଯ୍ୟକ୍ରମ ନିମନ୍ତେ ପୂଜାର୍ଚ୍ଚନା ଆରମ୍ଭ ହୋଇ ପୂର୍ବାହ୍ନ ସାଢେ ଦଶଟା ସମୟରେ ସମାପ୍ତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ବିଷୁବ ବନ୍ଧୁ ମିଳନ ଉତ୍ସବ କମିଟି ସଭାପତି ଡଃ. ନିରଜଂନ ବକ୍ସିପାତ୍ର, ସତ୍ୟବାଦୀ ପତି, ବ୍ରଜସୁନ୍ଦର ନାୟକ, ଶ୍ରୀମତି ଅନୁସୂୟା ମାଝି, ଶ୍ରୀମତି ବିଦୁଲତା ହୁଇକା, ଶ୍ରୀମତି ଶୁଭ୍ରା ପଣ୍ଡା, ଡଃ. ଦୁଷ୍ମନ୍ତ କୁମାର ମହାନ୍ତି, ଅବସରପ୍ରାପ୍ତ ଡ.ଆନନ୍ଦ କୁମାର ପାଢୀ, କିଶୋରଚନ୍ଦ୍ର ପଣ୍ଡା, ବସନ୍ତ ଉଲାକା, ଆପଲାସ୍ୱାମୀ କାଡ୍ରକା, ଆର.କାଶି ନାଇଡୁ, ୟାଲା ଭେଙ୍କେଟେଶ୍ୱର ରାଓ, ଜଗନ୍ନାଥ ଦୋରା, ପଦ୍ମନାଭ ଦାଶ, ପ୍ରଶନ୍ନ କୁମାର ଗନ୍ତାୟତ, ସତ୍ୟସୁନ୍ଦର ପାଢୀ, ଅଶୋକ ପଣ୍ଡାଙ୍କ ସମେତ ବିଭିନ୍ନ ମହିଳା ଅନୁଷ୍ଠାନର ମହିଳା ସଦସ୍ୟା,ବିଭିନ୍ନ ସମାଜର ମୁଖ୍ୟମାନେ ଉପସ୍ଥିତ ରହିଥିବା ବେଳେ ପଡିଆରେ ଘୁମୁରା ବାଜା ଓ ନାଚଗୀତରେ କାର୍ଯ୍ୟକ୍ରମ ସଫଲ ମଣ୍ଡିତ ହୋଇଥିଲା ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.