ଖର୍ଲିକାନୀ ଅଙ୍ଗନୱାଡି କର୍ମୀଙ୍କ ନାମରେ ଅନିୟମିତତା ଅଭିଯୋଗ; ବିଡ଼ିଓ ଓ ସିଡିପିଓଙ୍କୁ ଲିଖିତ ଅଭିଯୋଗ କଲେ ଗ୍ରାମବାସୀ

ଓଡ଼ିଆ ବାର୍ତ୍ତା/ ବଲାଙ୍ଗୀର (ପ୍ରମୋଦ ସେଲମା): ସଇଁତଲା ସମନ୍ୱିତ ଶିଶୁ ବିକାଶ କେନ୍ଦ୍ର ଅଧୀନସ୍ଥ କେରମେଳି ପଂଚାୟତର ଖର୍ଲିକାନୀ ଗ୍ରାମର ଅଙ୍ଗନୱାଡି କେନ୍ଦ୍ରରେ ଥିବା କର୍ମୀଙ୍କ ମନମୁଖୀ ଓ ଅନିୟମିତତା କରବାରକୁ ନେଇ ଗ୍ରାମବାସୀ ପୁଣି ସଇଁତଲା ବିଡ଼ିଓ ଓ ସିଡିପିଓଙ୍କୁ ଲିଖିତ ଅଭିଯୋଗ କରିଥିବା ଜଣାଯାଇଛି l ଅଭିଯୋଗ ଅନୁଯାୟୀ, ଏହି କେନ୍ଦ୍ରଇ ଅଙ୍ଗନୱାଡି କର୍ମୀ ପୁଷ୍ପାଞ୍ଜଳୀ ମହାନନ୍ଦ କେନ୍ଦ୍ରକୁ ନିୟମିତ ଆସୁନାହାନ୍ତି l ଗତ ୧ ଅଗଷ୍ଟ ୨୦୨୨ ଠାରୁ ସେ କେନ୍ଦ୍ର ଆସୁନାହାଁନ୍ତି ବୋଲି ବୋଲି ଗ୍ରାମବାସୀ ଅଭିଯୋଗ ଉଠାଇଛନ୍ତି l ଏହା ସହିତ କେନ୍ଦ୍ରକୁ ଆସୁଥିବା ଶିଶୁମାନଙ୍କ ପାଇଁ ଅଣ୍ଡା , ପୋଷାକ, ଔଷଧ ଭଳି ସରକାରୀ ଯୋଜନାଗୁଡିକୁ ହଡ଼ପ କରି ଦେଉଛନ୍ତି l ଏପରିକି ଗର୍ଭବତୀ ମା ମାନଙ୍କୁ ପୁଷ୍ଟକର ଖାଦ୍ୟ କିମ୍ବା କୋଣସି ସୂଚନା ମଧ୍ୟ ଦେଉ ନାହାନ୍ତି ଓ ଶିଶୁମାନେ ପାଠ ପଢ଼ାରୁ ବଞ୍ଚିତ ହେଉଛନ୍ତି l ଏ ନେଇ ବାରମ୍ବାର ଅଭିଯୋଗ କରି ଆସୁଥିଲେ ମଧ୍ୟ ବିଭାଗୀୟ ଅଧିକାରୀମାନେ କୋଣସି ପଦକ୍ଷେପ ନେଉ ନ ଥିବାରୁ ଗ୍ରାମବାସୀମାନେ କ୍ଷୋଭ ପ୍ରକାଶ କରିଥିଲେ l ତେଣୁ ଏ କେନ୍ଦ୍ରର ଅଙ୍ଗନୱାଡି କର୍ମୀଙ୍କୁ ତୁରନ୍ତ ପରିବର୍ତ୍ତନ କରି ଏକ ନୂତନ କର୍ମୀ ନିଯୁକ୍ତି କରିବା ପାଇଁ ଗ୍ରାମର ବର୍ଷା ଭୋଇ, ରଶ୍ମିତା ଭୋଇ, କାନ୍ତି ଭୋଇ, ସୁରଭି ଭୋଇ, ସସ୍ମିତା ଭୋଇ, ଲଷ୍ମୀ ବାଗ, ସମାରୀ ବାଗ, ମିତା ବାଗ, କୁମାରୀ ବାଗ, ଯଶୋଦା ଶବର, ରିତା ଭୋଇ, ଦେବକୀ ଭୋଇ ଓ ବନିତା ଭୋଇଙ୍କ ସମେତ ଗ୍ରାମର ମହିଳା ତଥା ଗ୍ରାମବାସୀମାନେ ଅଭିଯୋଗ ପତ୍ର ନେଇ ଉପସ୍ଥିତ ଥିଲେ l ଯଦି ପ୍ରଶାସନ ଏ ଦିଗରେ ପଦକ୍ଷେପ ଗ୍ରହଣ ନ କଲେ ଆଗାମୀ ଦିନରେ ଏକ ବିରାଟ ଆନ୍ଦୋଳନ କରି କେନ୍ଦ୍ରକୁ ତାଲା ପକାଇ ବ୍ଲକ ଆସି ସିଡିପିଓଙ୍କ କାଯ୍ୟଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯିବ ବୋଲି ସେମାନେ ଚେତାବନୀ ଦେଇଛନ୍ତି l

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.