ପଛୁଆ ବର୍ଗ ଲୋକଙ୍କର ସାମାଜିକ ଓ ଶିକ୍ଷା ସ୍ଥିତିର ସର୍ଭେ ନିମନ୍ତେ ତାଲିମ କାର୍ଯ୍ୟକ୍ରମ

ଓଡ଼ିଆ ବାର୍ତ୍ତା/ ରାୟଗଡା (ଶିବ ନାରାୟଣ ଗୈାଡ): ରାୟଗଡା ଜିଲାରେ ବସବାସ କରୁଥିବା ପଛୁଆ ବର୍ଗ ଲୋକଙ୍କର ସାମାଜିକ, ଶିକ୍ଷାର ସ୍ଥିତିର ସର୍ଭେ ନିମନ୍ତେ ତାଲିମ କାର୍ଯ୍ୟକ୍ରମ ଆଜି ସ୍ଥାନୀୟ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଅତିରିକ୍ତ ଜିଲ୍ଲାପାଳ ଧର୍ମାନନ୍ଦ ବେହେରାଙ୍କ ଅଧକ୍ଷତାରେ ଅନୁଷ୍ଠିତ ତାଲିମ କାର୍ଯ୍ୟକ୍ରମରେ ରାଜ୍ୟ ସରକାରଙ୍କ ପର୍ଯ୍ୟବେକ୍ଷକ ବୀରେନ୍ଦ୍ର କୁମାର କର୍କରା, ସିଡିଓ ତଥା କାର୍ଯ୍ୟ ନିର୍ବାହୀ ଜିଲ୍ଲା ପରିଷଦ ରବି ନାରାୟଣ ତ୍ରିପାଠୀ, ଉପଜିଲ୍ଲାପାଳ ରାୟଗଡା ଭୀମସେନ ଶବର, ପିଏ ଆଇଟିଡ଼ିଏ ରାୟଗଡା ଦିଲୀପ କୁମାର ବେହେରା, ପିଏ ଆଇଟିଡ଼ିଏ ଗୁଣପୁର ଶାନ୍ତି ପ୍ରଭା ପ୍ରଧାନ, ଜିଲ୍ଲା ମଙ୍ଗଳ ଅଧିକାରୀ ଅଶୋକ କୁମାର ଶତପଥି ପ୍ରମୁଖ ଯୋଗଦାନ କରି ତାଲିମ ପ୍ରଦାନ କରିଥିଲେ । ଓଡିଶାରେ ଥିବା ପଛୁଆ ବର୍ଗର ଲୋକମାନଙ୍କର ବର୍ତମାନ ଥିବା ସାମାଜିକ ଓ ଶିକ୍ଷାଗତ ସ୍ଥିତି ସମ୍ବନ୍ଧରେ ସ୍ପଷ୍ଟ ଚିତ୍ର ହାସଲ କରିବା ନିମନ୍ତେ ସର୍ଭେ କରାଯିବ । ଏହି ସର୍ଭେ ଆସନ୍ତା ମେ ୧ ତାରିଖରୁ ଆରମ୍ଭ ହୋଇ ମେ ୨୦ ତାରିଖ ପର୍ଯନ୍ତ ଚାଲିବ ଏବଂ ତା’ପରେ ମେ ୨୧ ତାରିଖ ଠାରୁ ମେ ୨୫ ତାରିଖ ପର୍ଯ୍ୟନ୍ତ ଏକ ବିଶେଷ କାର୍ଯ୍ୟକ୍ରମ ଚାଲିବ । ଏହି ସର୍ଭେ ମାଧ୍ୟମରେ ମୁଖ୍ୟତଃ ଜିଲ୍ଲାର ପଛୁଆ ବର୍ଗ ଲୋକମାନଙ୍କର ବୃତ୍ତି, ଶିକ୍ଷାଗତ ଯୋଗ୍ୟତା, ସହିତ ସେମାନଙ୍କର ପରିବାରର ଲୋକମାନେ କେଉଁ ପ୍ରକାର ଶିକ୍ଷାନୁଷ୍ଠାନ ରେ ଅଧୟନ କରିଛନ୍ତି, ସେ ବିଷୟରେ ସୂଚନା ମିଳିବା ଦ୍ୱାରା ସେମାନଙ୍କର ସାମାଜିକ ଓ ଶିକ୍ଷାଗତ ସ୍ଥିତି ସମ୍ବନ୍ଧରେ ସଠିକ ତଥ୍ୟ ପ୍ରାପ୍ତ ହେବ । ଏହି ଟ୍ରେନିଙ୍ଗ କାର୍ଯ୍ୟକ୍ରମରେ ଜିଲ୍ଲାର ସମସ୍ତ ଭିଡିଓ ଓ ଏଥି ସଂପୃକ୍ତ ଅଧିକାରୀ ମାନଙ୍କୁ ଜିଲ୍ଲା ସ୍ତରରେ ତାଲିମ ପ୍ରଦାନ କରାଯାଇଥିଲା ।ବ୍ଲକସ୍ଥରୀୟ ଅଧିକାରୀ ମାନେ ଏଣୁମାରେଟର ଓ ସୁପରଭାଇଜର ମାନଙ୍କୁ ତାଲିମ ପ୍ରଦାନ କରିବେ । ଏହି ଟ୍ରେନିଂ କାର୍ଯ୍ୟକ୍ରମରେ ଜିଲ୍ଲାର ସମସ୍ତ ବିଡ଼ିଓ ଓ ଅନ୍ୟାନ୍ୟ ଅଧିକାରୀମାନେ ଯୋଗଦାନ କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.