ରେଙ୍ଗାଲପାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରବେଶ ଉତ୍ସବ 

ଓଡ଼ିଆ ବାର୍ତ୍ତା/ ଜୟପାଟଣା (ଧନେଶ୍ଵର ପୁଞ୍ଜି): ଚଳିତ ଶିକ୍ଷା ବର୍ଷ ୨୦୨୩-୨୪ ସମସ୍ତ ସମସ୍ତ ସରକାରୀ ପ୍ରାଥମିକ ବିଦ୍ୟାଳୟ, ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ବିଦ୍ୟାଳୟ ମାନଙ୍କରେ ତା ୦୩/୦୪/୨୩ ଠାରୁ ୧୧/୦୪/୨୩ ପର୍ଯ୍ୟନ୍ତ ଛାତ୍ର ଛାତ୍ରୀ ମାନଙ୍କର ପ୍ରବେଶ ଉତ୍ସବ ଅନୁଷ୍ଠିତ ହେଉଥିବା ବେଳେ ଜୟପାଟଣା ବ୍ଳକ ଗୋଷ୍ଠୀ ଶିକ୍ଷା ଅଧିନସ୍ଥ ରେଙ୍ଗାଲପାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଲଲିତ କୁମାର ନାଏକ ତତ୍ତ୍ଵାବଧାନରେ ପ୍ରବେଶ ଉତ୍ସବ ଅନୁଷ୍ଠିତ ହୋଇଯାଇଅଛି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ଏନେଇ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜୟପାଟଣା ବ୍ଳକ ପଞ୍ଚାୟତ ସମିତି ଉପାଧ୍ୟକ୍ଷ ଜାନକୀ ବାଣୁଆ ଯୋଗଦେଇଥିବା ବେଳେ ସ୍ଥାନୀୟ ସରପଞ୍ଚ ଐଶ୍ୱର୍ଯ୍ୟ କୁମାର ଦାସ, ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଉମାଶଙ୍କର ଦୀପ ତଥା ସମସ୍ତ ସଭ୍ୟ ସଭ୍ୟା ଅଭିଭାବକ ଉପସ୍ଥିତ ରହି ଥିଲେ। ପ୍ରଥମେ ସମସ୍ତ ଛାତ୍ର ଛାତ୍ରୀ ନଗର ପରିକ୍ରମା କରିବା ପରେ ନୂତନ ଭାବରେ ବିଦ୍ୟାଳୟକୁ ପ୍ରବେଶ କରୁଥିବା ପ୍ରଥମରୁ ଷଷ୍ଠ ଶ୍ରେଣୀ ଛାତ୍ର ଛାତ୍ରୀ ମାନଙ୍କୁ ଚନ୍ଦନ, ପୁଷ୍ପ, ପୁସ୍ତକ ପ୍ରଦାନ ପୂର୍ବକ ଶ୍ରେଣୀ ଗୃହରେ ପ୍ରବେଶ କରାଯାଇଥିଲା।

Udyog Nursery
Udyogi Nursery

ଏହି ଅବସରରେ ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ରଙ୍ଗାରଙ୍ଗ କାର୍ଯ୍ୟକ୍ରମ  ସହ ବିଦ୍ୟାଳୟ ପରିବେଶକୁ ସୁନ୍ଦର ଭାବେ ସଜ୍ଜିତ କରାଯାଇଥିଲା। ଗ୍ରାମର ଅଭିଭାବକମାନେ ଏହି ଉତ୍ସବରେ ଯୋଗଦେଇ ନୂତନ ଭାବରେ ପ୍ରବେଶ କରୁଥିବା ଛାତ୍ରଛାତ୍ରୀଙ୍କୁ ସ୍ବାଗତ କରିଥିଲେ। କାର୍ଯ୍ୟକ୍ରମକୁ ସରସ ସୁନ୍ଦର କରିବାରେ ଶିକ୍ଷକ ପର୍ଶୁରାମ ବାଣୁଆ, କୋଟେଶ୍ବର ରାଓ, ସୁଜିତ୍ ସାହୁ, ଦେବାଶିଷ ମହାପାତ୍ର, ଉଦ୍ଧବ ବାଗ ଧରିତ୍ରୀ ଦାସ ପ୍ରମୁଖ ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.