ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନରୋତ୍ତମ ସେଲମା): ହନୁମାନ ଜୟନ୍ତୀ ଅବସରରେ ରିଷିଡା ସଲଣ୍ଡିଆମୁଣ୍ଡା ହନୁମାନ ଜୟନ୍ତୀ କମିଟି ପକ୍ଷରୁ ଏକ ବିଶାଳ ଶୋଭାଯାତ୍ରା ଗ୍ରାମ ପରିକ୍ରମା କରିଥିଲା l ଗ୍ରାମର ଶତାଧିକ ପୁରୁଷ ଓ ମହିଳା ଏଥିରେ ଭାଗନେଇ ଥିବା ବେଳେ ପିଲା ମାନଙ୍କୁ ହନୁମାନ ବେଶରେ ସଜ୍ଜିତ କରାଯାଇଥିଲା l ଏଥିରେ ବିଶିଷ୍ଟ ଯୁବ ସମାଜସେବୀ ନୀଳମାଧବ ସିଂଦେଓ ଯୋଗଦେଇଥିଲେ । କମିଟିର ପାର୍ଥ ସୁନା, ତପି ବାରିକ, ଧରମ ବାରିକ, ସୁଶାନ୍ତ ପାତ୍ରଙ୍କ ନେତୃତ୍ୱରେ ଏହି ରାଲି ହନୁମାନ ମନ୍ଦିରରୁ ବାହାରି ଶ୍ରୀରାମ ମନ୍ଦିର, ଜଗନ୍ନାଥ ମନ୍ଦିର, ତାରିଣୀ ମନ୍ଦିର ଦେଇ ପୂଜା ସ୍ଥଳରେ ପହଞ୍ଚିଥିଲା ।