ଆୱାଜ ତରଫରୁ କମ୍ପୁଟର ତାଲିମ କେନ୍ଦ୍ର ଉଦଘାଟିତ

କଳାହାଣ୍ଡି,୫/୫ : ସ୍ୱେଚ୍ଛାସେବୀ ଅନୁଷ୍ଠାନ ଆୱାଜ ତରଫରୁ କମ୍ପୁଟର ତାଲିମ କେନ୍ଦ୍ର ମ.ରାମପୁର ବ୍ଲକ ଅନ୍ତର୍ଗତ ଉର୍ଲାଦାନୀ ଗ୍ରାମ ପଂଚାୟତଠାରେ ଉଦଘାଟିତ ହେଇଯାଇଛି । ଉର୍ଲାଦାନୀ ସରପଞ୍ଚ ଗନ୍ଧର୍ବ ପୁଝାରୀ ଉଦଘାଟକ ଭାବରେ ଯୋଗଦେଇ ।ଏହି ତାଲିମ କେନ୍ଦ୍ର ଜରିଆରେ ଆଦିବାସୀ ଅଧ୍ୟୁଷିତ ଉର୍ଲାଦାନୀ ଅଂଚଳର ଯୁବକଯୁବତୀମାନେ କମ୍ପୁଟର ସଂପର୍କିତ ଜ୍ଞାନ ଆହରଣ କରିବା ସହ ତାଲିମ ପରେ ପ୍ରମାଣପତ୍ର ଲାଭ କରିପାରିବେ ଯାହା ଫଳରେ ସେମାନଙ୍କୁ ବିଭିନ୍ନ କ୍ଷେତ୍ରରେ ନିଯୁ୍କ୍ତିର ସୁଯୋଗ ମିଳିବ ବୋଲି ମତପ୍ରକାଶ କରିଥିଲେ । ତାଙ୍କ ସହିତ ଅନମନଙ୍କ ମଧ୍ୟରେ ଆୱାଜ ସ୍ୱେଚ୍ଛାସେବୀ ଅନୁଷ୍ଠାନର ସଂପାଦକ ତଥା ନିର୍ଦ୍ଦେଶକ ସୁରେନ୍ଦ୍ର କୁମାର ନାୟକ, ପୂର୍ବତନ ସରପଞ୍ଚ ମୋନାହର ନାୟକ, ବିଶ୍ୱମ୍ବର ନାଏକ ଏବଂ ତାଲିମାର୍ଥୀ ଛାତ୍ରଛାତ୍ରୀ ଉପସ୍ଥିତ ରହିଥିଲେ । ଉର୍ଲାଦାନୀ ଅଂଚଳରେ ଏହି ଭଳି ଏକ କମ୍ପୁଟର ତାଲିମ କେନ୍ଦ୍ର ଆରମ୍ଭ ହେବା ଫଳରେ ସମସ୍ତଙ୍କ ମନରେ ଉତ୍ସାହ ଦେଖିବାକୁ ମିଳିଛି । 

Omkar Vasthu
Omkar Vasthu

 

ସ୍ବତନ୍ତ୍ର ପ୍ରତିନିଧି ହେମନ୍ତ ସାହୁଙ୍କ ରିପୋର୍ଟ odiabarta.in

For latest news & updates, click on bell button and subscribe to notifications.

Pearl dental clinic
Near Ashish Medical Store, Bhawanipatna

Like us on Facebook👇

Udyog Nursery
Udyogi Nursery

http://facebook.com/odiabarta

Subscribe us on Youtube👇

http://tiny.cc/odiabarta

Join our whatsapp group👇

http://bit.ly/odiabartagroup2

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published. Required fields are marked *

error: You are not allowed to copy this content. Thank you.