କଳାହାଣ୍ଡି,୬/୫ (ଜଗଦିଶ ନାଏକ) : ସରକାର କେନ୍ଦୁପତ୍ର ତୋଲାଲି ମାନଙ୍କୁ ବିଭିନ୍ନ ଯୋଜନା ମାଧ୍ୟମରେ ସହାୟତା ଯୋଗଇ ଆସୁଥିବା ବେଳେ ପାରିଶ୍ରମିକ ବାବଦରେ ପରିବାରର ପ୍ରତିପୋଷଣ ପାଇଁ ନାନାଦି ପ୍ରକାର ଯୋଜନା ପ୍ରଣୟନ କରିଛନ୍ତି । କିନ୍ତୁ ବାସ୍ତବରେ ଉକ୍ତ ଯୋଜନା ଗୁଡିକରୁ କେନ୍ଦୁପତ୍ର ତୋଲାଲି ଶ୍ରମିକ ମାନେ ପାରିଶ୍ରମିକ ପାଉଛନ୍ତି କି ନାହିଁ, ସେମାନଙ୍କ ପାଖକୁ ସହାୟତା ରାଶି ଅପହଂଚ ହୋଇ ରହିଯାଉ ନାହିଁତ । ଏଭଲି ଅନେକ ଅସମାହିତ ପ୍ରଶ୍ନ ଉଙ୍କି ମାରୁଥିବା ବେଳେ କାର୍ଯ୍ୟସମ୍ପାଦନ କରୁଥିବା କର୍ମଚାରୀ ମାନଙ୍କ ଭୂମିକା ସନ୍ଦେହ ଘେରରେ ରହିଯାଉଛି । ଯାହାରି ଫଳରେ ଯୋଜନା ଗୁଡିକ ଯୋଜନା ଦୂରରେ ରହିଯାଉଥିବା ବେଳେ ବିଭାଗୀୟ କର୍ମଚାରୀ ମାନଙ୍କ ଅପାରଗତା ହାଟରେ ପଡି ଦାଣ୍ଡରେ ଗଢିବାରେ ଲାଗିଛି ।
କଳାହାଣ୍ଡି ଜିଲ୍ଲା କଲମପୁର ଅଂଚଳର କେନ୍ଦୁପତ୍ର ତୋଲାଳି ଶ୍ରମିକ ମାନେ ବର୍ଷବର୍ଷ ବିତିଯାଉଥିଲେ ମଧ୍ୟ ଜାଣିପାରୁ ନାହାଁନ୍ତି କେନ୍ଦୁପତ୍ର ବନପାଳ କିଏ ଏବଂ ତାଙ୍କ ଆବାସିକସ୍ଥାନ କେଉଁଠି, ଏହାହିଁ ଆପେଆପେ ବୟାନ କରୁଛି ଯେ କେନ୍ଦୁପତ୍ର ତୋଲାଲି ଶ୍ରମିକ ମାନେ କେଉଁପଥ ଦେଇ ଗତିକରିବାରେ ଲାଗିଛନ୍ତି । ବର୍ଷ ମଧ୍ୟରେ କେନ୍ଦୁପତ୍ର ତୋଲାଲି ମାନେ କେବଲ ଗ୍ରୀଷ୍ମ ଋତୁ ସମୟରେ ପରିଶ୍ରମ କରିବାର ସୁଯୋଗ ପାଇଥାନ୍ତି । ଏଥି ଯୋଗୁଁ ସେମାନଙ୍କୁ ପରିଶ୍ରମ ସମୟରେ ଚପଳ, ଯୋତା, ଛତା ସମେତ ବିଭିନ୍ନ ଆନୁସଂଙ୍ଗିକ ବ୍ୟବସ୍ଥା ରହିଛି । ଏତତଭିନ୍ନ ପରିବାରର ସଦସ୍ୟ ମାନଙ୍କୁ ବିଭିନ୍ନ ପ୍ରକାର ସହାୟତା ଯୋଗାଇଦେବାର ବ୍ୟବସ୍ଥା ମଧ୍ୟ ରହିଛି । କିନ୍ତୁ ଏହାଯେ ଧର୍ମକୁ ଆଖିଠାର ସଦୃଶ୍ୟ, ଶ୍ରମିକ ମାନଙ୍କ ପାଖକୁ ଅପହଞ୍ଚ ରହୁଥିବା ଜଣାପଡୁଛି । କେନ୍ଦୁପତ୍ର ସଂଗ୍ରହ ନିମନ୍ତେ ସରକାରୀ ସ୍ତରରେ ନର୍ଦ୍ଦିଷ୍ଟ ନିୟମ ପ୍ରଣୟନ ହୋଇଥିବା ବେଲେ ଏହାକୁ ବିଭାଗୀୟ କର୍ମଚାରୀ ମାନେ ପାଳନ ନକରି ଉଲଙ୍ଘନ କରିଚାଲିଛନ୍ତି । ଫଳରେ ଶ୍ରମିକ ମାନେ ଯେଉଁ ଭଲି ଭାବେ ଉପକୃତ ହେବାକଥା ହୋଇପାରୁ ନାହାଁନ୍ତି । କଲମପୁର ଅଞ୍ଚଳର ବଲାଗାଁ ଠାରେ କେନ୍ଦୁପତ୍ର ଫଡିଗୃହ ରହିି ସରକାର କେନ୍ଦୁପତ୍ର ସଂଗ୍ରହ କରୁଛନ୍ତି । ଏଥିରେ ମୁନସି, ମେଟ୍, କେକର ଭଲି ବିଭିନ୍ନ ପଦପଦବିରେ ଲୋକ ମାନଙ୍କୁ ନିୟୋଜିତ କରି ବିଭାଗୀୟ କର୍ମଚାରୀ ମାନେ କେନ୍ଦୁପତ୍ର ସଂଗ୍ରହ କରି ଯଥା ସ୍ଥାନକୁ ଯୋଗାଇ ଦେଇଥାନ୍ତି ।
ମୋଟାମୋଟି କହିବାକୁ ଗଲେ ଏହି ବ୍ୟବସାୟ କ୍ରମେକ୍ରମେ ଲୋପହେବାକୁ ବସିଛି । ଏବେବି ଫଡିଗୃହ ବଲାଗାଁରେ ଚାଲୁରହୁଥିବା ବେଳେ ଅଂଚଳର ବିସ୍ତିର୍ଣ୍ଣ ଇଲାକା ଭାବେ ମଣ୍ଡଳ ପଂଚାୟତ ଅନ୍ତର୍ଗତ ବଲାଗାଁ ସଂରକ୍ଷିତ ଜଙ୍ଗଳ କେନ୍ଦୁପତ୍ର ତୋଲାଲି ମାନଙ୍କ ପେଣ୍ଠସ୍ଥଲି ପାଲଟିଛି । ଏହି ୫୦ରୁ୬୦ ଏକର ବିଶିଷ୍ଟ ସଂରକ୍ଷିତ ଜଙ୍ଗଳରୁ ପ୍ରତିବର୍ଷ ଶତାଧିକ ଶ୍ରମିକ ନିୟୋଜିତ ହୋଇ କେନ୍ଦୁପତ୍ର ଯୋଗାଇ ଦେଇ ପାରିଶ୍ରମିକ ମଜୁରୀ ନେଇ ପରିବାର ପ୍ରତିପୋଷଣ କରିଥାନ୍ତି । ମୁନ୍ସି ଭରସାରେ ଏହି କାର୍ଯ୍ୟ ସମ୍ପାଦିତ ହୋଇ ଚାଲୁଥିବା ବେଳେ ବିଭାଗୀୟ କୌଣସି ପଦାଧିକାରୀଙ୍କ ପାଦ ଭିର୍କାପଡା ସ୍ଥିତ ବଲାଗାଁ ଫଡିଘରକୁ ପଡିନାହିଁ । ସେଠାରେ ନିୟୋଜିତ ମୋଟ୍ ଓ ମୁନ୍ସିଙ୍କ ବ୍ୟତିତ ଅନ୍ୟ କୌଣସି ବିଭାଗୀୟ କର୍ମଚାରୀ ମାନଙ୍କୁ ନିୟୋଜିତ ଶ୍ରମିକ ମାନେ ଜାଣିନଥିବା ଆଲୋଚନା ହେଉଛି । ଯେଉଁ ସାମଗ୍ରୀ ଗୁଡିକ ଶ୍ରମିକ ମାନଙ୍କୁ ଯୋଗଇ ଦେବାର ନିୟମ ରହିଥିବା ବେଳେ ତାହା ଦିଆଯାଉଛିକି ନାହିଁ ତାହା ମଧ୍ୟ କେନ୍ଦୁପତ୍ର ତୋଲାଲି ଶ୍ରମିକ ମାନେ ଜାଣି ପାରୁନଥିବା ଜଣାପଡୁଛି । ଏନେଇ ବନପାଳ ଶ୍ରୀମତି ବଗର୍ତ୍ତିଙ୍କୁ ପଚାରିବାରୁ ଏହି ଦାୟୀତ୍ୱରୁ ମୁଁ ନାହିଁ ବନାଞ୍ଚଳ ଅଧିକାରୀ ଏହି ଦାୟୀତ୍ୱରେ ରହିଛନ୍ତି । କିନ୍ତୁ କେନ୍ଦୁପତ୍ର ତୋଲାଲି ମାନଙ୍କୁ ସରକାରୀ ସ୍ତରରେ ଯାହାସବୁ ସୁବିଧା ରହିଛି ସେସବୁ ଯୋଗାଇ ଦିଆଯାଉଛି ବୋଲି ମତବ୍ୟକ୍ତ କରିଥିଲେ ।
For latest news & updates, click on bell button and subscribe to notifications.
Like us on Facebook👇
Subscribe us on Youtube👇
Join our whatsapp group👇