ହଜିଯାଉଛି କମାର ଶାଳ : ଜୀବନ ଜୀବିକାକୁ ନେଇ ପ୍ରଶ୍ନବାଚୀ

କଳାହାଣ୍ଡି : ଯୁଗର ପରିବର୍ତ୍ତନ ସହ ପରିବର୍ତ୍ତନ ହେଇଯାଇଛି କିଛି ପାରମ୍ପରିକ ଜୀବିକା । ଯାହା ଫଳରେ ଆଜି ଅନେକ କୌଳିକ ବୃତ୍ତି ହଜିଯିବାକୁ ବସିଲାଣି । ଅନ୍ୟସବୁ କୌଳିକ ବୃତ୍ତି ପରି ଏବେ ଚାଷୀମାନଙ୍କ ହାତ ବାରିଶି ସାଜୁଥିବା କମାର ଶାଳ (ରୁହୁରା ସାଲ୍) ବି ହଜିବାକୁ ବସିଲାଣି ତେଣୁ ଜୀବନ ଜୀବିକାକୁ ନେଇ ସୃଷ୍ଟି ହେଇଛି ପ୍ରଶ୍ନବାଚୀ । ଦିନ ଥିଲା ଚାଷି ମାନେ ତାଙ୍କର ନିତ୍ୟ ବ୍ୟବହାର୍ଯ୍ୟ ଲୁହା, କୋଦାଳ, ଲଙ୍ଗଳ, ଶଗଡ଼ ବଳା, ଟାଙ୍ଗିଆ, ଧାନକଟା ଦା ସହ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ଯଥା – ପନିକି, ଡୁଆ, ଚଟୁ ଆଦି କମାର ମାନେ ତିଆରି କରି ବଜାରରେ ବିକ୍ରୀ କରି ନିଜ ପରିବାର ପ୍ରତିପୋଷଣ କରୁଥିଲେ । କେଉଁ ଆବାହନ କାଳରୁ ଏହି କୌଳିକ ବୃତି ଚାଳି ଅସୁଥିବା କମାରଶାଳର ବିନ୍ଧାଣି ଦୁଃଖର ସହିତ କହିଥିଲେ । ଏବେ ଆଉ ଗାଁ ଗହଳିରେ କମାର ଶାଳ ଦେଖିବାକୁ ମିଳୁନାହିଁ କି କମାରଶାଳରୁ ଶୁଭୁନାହିଁ ଠକ୍ ଠକ୍ ଶବ୍ଦ ଶୁଭୁନାହିଁ । ଆଜି ବିଜ୍ଞାନଯୁଗରେ ମେସିନତିଆରି ଜିନିଷ ପତ୍ର ଲୋକ ପ୍ରିୟତା ଦିନଦିନ କୁ ବଢ଼ି ବାରେ ଲାଗିଛି । ଯାହାଫଳରେ ପୂର୍ବପୁରୁଷ ଧରି ଏହିକାମ କରିଆସୁଥିଲେ କମାର କାମ କମି କମି ଆସୁଥିବାରୁ ନିଜର ଜନ୍ମ କଲା ପୁଅ କାମ କରିବାକୁ ମଙ୍ଗୁ ନାହାଁନ୍ତି । କାହିଁକି ନା ପିଲାମାନେ ପାଠ ପଢ଼ୁଛନ୍ତି ଏହି କାମକରି ପେଟ ପ୍ରତିପୋଷଣ କରିବାଟା କଷ୍ଟ ସାଧକ ବୋଲି ଆମ କୌଳିକ ବୃତି ଛାଡ଼ବାକୁ ପଡୁଛି । ପୂର୍ବରୁ ଶହଶହ ସଂଖ୍ୟକ କମାରଶାଳ ଥିବାବେଳେ ଆଜିଦିନରେ କା ଭାଁ ଗାଁ ଗହଳୀରେ ଦେଖିବାକୁମିଳୁଛି । ଅନ୍ୟପଟେ ଯେ ଏହିକାମରେ ମୁସ୍କିଲ ହୋଇପଡ଼ିଛି । କେଉଁଦିନ ୫୦ ଟଙ୍କା ଆଉ କେଉଁଦିନ ୧୦୦ଟଙ୍କା ମିଳୁଛି । ସେଥିରୁପୁଣି କାଠକୋଇଲା କିଣିବାକୁ ପଡୁଛି । ଏତିକିରେ ପରିବାର ଚଳିବାଟା ସମ୍ଭବ ହୋଇପାରୁ ନାହିଁ । ରାଜ୍ୟ କିମ୍ବା କେନ୍ଦ୍ର ସରକାରଙ୍କ ସାହାଯ୍ୟ ର ହାତବଢ଼ାନ୍ତେ । ଜୀବନଜୀବିକା ପାଇଁ କୌଣସି ନୂତନ ଯୋଜନା ପ୍ରଣୟନ ନକଲେ ଆଗାମୀ ଦିନରେ ଏହିବୃତିକୁ କେହି ମଧ୍ୟ ଆପଣେଇବେ ନାହିଁ । ଏହି ପୂରାତନ କୌଳିକପ୍ରଥା ଲୋପ ପାଇଯିବ ବୋଲି କମାରଶାଳର ବିନ୍ଧାଣି ମାନେ ଗଣମାଧ୍ୟମ ଆଗରେ ଦୁଃଖର ସହିତ କହିଛନ୍ତି । ଏଣୁ ଏହି କମାର ମାନଙ୍କ ପ୍ରତି ସରକାର ଦୃଷ୍ଠି ଦେବାପାଇଁ ଦାବି ହେଉଛି ।

ସ୍ବତନ୍ତ୍ର ପ୍ରତିନିଧି ହେମନ୍ତ ସାହୁଙ୍କ ରିପୋର୍ଟ odiabarta.in

For latest news & updates, click on bell button and subscribe to notifications.

Like us on Facebook👇

http://facebook.com/odiabarta

Subscribe us on Youtube👇

http://tiny.cc/odiabarta

Join our whatsapp group👇

http://bit.ly/odiabartagroup2

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published. Required fields are marked *

error: You are not allowed to copy this content. Thank you.