ଜୀବନ ଜୀବିକାର ଦୋଛକିରେ କୁମ୍ଭକାର

ସୋନପୁର : ଖରାଦିନ ଆସିଲେ ଲୋକେ ମାଠିଆକୁ ଖୋଜି ବସନ୍ତି । ମାଠିଆରେ ପାଣି ରଖି ପିଇବା ପାଇଁ ଲୋକଙ୍କ ଯେତେ ଆଗ୍ରହ ବଢୁଛି ସେ ଅନୁପାତରେ ମାଠିଆ ତିଆରି କାରିଗରଙ୍କ ଚାହିଦା ବି ବୃଦ୍ଧି ପାଉଛି । ବର୍ତ୍ତମାନ ବିଭିନ୍ନ ହାଟରେ ମାଠିଆ କିଣିବା ପାଇଁ ଲୋକଙ୍କ ଭିଡ଼ ରହୁଥିବା ବେଳେ ସ୍ଥାନ ବିଶେଷରେ ଓ ସାଇଜ ଅନୁସାରେ ଏହାର ଦାମ ମଧ୍ୟ ଉଚ୍ଚା ରହିଛି । ସୁବର୍ଣ୍ଣପୁର ଜିଲ୍ଲାର କୁମ୍ଭାର ପଡା । ଏହି ପଡା ରେ କୁରାଳ ସମାଜର ଅନେକ ଲୋକ ବସବାସ କରନ୍ତି । ତନ୍ମଧ୍ୟରୁ କୌଳିକ ବୃତ୍ତି ଭାବେ କିଛି ବ୍ୟକ୍ତି ମାଟିରେ ବିଭିନ୍ନ ସାମଗ୍ରୀ ତିଆରି କରିଥାନ୍ତି । ବର୍ତ୍ତମାନ ସମୟରେ ମାଠିଆର ଚାହିଦା ଅଧିକ । ଲୋକେ ଫ୍ରିଜ୍‍ର ବହୁଳ ବ୍ୟବହାର କରୁଥିଲେ ମଧ୍ୟ ମାଠିଆ ପ୍ରତି ଆକର୍ଷଣ କମିନାହିଁ ।

Omkar Vasthu
Omkar Vasthu

ଖରାରେ ବଢୁଛି ମାଠିଆର ଚାହିଦା, ଅନ୍ୟଦିନେ ବେପାର ମାନ୍ଦା

Pearl dental clinic
Near Ashish Medical Store, Bhawanipatna

ବିଶେଷକରି ଗ୍ରାମାଞ୍ଚଳ ଗୁଡିକରେରେ ମାଠିଆର ବ୍ୟବହାର ଅଧିକ ରହିଥାଏ । କିନ୍ତୁ ଆଗ ପରି ଆଉ ମାଠିଆ ବିକ୍ରି ହେଉନାହିଁ । ଖରା ଦିନ ଛଡା ଅନ୍ୟ ଋତୁରେ ବେପାର ମାନ୍ଦା ହୋଇଥାଏ । ଏହା ଛଡା ପରିଶ୍ରମ ଅନୁସାରେ ପ୍ରାପ୍ୟ ଅତି କମ । ତଥାପି ନିଜ କୌଳିକ ବୃତ୍ତିକୁ ଛାଡି ନାହାନ୍ତି ଏହି ଗାଁର କୁମ୍ଭକାର ମାନେ । ଜୀବନ ଜୀବିକାର ଦୋଛକିରେ ଚାଲୁଥିବା ଏହି ବୃତ୍ତିଧାରୀଙ୍କ ପାଇଁ ସରକାରୀ ସହାୟତା ନଥିବାରୁ ସେମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଉଛି । ଏଥିପ୍ରତି ସରକାରୀ ସ୍ତରରେ ପଦକ୍ଷେପ ନେବାର ଆବଶ୍ୟକତା ରହିଛି ।

Udyog Nursery
Udyogi Nursery
ସୋନପୁର ଜିଲ୍ଲା ପ୍ରତିନିଧି ସୁଶାନ୍ତ କୁମାର ସାହୁଙ୍କ ରିପୋର୍ଟ odiabarta.in

For latest news & updates, click on bell button and subscribe to notifications.

Like us on Facebook👇

http://facebook.com/odiabarta

Subscribe us on Youtube👇

http://tiny.cc/odiabarta

Join our whatsapp group👇

http://bit.ly/odiabartagroup2

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published. Required fields are marked *

error: You are not allowed to copy this content. Thank you.