ଭବାନୀପାଟଣାରେ ଗର୍ଜିଲା ଜିଲ୍ଲାସ୍ତରୀୟ ମିଳିତ ଅମଲା ମଞ୍ଚ 

ବିଶାଳ ଶୋଭାଯାତ୍ରା; ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ 

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଜିଲ୍ଲାସ୍ତରୀୟ ମିଳିତ ଅମଲା ମଞ୍ଚ କଳାହାଣ୍ଡିର ଅଧ୍ୟକ୍ଷ ଜିତେନ୍ଦ୍ର କୁମାର ମୁଣ୍ଡଙ୍କ ନେତୃତ୍ୱରେ ଏକ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାର କୋଣ ଅନୁକୋଣରୁ ସମସ୍ତ ଅମଲା ମାନେ ଏହି ଶୋଭାଯାତ୍ରାରେ ସାମିଲ ହୋଇଥିଲେ । ଶୋଭାଯାତ୍ରା ସମୟରେ ଅମଲା ମାନଙ୍କ ହକ ତଥା ନ୍ୟାର୍ଯ୍ୟ ଦାବି ୪୨୦୦ ଗ୍ରେଡ ପେ’ର ନାରା ଦେଇଥିଲେ । ଶୋଭଯାତ୍ରାରେ ୪୦୦ରୁ ଉର୍ଦ୍ଧ୍ଵ ଅମଲା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଯାଇଥିଲେ । ସେଠାରେ କଳାହାଣ୍ଡି ଜିଲ୍ଲାପାଳ ପି. ଅନ୍ୱେଷା ରେଡ୍ଡୀଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଥିଲେ। ମିଳିତ ମଞ୍ଚି ଆବାହକ ଆଶୁତୋଷ ମିଶ୍ର, ଓଡିଶା ଅମଲା ସଙ୍ଘ କଳାହାଣ୍ଡି ଜିଲ୍ଲା ସଭାପତି ସୁକାନ୍ତ ମହାପାତ୍ର, ନିଖିଳ ଓଡିଶା ଟେଜେରୀ ଅମଲା ସଂଘର ଜିଲ୍ଲା ସଭାପତି ସମରେନ୍ଦ୍ର ପଣ୍ଡା, ରାଜକିଶୋର ସାହୁ, ଟଙ୍କଧର ସାହୁ, ବ୍ରଜକିଶୋର ମୁଣ୍ଡ, ଦେବରାଜ ଛତ୍ରୀଆ, ନୀଳକଣ୍ଠ ଗଉଡ଼, ହୃଦାନନ୍ଦ ବାଗ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.