ଥଣ୍ଡା ପାନୀୟ ବିକ୍ରି ନାଁରେ ଶୋଷଣ : ପ୍ରଶାସନର ଆଙ୍କୁଶ ନାହିଁ

ସୋନପୁର : ମାର୍ଚ୍ଚ ଆରମ୍ଭରୁ ସୁବର୍ଣ୍ଣପୁର ଜିଲାରେ ଗ୍ରୀଷ୍ମ ପ୍ରବାହ ବେଶ ଅନୁଭୂତ ହେଉଛି । ଏପ୍ରିଲ ଆରମ୍ଭରୁ ଜିଲାରେ ଗ୍ରୀଷ୍ମ ପ୍ରବାହ ଆଶାତୀତ ଭାବେ ବୃଦ୍ଧି ପାଇଥିବା ବେଳେ ଶୋଷ ମେଣ୍ଟାଇବା ପାଇଁ ପ୍ରମୁଖ ମାଧ୍ୟମ ହେଉଛି ଥଣ୍ଡା ପାନୀୟ । ଖରା ଦିନରେ ନିଟ ମଫସଲ ଠାରୁ ଆରମ୍ଭ କରି ରାଜଧାନୀ ପର୍ଯ୍ୟନ୍ତ ସବୁଠି ଥଣ୍ଡା ପାନୀୟର ଆଦର ବୃଦ୍ଧି ପାଇଛି । ସମ୍ଭ୍ରାନ୍ତ ପରିବାର ଠାରୁ ଆରମ୍ଭ କରି ଶ୍ରମଜୀବୀ ପର୍ଯ୍ୟନ୍ତ ସମସ୍ତେ ଏହାକୁ ବେଶ ପସନ୍ଦ କରୁଛନ୍ତି । କିନ୍ତୁ ଥଣ୍ଡା ପାନୀୟ ବିକ୍ରି ନାଁରେ ପ୍ରତ୍ୟେକ ଦିନ ହଜାର ହଜାର ଗ୍ରାହକ ଶୋଷଣର ଶିକାର ହେଉଥିବା ନେଇ ତୀବ୍ର ଅସନ୍ତୋଷ ପ୍ରକାଶ ପାଉଛି । ଥଣ୍ଡା ପାନୀୟ ପ୍ରସ୍ତୁତ କରୁଥିବା କମ୍ପଙ୍କନୀ ଥଣ୍ଡା ପାନୀୟ ବୋତଲରେ ସର୍ବାଧିକ ରିଟେଲ ଦର ସ୍ପଷ୍ଟ ଭାବରେ ଉଲ୍ଲେଖ କରିଛନ୍ତି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ସେହିରି କିଛି ପ୍ଲାଷ୍ଟିକ ବୋତଲରେ ମଧ୍ୟ ଉପଲବ୍ଧ ଥଣ୍ଡା ପାନୀୟ ଦର ପରିମାଣ ଅନୁସାରେ କମ୍ପଙ୍କନୀ ଧାର୍ଯ୍ୟ କରି ବୋତଲ ଗୁଡିକରେ ସ୍ପଷ୍ଟ ଲିପିବଦ୍ଧ କରିଛନ୍ତି । କିନ୍ତୁ ସୁବର୍ଣ୍ଣୁର ଜିଲାରେ ମନଇଚ୍ଛା ଟଙ୍କା ଅସୁଲି ହେଉଛି । ଦୋକନୀ ଫ୍ରିଜ୍ ଚାର୍ଜ ନାଁରେ ଧାର୍ଯ୍ୟ ଦର ଠାରୁ ଅଧିକ ଟଙ୍କା ନେଉଥିବା ଅଭିଯୋଗ ହେଉଛି । ବର୍ତ୍ତମାନ ସହରରରେ ୧୨ ଓ ୧୪ ଟଙ୍କା ମୂଲ୍ୟର ଥଣ୍ଡା ପାନୀୟ ୧୫ ଟଙ୍କାରେ ବିକ୍ରି ହେଉଥିବା ବେଳେ ୭୩ ଟଙ୍କାର ପାନୀୟ ୮୦ ଟଙ୍କାରେ ବିକ୍ରି ହେଉଥିବା ଗ୍ରାହକ ଅଭିଯୋଗ କରିଛନ୍ତି । ଏପରିକି ଗ୍ରାହକ ସ୍ୱର ଉଠାଇଲେ ଦୋକାନୀ ଫ୍ରିଜ୍ ଚାର୍ଜ ନେଉଥିବା ଅତି ନରମ ସ୍ୱରରେ କହି ସମ୍ପରକ୍ତ ଗ୍ରାହକକୁ ଚୁପକାଇ ଦେଉଥିବା ଦେଖାଯାଇଛି । ଖରା ଦିନେ ଥଣ୍ଡା ପାନୀୟ ସବୁ ବର୍ଗର ଲୋକଙ୍କ ପାଇଁ ଏକ ପ୍ରକାର ଫେସନ୍ ପାଲଟିଥିବା ବେଳେ ଦୋକାନୀ ଧାର୍ଯ୍ୟ ଦର ଠାରୁ ଢେର ଅଧିକ ନେଇ ମାଲାମାଲ ହେଉଛନ୍ତି । ଫେସନ୍ ଯୋଗୁଁ ସାଙ୍ଗସାଥି ମେଳରେ ଥିବା ଯୁବ ଗ୍ରାହକ ଗୋଷ୍ଠୀ ଫ୍ରିଜ୍ ଚାର୍ଜ ପ୍ରତି ଧ୍ୟାନ ନଦେଇ ଦୋକାନୀଙ୍କ କହିବା ମୁତାବକ ଦର ଦେବାକୁ ବାଧ୍ୟ ହେଉଛନ୍ତି । ଏପରିକି ଦର ନିୟନ୍ତ୍ରଣ କରୁଥିବା ବିଭାଗୀୟ ଅଧିକାରୀ ଠକାମୀର ଶିକାର ହେଉଥିବା ପରିଲକ୍ଷିତ ହେଉଛି । ବିଭାଗୀୟ କର୍ତୃପକ୍ଷ ତୁରନ୍ତ ଏଥିପ୍ରତି ଦୃଷ୍ଟି ଦେଇ ଗ୍ରାହକ ମାନଙ୍କୁ ଠକୁଥିବା ଦୋକାନୀ ମାନଙ୍କ ବିରୁଦ୍ଧରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ଦାବି ହେଉଛି ।

Udyog Nursery
Udyogi Nursery
ସୋନପୁର ଜିଲ୍ଲା ପ୍ରତିନିଧି ସୁଶାନ୍ତ କୁମାର ସାହୁଙ୍କ ରିପୋର୍ଟ odiabarta.in

For latest news & updates, click on bell button and subscribe to notifications.

Like us on Facebook👇

http://facebook.com/odiabarta

Subscribe us on Youtube👇

http://tiny.cc/odiabarta

Join our whatsapp group👇

http://bit.ly/odiabartagroup2

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published. Required fields are marked *

error: You are not allowed to copy this content. Thank you.