ଟୋଲବ୍ରାହ୍ମଣୀ ନୃସିଂହ ପିଠରେ ୧୭ ତାରିଖରୁ ତିନି ଦିନ ଧରି ନୃସିଂହ ମହୋତ୍ସବ

କଳାହାଣ୍ଡି,୬/୫ : ସନାତନ ହିନ୍ଦୁ ସଂସ୍କୃତିରେ ଭଗବାନ ନୃସିଂହ ଏକ ବଳିଷ୍ଠ ଆସନ ଅଳଂକୃତ କରି ଜନ ମାନସରେ ପୂଜିତ ହୋଇ ଆସୁଛନ୍ତି । ବିଷ୍ଣୁଙ୍କ ଦଶାବତାର ଅନ୍ତର୍ଗତ ନୃସିଂହ ସମୟକ୍ରମେ ଆଦିମ ସମାଜ ମଧ୍ୟରେ ଆଦୃତହୋଇ ଅଭିଚାର ତନ୍ତ୍ର ଧାରାରେ ପ୍ରବେଶ କରିଛନ୍ତି । ସେହି କ୍ରମରେ ଟୋଲବ୍ରାହ୍ମଣୀ ଗ୍ରାମରେ ନୃସିଂହ ଠାକୁରଙ୍କ ଆବିର୍ଭାବ ହୋଇ ଭକ୍ତଜନଙ୍କ ଆରାଦ୍ଧ୍ୟ ହୋଇ ଆସୁଛନ୍ତି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ଅନ୍ତର୍ଗତ ଟୋଲବ୍ରାହ୍ମଣୀ ଗ୍ରାମ ସର୍ବଧର୍ମ ସମନ୍ବୟର ପୀଠ ସ୍ଥଳୀ ଭାବେ ତା’ର ସ୍ବତନ୍ତ୍ର ସ୍ଥାନ ଅଧିକାର କରିଛି । ଗ୍ରାମରେ ମହିମା ସ୍ବମୀ ବିରାଜମାନ କରି ଏକ ଗାଦି ସ୍ଥାପନ କରାଯାଇଥିବା ବେଳେ ୨୫/୩୦ ବର୍ଷ ହେଲା ନୃସିଂହ ଠାକୁରଙ୍କ ଆସ୍ଥାନ ନିର୍ମାଣ କରାଯାଇଛି । ଲୋକ ବିଶ୍ବାସ ଅନୁସାରେ ଭଗବାନ ନୃସିଂହ ମଣିଷ ଦେହରେ ପ୍ରବେଶକରି ଭକ୍ତ ମାନଙ୍କ ଗୁହାରୀ ସୁଣି ଆସୁଛନ୍ତି । ଶୋକ,ରୋଗ,ଦୂଃଖ ସନ୍ତପ୍ତ ଲୋକେ ଏହି ପିଠକୁ ଆସି ନିଜର ଦୂଃଖ ଜଣାଇ ଆଶିର୍ବାଦ ପ୍ରାପ୍ତ ହେଉଥିବା ପ୍ରକାଶ କରନ୍ତି । ସେହିପରି ଅନେକ ଅପୁତ୍ରିକ ଦମ୍ପତ୍ତି ନୃସିଂହ ଠାକୁରଙ୍କ ପ୍ରସାଦରୁ ସନ୍ତାନ ଲାଭ କରିଥିବା ଜଣାଯାଏ ।

Udyog Nursery
Udyogi Nursery

ଏହି ପିଠର ସୁଖ୍ୟାତି ଚର୍ତୁଦିଗକୁ ବ୍ୟାପ୍ତ ହୋଇଯାଇଥିବାରୁ ଶହ ଶହ ସଂଖ୍ୟାରେ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ସୁଅ ଛୁଟୁଛି । କିନ୍ତୁ ଏଠାରେ ସାମାନ୍ୟତମ ବ୍ୟବସ୍ଥା ମଧ୍ୟ ଉପଲବ୍ଧ ହେଉନାହିଁ । ଏଠାରେ ପାନୀୟ ଜଳର ଘୋର ସଂକଟ ରହିଛି । ଏଠାରେ ଦୀର୍ଘ ବର୍ଷହେଲା ନଳକୂପ ଟିଏ ପାଇଁ ଦାବି ହୋଇଆସୁଥିଲେ ମଧ୍ୟ କେହି କର୍ଣ୍ଣପାତ କରୁନାହାନ୍ତି । ଏକ ଧାର୍ମିକ ପିଠସ୍ଥଳୀ ପ୍ରତି ପ୍ରଶାସନର ଯେଉଁ ସାମାନ୍ୟ କର୍ତ୍ତବ୍ୟ ରହିବା କଥା ତାହା ରହୁନଥିବାରୁ ଜନ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି ତେଣୁ ଏଠାରେ ତୁରନ୍ତ ଏକ ନଳକୂପ ଖନନ କରିବାକୁ ସାଧାରଣରେ ମତ ପ୍ରକାଶ ପାଇଛି ।

ଆସନ୍ତା ୧୭ ମଇ ରୁ ୧୯ ତାରିଖ ପର୍ଯ୍ୟନ୍ତ ଏଠାରେ ନୃସିଂହ ପୂଜା ମହୋତ୍ସବର ଆୟୋଜନ କରାଯାଉଥିବା ଉପଦେଷ୍ଟା ଓ ଉଦଯୋଗୀ ମଣ୍ଡଳୀରୁ ଗଣେଶ ଶବର, ବେଣୁଧର ଶବର, ଜଳଧର ଭୋଇଙ୍କ ସହ ଭି ରାଜ୍ ଶବର ପ୍ରମୂଖ ମତବ୍ୟକ୍ତ କରିଛନ୍ତି । ବର୍ତ୍ତମାନ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବାରୁ ତଥା ମେଳା ପାଇଁ ପ୍ରବଳ ଜନଗହଳିର ଆକଳନ କରାଯାଉଥିବାରୁ ଏଠାରେ ଏହା ପୂର୍ବରୁ ପାନୀୟ ଜଳର ସୁବନ୍ଦୋବସ୍ଥ ପାଇଁ ଅତ୍ୟନ୍ତ ପକ୍ଷେ ଏକ ନଳକୂପ ଖନନ କରିବାକୁ ପ୍ରଶାସନକୁ ଅନୁରୋଧ କରିଛନ୍ତି ନୃସିଂହ ପୂଜା କମିଟି ।

For latest news & updates, click on bell button and subscribe to notifications.

Like us on Facebook👇

http://facebook.com/odiabarta

Subscribe us on Youtube👇

http://tiny.cc/odiabarta

Join our whatsapp group👇

http://bit.ly/odiabartagroup2

 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published. Required fields are marked *

error: You are not allowed to copy this content. Thank you.