ପାଳିତ କୁକୁର ଚାଲିଗଲା ୮୦୦ କିଲୋମିଟର ଦୂର, ୬ ବର୍ଷ ପରେ ଉଦ୍ଧାର କଲେ ମାଲିକ

କୁକୁର ଏବଂ ମାଲିକଙ୍କ ମଧ୍ୟରେ ସମ୍ପର୍କ ବହୁତ ନିବିଡ଼ । କୁକୁର ନିଜ ମାଲିକଙ୍କ ପାଇଁ କିଛି ବି କରିବାକୁ ପ୍ରସ୍ତୁତ । ଏଥି ସହିତ ଅନେକ ମାଲିକ ମଧ୍ୟ ସେମାନଙ୍କର କୁକୁରକୁ ପିଲାଙ୍କ ପରି ପାଳିଥାନ୍ତି । ଯଦି କାହାର କୁକୁର ହଠାତ୍ ଗାଏବ ହୋଇଯାଏ, ତେବେ ମାଲିକ ତାପାଇଁ ପ୍ରତ୍ୟେକ ଦିନ ଝୁରି ହୋଇଥାଏ ।ଆମେରିକାର ଜର୍ଜିଆର ବାସିନ୍ଦା ତାରା ହିଲିସ୍ । ସେ କୁକୁରକୁ ବହୁତ ଭଲ ପାଆନ୍ତି । ସେଥିଲାଗି ସେ ଗୋଟେ କୁକୁର ପାଳିଥିଲେ, ଯାହାର ନାଁ ରଖିଥିଲେ ଚିଫ୍ । ସେ ତାକୁ ଏତେ ଭଲ ପାଉଥିଲେ ଯେ, ନିଜ ପିଲାଙ୍କ ପରି ଯତ୍ନ ନେଉଥିଲେ । ୬ ବର୍ଷ ପୂର୍ବେ ହଠାତ୍ ତାଙ୍କ ଚିଫ୍ କେଉଁଆଡ଼େ ଚାଲିଗଲା । ତାରା ବହୁତ ଖୋଜାଖୋଜି କଲେ ମଧ୍ୟ ଚିଫ୍‌ର କୌଣସି ପତ୍ତା ପାଇଲେ ନାହିଁ । ଏନେଇ ସେ ଥାନାରେ ଅଭିଯୋଗ ମଧ୍ୟ କଲେ । ହେଲେ କୌଣସି ସୁଫଳ ମିଳିଲା ନାହିଁ । ୬ ବର୍ଷ ପରେ ଏବେ ଚିଫର ସନ୍ଧାନ ପାଇଛନ୍ତି ତାରା । ତାଙ୍କ ଘରଠାରୁ ଆଠ ଶହ କିଲୋମିଟର ଦୂର ଆମେରିକାର ପଶ୍ଚିମ ଭର୍ଜିନିଆରେ ନଜର ଆସିଛି । ତାରା ସେଠାକୁ ଯାଇ ଚିଫକୁ ଉଦ୍ଧାର କରିଛନ୍ତି । ନିଖୋଜ ବେଳେ ଚିଫର ବୟସ ମାତ୍ର ଦେଢ ବର୍ଷ ଥିଲା । ଏବେ ସେ ସାଢେ ୭ ବର୍ଷର ହୋଇଯାଇଛି । ତାରା କହିଛନ୍ତି ଯେ, ୬ ବର୍ଷ ପୂର୍ବେ ଅଚାନକ ଚିଫ୍ କେଉଁଆଡ଼େ ଚାଲିଗଲା । ଆମେ ବହୁତ ଖୋଜିଲୁ, ହେଲେ ପାଇଲୁ ନାହୁଁ । ତାବିନା ମୋ ଘର ଲୋକ ଖାଇବା ପିଇବା ଛାଡ଼ିଦେଲେ । ଏବେ ଦିନେ ଭର୍ଜିନିଆରେ ଆର୍ମି କର୍ପସ୍ ଅଫ୍ ଇଞ୍ଜିନିୟର୍ସ କର୍ମଚାରୀମାନେ ଚିଫ୍‌କୁ ଉଦ୍ଧାର କରିଥିଲେ । ଯେତେବେଳେ ତା ଲିପ୍ ରେ ଥିବା ଚିପ୍ ସ୍କାନ୍ କରାଯାଇଥିଲା, ସେତେବେଳେ ମୋର ଠିକଣା ବାହାରିଥିଲା । କର୍ମଚାରୀମାନେ ମୋ ସହ ଯୋଗାଯୋଗ କରି ଚିଫ୍ ବିଷୟରେ ପଚାରିଥିଲେ । ଏହା ଶୁଣିବା ପରେ ପ୍ରଥମେ ମୁଁ ବିଶ୍ୱାସ କରି ନ ଥିଲି । ଆଉ ତାକୁ ଭେଟିବାକୁ ବହୁତ ଉତ୍ସାହିତ ହୋଇପଡ଼ିଲି । ତୁରନ୍ତ ଯାଇ ଚିଫକୁ ଘରକୁ ଫେରାଇ ଆଣିଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.