ଲଙ୍ଗଳେଶ୍ୱରରେ ଆନ୍ତର୍ଜାତିକ ଶ୍ରମିକ ଦିବସ ପାଳିତ

ଓଡ଼ିଆ ବାର୍ତ୍ତା/ ଖଲ୍ଲିକୋଟ (ମାଧବ ବେହେରା): ଖଲ୍ଲିକୋଟ ବ୍ଲକ ଅନ୍ତର୍ଗତ ଲଙ୍ଗଳେଶ୍ୱର ଛାତରେଶ୍ୱର ମନ୍ଦିର ପରିସରରେ ଆନ୍ତର୍ଜାତିକ ଶ୍ରମିକ ଦିବସ ପାଳିତ ହୋଇଯାଇଛି। ଆୟୋଜିତ ସମାବେଶରେ ବିଶ୍ୱକର୍ମା ବିଲଡିଂ କନଷ୍ଟ୍ରକ୍ସନଏଣ୍ଡ ଉଡ଼ ୱାର୍କ୍ସ ଗଂଜାମର ସାଧାରଣ ସମ୍ପାଦକ ତଥା ଶ୍ରମିକ ନେତା ଯୋଗ ଦେଇ ଶ୍ରମିକମାନଙ୍କ ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ। ପ୍ରଚଣ୍ଡ ଦରଦାମ ବୃଦ୍ଧି ଯୋଗୁ ଶ୍ରମିକ ମାନେ ସେମାନଙ୍କ ଗୁଜରାଣ ମେଣ୍ଟାଇବା କଷ୍ଟ ସାଧ୍ୟ ହୋଇପଡୁଛି। ଅନ୍ୟପକ୍ଷରେ ମହିଳା ଶ୍ରମିକମାନଙ୍କ ସ୍ୱାର୍ଥ ରକ୍ଷା କରିବା ପାଇଁ ଅଧିକ ସୁବିଧା ସୁଯୋଗ ସୃଷ୍ଟି କରିବା ପାଇଁ ସରକାର ଦୃଷ୍ଟି ଦେବା ପାଇଁ ଦାବି ହୋଇଥିଲା।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.