ଓଡ଼ିଆ ବାର୍ତ୍ତା/ ନୂଆଦିଲ୍ଲୀ: ଦେଶର ହାଇ ସିକ୍ୟୁରିଟି ଥିବା ତିହାର ଜେଲରେ ଗ୍ୟାଙ୍ଗୱାର । ଏହି ଗ୍ୟାଙ୍ଗୱାରରେ କୁଖ୍ୟାତ ଗ୍ୟାଙ୍ଗଷ୍ଟର ଟିଲୁ ତାଜପୁରିଆର ମୃତ୍ୟୁ ଘଟିଛି ଆଜି ସକାଳେ ତିହାର ଜେଲରେ ଦୁଇ ଗ୍ୟାଙ୍ଗ୍ ସଦସ୍ୟଙ୍କ ମଧ୍ୟରେ ବିବାଦ ଦେଖା ଦେଇଥିଲା । ଗୋଟିଏ ଗୋଷ୍ଠୀ ଟିଲୁ ତାଜପୁରିଆ ଉପରେ ଆକ୍ରମଣ କରିଥିଲେ । ତାକୁ ତୁରନ୍ତ ଦିନ୍ ଦୟାଲ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲ । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଟିଲୁର ମୃତ୍ୟୁ ଘଟିଛି । ରୋହିଣୀ କୋର୍ଟରେ ଶୁଟଆଉଟର ମାଷ୍ଟରମାଇଣ୍ଡ ଥିଲା ଟିଲୁ ତାଜପୁରିୟା । ଏଥିସହିତ ଜିତେନ୍ଦ୍ର ଗୋଗୀଙ୍କୁ ହତ୍ୟାକାଣ୍ଡ ମଧ୍ୟ କରାଇଥିବା ଅଭିଯୋଗ ତା ନାଁରେ ଥିଲା । ତିହାର ଜେଲରେ ଯୋଗେଶ ଟୁଣ୍ଡା ଏବଂ ତାଙ୍କ ସାଥୀ ଦୀପକ ଲୁହା ରଡରେ ପିଟି ଟିଲୁକୁ ହତ୍ୟା କରିଥିଲେ । ଆଜି ସକାଳ ୬.୩୦ରେ ଏହି ଘଟଣା ଘଟିଥିଲା । ତେବେ ତିହାର ଜେଲ ପ୍ରଶାସନ ଟିଲୁର ହାର୍ଟ ଆଟାକରେ ମୃତ୍ୟୁ ଘଟିଥିବା କହୁଥିବା ଜଣାଯାଇଛି । କୁହାଯାଉଛି, ୪ ଜଣ ମିଶି ଲୁହାରଡରେ ଟିଲୁକୁ ଆକ୍ରମଣ କରିଥିଲେ । ଏହି ୪ ଜଣ ଗୁଣ୍ଡା ଜେଲ ନମ୍ବର ୯ର ଫାଷ୍ଟ ଫ୍ଲୋରରେ ବନ୍ଦଥିଲେ । ଗ୍ରିଲ କାଟି ଏମାନେ ଗ୍ରାଉଣ୍ଡ ଫ୍ଲୋରକୁ ଆସିଥିଲେ । ଏହି ୪ ଗ୍ୟାଙ୍ଗଷ୍ଟରଙ୍କୁ ଚିହ୍ନଟ କରାଯାଇଛି । ସେମାନେ ହେଲେ ଦୀପକ, ଯୋଗେଶ, ରାଜେଶ ଏବଂ ରିୟାଜ । ଏହି ୪ ଜଣଙ୍କ ସମ୍ପର୍କ ଗୋଗୀ ଗ୍ୟାଙ୍ଗ ସହ ଥିଲା । ଏଠି କହିରଖିବୁ, ଜେଲର ୯ ନମ୍ବର ସେଲରେ ରହୁଥିଲା ଟୁଲୁ । ୮ ନମ୍ବର ସେଲରେ ରହୁଥିଲା ଯୋଗେଶ ଟୁଣ୍ଡା । କୌଣସି କଥାକୁ ନେଇ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା । ପରେ ଯୋଗେଶ ଏକ ଲୁହା ରଡ୍ ସହାୟତାରେ ତାଜପୁରିଆକୁ ଆକ୍ରମଣ କରିଥିଲା । ଏହା ପରେ ଟିଲୁ ଗୁରୁତର ଭାବେ ଆହତ ହୋଇଥିଲା । ପରେ ଜେଲ୍ ପ୍ରଶାସନ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଇଥିଲେ । ସେଠାରେ କିନ୍ତୁ ଟିଲୁ ପ୍ରାଣ ହରାଇଛି । ୨୦୨୧ ଦିଲ୍ଲୀର ରୋହିଣୀ କୋର୍ଟ ଗୁଳିକାଣ୍ଡର ମାଷ୍ଟରମାଇଣ୍ଡ ଥିଲା ଟିଲୁ ।