ସୋନପୁର : ସୁବର୍ଣ୍ଣପୁର ରେ ଅକ୍ଷୟ ତୃତୀୟା ଓ ଜିଲାସ୍ତରୀୟ କୃଷକ ଦିବସ ସ୍ଥାନୀୟ କୃଷି ବିଜ୍ଞାନ କେନ୍ଦ୍ର ପରିସରରେ ସମାରୋହରେ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ଜିଲା କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପକ୍ଷରୁ ଆୟୋଜିତ ଅକ୍ଷୀମୁଠି ଉତ୍ସବ ଆରମ୍ଭରେ ମାଟିମାତାଙ୍କ ଠାରେ ପୂଜାର୍ଚ୍ଚନା ପରେ ଜିଲାପାଳ ମଧୁସୂଦନ ମିଶ୍ର ଓ ଅତିରିକ୍ତ ଜିଲାପାଳ ଶରତ ଚନ୍ଦ୍ର ପଣ୍ଡା ଧାନ ବୁଣି ଅକ୍ଷୀମୁଠି ଅନୁକୁଳ କରିବା ସହ ଚଳିତ ବର୍ଷ ଉତ୍ତମ ବର୍ଷା ହୋଇ ଯେପରି ଜିଲାରେ କୃଷି ଓ କୃଷକର ଉନ୍ନତି ହେବ ସେଥିାଇଁ ଠାକୁରଙ୍କ ଠାରେ ପ୍ରାର୍ଥନା କରିଥିଲେ । କୃଷି ଉପ ନିର୍ଦେଶକ ସନ୍ତୋଷ କୁମାର ଜେନା, ସୋନପୁର ବିଡିଓ ରବିନ୍ଦ୍ର କୁମାର ପଟେଲ, ଜଳ ବିଭାଜିକା ପ୍ରକଳ୍ପ ନିର୍ଦ୍ଦେଶକ ବ୍ରଜମୋହନ ପାଣିଗ୍ରାହୀ, ଡିଡିଏମ୍ ନାବାର୍ଡ ତାପସ ଶଙ୍କର ରାଉତ, ଗଦାଧର ବାରିକ ପ୍ରମୁଖ ଉପସ୍ଥିତ ଥିଲେ । ଏହି ଅବସରରେ ଅନୁଷ୍ଠିତ ଜିଲା ସ୍ତରୀୟ କୃଷକ ଦିବସରେ ଜିଲାପାଳ ମଧୁସୂଦନ ମିଶ୍ର, ଅତିରିକ୍ତ ଜିଲାପାଳ ତଥା ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦେଶକ ଶରତ ଚନ୍ଦ୍ର ପଣ୍ଡା, କୃଷି ବିଜ୍ଞାନ କେନ୍ଦ୍ର ସଂଯୋଜକ ଡ. ଜୀବନଜିତ ସେନ, କୃଷି ଉପ ନିର୍ଦେଶକ ସନ୍ତୋଷ କୁମାର ଜେନା ପ୍ରମୁଖ ଯୋଗ ଦେଇ କୃଷି ଭିତ୍ତିକ ସୁବର୍ଣ୍ଣୁର ଜିଲାରେ ଯେପରି କୃଷୀ ଓ କୃଷକ ବିକାଶ ହୋଇ ପାରିବ ସେଥ୍ରିତି ପ୍ରଶାସନିକ ଅଧିକାରୀ ମାନେ ବିଶେଷ ଯତ୍ନବାନ ହେବା ସହ ଉପଯୁକ୍ତ ସମୟରେ ଚାଷୀଙ୍କୁ ଆବଶ୍ୟକ ସୂଚନା ଓ ପରାମର୍ଶ ଦେବାକୁ ଆହ୍ୱାନ ଦେଇଥିଲେ । ଏହି ସମସ୍ତ କାର୍ଯ୍ୟକ୍ରମରେ ବିଭିନ୍ନ ବିଭାଗର ଜିଲାସ୍ତରୀୟ ଅଧିକାରୀ ଉପସ୍ଥିତ ଥିଲେ ।
ସୋନପୁର ଜିଲ୍ଲା ପ୍ରତିନିଧି ସୁଶାନ୍ତ କୁମାର ସାହୁଙ୍କ ରିପୋର୍ଟ odiabarta.in
For latest news & updates, click on bell button and subscribe to notifications.
Like us on Facebook👇
Subscribe us on Youtube👇
Join our whatsapp group👇