କୋଲକାତା ସମ୍ମୁଖରେ ୧୪୫ ରନର ବିଜୟ ଲକ୍ଷ୍ୟ ରଖିଲା ଚେନ୍ନାଇ

ଓଡ଼ିଆ ବାର୍ତ୍ତା/ ଚେନ୍ନାଇ: ଚଳିତ ଆଇପିଏଲରେ ରବିବାର ଅନୁଷ୍ଠିତ ଦ୍ୱିତୀୟ ମୁକାବିଲାରେ ଚେନ୍ନାଇ ସୁପର କିଙ୍ଗସ ୧୪୫ ରନର ବିଜୟ ଲକ୍ଷ୍ୟ କୋଲକାତା ନାଇଟ ରାଇଡର୍ସ ସମ୍ମୁଖରେ ରଖିଛି । ଟସ ଜିତି ଚେନ୍ନାଇ ପ୍ରଥମେ ବ୍ୟାଟିଂ କରିବା ପାଇଁ ନିଷ୍ପତି ନେଇଥିଲା । ସ୍ପିନରଙ୍କୁ ସୁହାଉଥିବା ପିଚରେ ଦଳ ବଡ ସ୍କୋର କରିବାରେ ବିଫଳ ହୋଇଥିଲା । ଚେନ୍ନାଇ ୨୦ ଓଭରରେ ୬ ୱିକେଟ ହରାଇ ୧୪୪ ରନ କରିଥିଲା ।  ଶିବମ ଦୁବେ ସର୍ବାଧିକ ୪୮ ରନ କରି ନଟଆଉଟ ରହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଡେଭନ କନୱେ ୩୦ ଓ ରବୀନ୍ଦ୍ର ଜାଡେଜା ୨୦ ରନର ଇନିଂସ ଖେଳିଥିଲେ । ଅମ୍ବାତି ରାୟୁଡୁ (୪) ଓ ମୋଇନ ଅଲୀ (୧)ଫେଲ ମାରିଥିଲେ । କୋଲକାତା ପକ୍ଷରୁ ବରୁଣ ଚକ୍ରବର୍ତି ଓ ସୁନୀଲ ନାରିନ ୨ଟି ଲେଖାଁଏ ୱିକେଟ ଅକ୍ତିଆର କରିଥିଲେ ।କୋଲକାତା ୧୨ ମ୍ୟାଚରୁ ୧୦ ପଂଏଟ ହାସଲ କରିଛି । ଅପରପକ୍ଷରେ ଚେନ୍ନାଇ ୧୨ ମ୍ୟାଚରୁ ୧୫ ପଂଏଟ ହାସଲ କରି ପଂଏଟ ଟେବୁଲରେ ଦ୍ୱିତୀୟ ସ୍ଥାନରେ ରହିଛି । ଏହି ମ୍ୟାଚରେ ବିଜୟ ହାସଲ କଲେ ଦଳ ପ୍ଲେଅଫରେ ପ୍ରବେଶ କରିବ । ସ୍କୋର କମ ହୋଇଥିବାରୁ ଚେନ୍ନାଇ ବୋଲରଙ୍କ ଭଲ ବୋଲିଂ ପ୍ରଦର୍ଶନ କରିବାକୁ ପଡିବ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.