ଏଣିକି ସହଜରେ ମିଳିବ ହଜିଲା ମୋବାଇଲ; ଉନ୍ମୋଚିତ ହେଲା ସଞ୍ଚାର ସାଥୀ ପୋର୍ଟାଲ

ଓଡ଼ିଆ ବାର୍ତ୍ତା/ ଭୁବନେଶ୍ୱର: ମିଳିଯିବ ଚୋରି ହୋଇଥିବା କିମ୍ବା ହଜିଯାଇଥିବା ମୋବାଇଲ ଫୋନ୍ । ଫୋନକୁ ଠାବ କରିହେବ, ବ୍ଲକ ମଧ୍ୟ କରିହେବ । ଯାହା ଦ୍ୱାରା ଚୋରି କରିଥିବା କିମ୍ବା ପାଇଥିବା ଲୋକ ମୋବାଇଲ୍ ଫୋନ୍ ବ୍ୟବହାର କରିପାରିବ ନାହିଁ । ମୋବାଇଲ୍ ଚୋରି ଅଭିଯୋଗ ପାଇଁ ସଂଚାର ସାଥୀ ନାମକ ପୋର୍ଟାଲ ଉନ୍ମୋଚନ କରିଛନ୍ତି ଟେଲିକମ୍ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ଏହି ପୋର୍ଟାଲରେ ଫୋନ୍ ଚୋରି ଅଭିଯୋଗ ଆସିବା ପରେ ଅଭିଯୋଗକାରୀଙ୍କ ପରିଚୟ ଯାଞ୍ଚ କରାଯିବ । ଏହା ପରେ ଟେଲିକମ୍ ଅପରେଟର ଓ ଆଇନ ପ୍ରଣୟନକାରୀ ସଂସ୍ଥାଙ୍କ ମିଳିତ ଉଦ୍ୟମରେ ଫୋନକୁ ଠାବ କରି ବ୍ଲକ କରାଯିବ । ନିଜ ନାମରେ କେତୋଟି ସିମ୍ ରହିଛି ତାହାକୁ ମଧ୍ୟ ଲୋକେ ଏହି ପୋର୍ଟାଲ ମାଧ୍ୟମରେ ଜାଣିପାରିବେ । ଏହି ପୋର୍ଟାଲ ମୋବାଇଲ୍ ଚୋରାଚାଲାଣର ମଧ୍ୟ ଯାଞ୍ଚ କରିବ । ଯଦି କେହି ଚୋରି ମୋବାଇଲ ଆଇଏମ୍ଆଇ ନମ୍ବର ବଦଳାଇ ଦିଅନ୍ତି, ତଥାପି ସେହି ଫୋନକୁ ଠାବ କରିହେବ ।

ଆସନ୍ତୁ ଜାଣିବା, କିପରି ଏହି ପୋର୍ଟାଲ ଦ୍ୱାରା ଅଭିଯୋଗ କରିବେ ।

* Sancharsathi.gov.in ଓପନ କରିବାକୁ ହେବ
* ସେଥିରେ ଥିବା Block Stolen/Lost Mobileର ବିକଳ୍ପ ବାଛିବାକୁ ହେବ
*  ୱେବସାଇଟରେ ମୋବାଇଲ୍ ଓ ନିଜ ସମ୍ପର୍କରେ ମଗାଯାଇଥିବା ତଥ୍ୟ ଦେବାକୁ ହେବ
*  ମୋବାଇଲ୍ ନମ୍ବର, ଆଇଏମ୍ଆଇ ନମ୍ବର, ବ୍ରାଣ୍ଡ ନାମ ଆଦି ଦିଆଯିବ
* ମୋବାଇଲ ଚୋରି ହୋଇଥିବା ସ୍ଥାନ ଓ ହଜିଥିବା ତାରିଖ ଦେବାକୁ ପଡ଼ିବ
* ପୋଲିସ ଷ୍ଟେସନ୍, ଅଭିଯୋଗ ସଂଖ୍ୟା ଓ ଅଭିଯୋଗ କପ୍ ଦିଆଯିବ
*  ମୋବାଇଲ ମାଲିକଙ୍କ ନାମ, ଠିକଣା, ଇ-ମେଲ ଆଇଡି ଦେବାକୁ ହେବ
*  ସବୁ ତଥ୍ୟ ଦେବା ପରେ ସେଲଫ୍ ଡିକ୍ଲାରେସନ୍ ଫର୍ମ ଦାଖଲ କରାଯିବ
*  ଏହା ପରେ ଅଭିଯୋଗର ଏକ ଆଇଡି ଜାରି ହେବ
* ସେହି ଆଇଡି ଆଧାରରେ ଅଭିଯୋଗର ସ୍ଥିତି ଜାଣି ହେବ l

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.