ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲା ମ.ରାମପୁର ବୁରାଟ ସ୍ଥିତ ସେବା ଜଗତ ଆଦିବାସୀ ତାଳିମ କେନ୍ଦ୍ରରେ ଆଜି ୧ ତମ ଆର୍ଟ ଅଫ ଗିଭିଙ୍ଗ ସମାରୋହ ଅନୁଷ୍ଠିତ ହୋଇଯାଇଛି । କିଟ ଓ କିସ ବିଶ୍ଵ ବିଶ୍ଵ ବିଦ୍ୟାଳୟର ପ୍ରତିଷ୍ଠାତା ବିଶିଷ୍ଟ ଶିକ୍ଷାବିତ ତଥା କନ୍ଧମାଳ ଜିଲ୍ଲାର ସାଂସଦ ଡଃ ଅଚ୍ୟୁତ ସାମନ୍ତ ଙ୍କ ଦ୍ଵାରା ୨୦୧୩ ମସିହାରେ ମଇ ୧୭ ତାରିଖ ଦିନ ଆର୍ଟ ଅଫ ଗିଭିଙ୍ଗ ପ୍ରତିଷ୍ଠା ହୋଇଥିଲା। ସେହି ଦିନକୁ ମନେ ପକେଇବା ପାଇଁ ଆଜି ବିଶ୍ୱ ବ୍ୟାପି ଏହି ସମାରୋହ ପାଳନ ହୋଇଯାଇଛି ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ବରିଷ୍ଠ ସାମ୍ବାଦିକ ତଥା ସମାଜସେବୀ ଉଦ୍ଧବ ପଣ୍ଡା, ସାହିତ୍ୟକ କବି ଯୁବ ସାମ୍ବାଦିକ ହେମନ୍ତ ସାହୁ, ବିବେକ ସେନା ପ୍ରତିଷ୍ଠାତା ଡଃ ଶିବରାମ ନାଏକ, କିସ ର ପୁରାତନ ଛାତ୍ର ତଥା ଏମ୍ ରାମପୁର ଦୁର୍ଗା ମାଧବ ସରକାରୀ ଉଚ୍ଚ ବିଦ୍ୟାପୀଠ ଶିକ୍ଷକ କୁଳମଣି ପାତ୍ର, କିସ୍ ଷ୍ଟାପ ଗୀତା ନାଏକ , ସଶ୍ମିତା ନାଏକ, ସୁନିତା ତାଣ୍ଡି ସେବା ଜଗତ କର୍ମୀ ,ମଞ୍ଚପରିଚାଳନା ଓ ଧନ୍ୟବାଦ ଅର୍ପଣ କରିଥିଲେ ଦ୍ରୋଣାଚାର୍ଯ୍ୟ ମାଝୀ । ଏହି କାର୍ଯ୍ୟକ୍ରମ ରେ ୧୦୮ ଆମ୍ବୁଲାନ୍ସ ଡ଼୍ରାଇଭର,ଆଶା କର୍ମୀ, ଷ୍ଟାଫ୍ ନର୍ସ ପଞ୍ଚାୟତ ସଫେଇ କର୍ମଚାରୀ ଙ୍କୁ ଅତିଥି ମାନଙ୍କ ଦ୍ଵାରା ଗିଫ୍ଟ ପ୍ରଦାନ କରିଥିବାବେଳେ କିଟ ରେ ପାଠ ପଢୁଥିବା ଛାତ୍ର ଛାତ୍ରୀ ମାନଙ୍କ ଅଭିଭାବକ ମହିଳା ପୁରୁଷ ଯୋଗଦେଇ ଥିଲେ ।