ରାବଡ଼ୀ ଦେବୀଙ୍କ ବୟାନ ରେକର୍ଡ କଲା ଇଡି


ପାଟନା: ଚାକିରି ବଦଳରେ ଜମି ଦୁର୍ନୀତି ମାମଲାରେ ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ରାବଡ଼ି ଦେବୀଙ୍କ ବୟାନ ରେକର୍ଡ କଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। ଏହା ପୂର୍ବରୁ ମାମଲାରେ ସ୍ୱାମୀ ତଥା ପୂର୍ବତନ ରେଳମନ୍ତ୍ରୀ ଲାଲୁ ପ୍ରସାଦ ଯାଦବ ଓ ତାଙ୍କୁ ପ୍ରଶ୍ନ କରିସାରିଛି ସିବିଆଇ। ଆଜି ଆର୍ଥିକ ହେର୍‌ଫେର୍‌ ମାମଲାରେ ଇଡି ରାବଡ଼ିଙ୍କ ବୟାନ ରେକର୍ଡ କରିଛି।

ଲ୍ୟାଣ୍ଡ ଫର୍ ଜବ୍ ଦୁର୍ନୀତି ମାମଲା ୧୪ ବର୍ଷ ତଳର ଘଟଣା। ଲାଲୁ ପ୍ରସାଦ ଯାଦବ କେନ୍ଦ୍ର ରେଳମନ୍ତ୍ରୀ ଥିବା ବେଳେ ରେଲଓ୍ୱେର ଲୋକଙ୍କୁ ଚାକିରି ଦେବା ବଦଳରେ ତାଙ୍କ ଜମି ହଡ଼ପ କରିଥିଲେ ବୋଲି ଅଭିଯୋଗ ହୋଇଛି। ଲାଲୁ ୨୦୦୪ ରୁ ୨୦୦୯ ପର୍ଯ୍ୟନ୍ତ ରେଳ ମନ୍ତ୍ରୀ ଥିଲେ।

ସିବିଆଇ ଏହି ମାମଲାରେ ୧୮ ମଇରେ ମାମଲା ରୁଜୁ କରିଥିଲା। ସିବିଆଇର କହିବା ଅନୁସାରେ, ଲୋକଙ୍କୁ ପ୍ରଥମେ ରେଲଓ୍ୱେ ଗ୍ରୁପ୍ ଡି’ ପଦରେ ସବଷ୍ଟିଚ୍ୟୁଟ୍ ଭାବରେ ଭର୍ତ୍ତି କରାଯାଇଥିଲା ଓ ଯେତେବେଳେ ତାଙ୍କ ପରିବାର ଜମି ଡିଲ୍ କରିଥିଲା, ସେତେବେଳେ ତାଙ୍କୁ ରେଗୁଲାର କରିଦିଆଯାଇଛି। ଏହି ଜମିଗୁଡ଼ିକ ଶସ୍ତା ଦରରେ ଲାଲୁ ଯାଦବଙ୍କ ପରିବାର ବିକ୍ରି କରାଯାଇଥିଲା ନହେଲେ ସେମାନଙ୍କୁ ଚାକିରି ବଦଳରେ ଜାଗା ଉପହାର ଦେବାକୁ ଆଶାୟୀଙ୍କୁ ବାଧ୍ୟ କରାଯାଇଥିଲା।

ଏହି ମାମଲାରେ ମାର୍ଚ୍ଚ ମାସରେ ସିବିଆଇ ଲାଲୁ ଯାଦବଙ୍କୁ ପଚରାଉଚରା କରିଥିଲା। ୨୦୨୨ ଅକ୍ଟୋବରରେ ସିବିଆଇ ଏହି ମାମଲାରେ ୧୬ ଜଣଙ୍କ ବିରୋଧରେ ଚାର୍ଜଶିଟ୍ ଦାଖଲ କରିଥିଲା।  ଏହି ୧୬ ଜଣଙ୍କ ମଧ୍ୟରେ ଲାଲୁ ଯାଦବ, ତାଙ୍କ ପତ୍ନୀ ରାବଡ଼ି ଦେବୀ, ପୁଅ ତେଜସ୍ୱୀ ଯାଦବ ଓ ଝିଅ ମିଶାଙ୍କ ନାଁ ବି ରହିଛି। ପ୍ରାରମ୍ଭିକ ତଦନ୍ତରେ ଲାଲୁଙ୍କ ବିରୋଧରେ ପ୍ରମାଣ ମିଳିବା ପରେ ଚାର୍ଜଶିଟ୍ ଦାଖଲ କରାଯାଇଥିଲା ବୋଲି ସିବିଆଇ କହିଛି।

ଲାଲୁ କିଡ୍‌ନୀ ଅପରେସେନ ହୋଇ ସୁସ୍ଥ ହୋଇ ଦୁବାଇରୁ ଫେରିବା ପରେ ଚଳିତ ବର୍ଷ ଫେବ୍ରୁଆରୀ ୨୭ ତାରିଖରେ ସ୍ୱତନ୍ତ୍ର କୋର୍ଟ ବିଚାରପତି ଗୀତାଞ୍ଜଳୀ ଗୋୟଲ ମାମଲାରେ ଲାଲୁଙ୍କୁ ସମନ କରିଥିଲେ। ମାର୍ଚ୍ଚ ୧୬ ତାରିଖରେ କୋର୍ଟରେ ହାଜର ହେବାକୁ ନିର୍ଦ୍ଦେଶ ଦେଇଥିଲେ।

 

ଏହାପରେ ମାର୍ଚ୍ଚ ୧୫ ତାରିଖରେ ଲାଲୁଙ୍କ ସମେତ ପତ୍ନୀ ରାବଡ଼ି ଦେବୀ ଝିଅ ମିଶା ଭାରତୀଙ୍କୁ ଜାମିନ ଦେଇଥିଲେ ଦିଲ୍ଲୀ କୋର୍ଟ। ୫୦ ହଜାର ବେଲ୍ ବଣ୍ଡ ଓ ସିୟୋରିଟିରେ ସମସ୍ତଙ୍କୁ ଜାମିନ ମିଳିଯାଇଥିଲା।



Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.