ଆରମ୍ଭ ହେଲା ଜୋଲକୋ ରେତ ନଦୀ ବ୍ରିଜ ମରାମତି କାର୍ଯ୍ୟ

ଓଡ଼ିଆ ବାର୍ତ୍ତା/ କେସିଙ୍ଗା (ମଧୁସୂଦନ ଠାକୁର): ଆରମ୍ଭ ହେଲା ବହୁ ପ୍ରତିକ୍ଷିତ ଜୋଲକୋ ରେତ ନଦୀ ବ୍ରିଜ ମରାମତି କାମ । ଜାତୀୟ ରାଜପଥ ୨୬ ଉପରେ ବ୍ରିଜ କାମ ଚାଲିଛି । ଏହିକାମ ମଇ ୨୨ରୁ ଆରମ୍ଭ ହେବାର ଥିଲା କିନ୍ତୁ ପ୍ରଶାସନିକ କାରଣ ବସତଃ ଏହା ଆଜି (ମଇ ୨୩) ଠାରୁ ଆରମ୍ଭ ହୋଇଛି । ଆଜି ସକାଳ ୬ ଘଣ୍ଟା ଠାରୁ କଳାହାଣ୍ଡି ଜିଲ୍ଲା ପ୍ରଶାସନ ଏବଂ ଏନ୍ଏଚ ବିଭାଗର ମିଳିତ ସହଯୋଗରେ ଭବାନୀପାଟଣା ଠାରୁ ଅମାଠ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ବେରିକେଟ ଲଗାଇ କାମ ଆରମ୍ଭ କରାଯାଉଛି। ବଡ଼ ଓ ଛୋଟ ଯାନ ବାହାନ ପାଇଁ ଏନ୍ଏଚ ବିଭାଗ ପକ୍ଷରୁ ରୁଟ ଡାଏଭରସନର ସୂଚନା ଆଗରୁ ଦିଆ ଯାଇଛି । ପ୍ରତେକ ମୂଖ୍ୟ ଛକ ମାନଙ୍କରେ ପୋଲିସ ମୁତୟନ ହୋଇ ଗାଡ଼ି ଚାଳକ ମାନଙ୍କୁ ରାସ୍ତା ଡ଼ାଏଭର୍ସନ୍ ବିଷୟରେ ଅବଗତ କରାଯାଉଛି । ଏହି ମରାମତି କାମ ୨୩, ୨୪ ଓ ୨୫ ତାରିଖ ତିନିଦିନ ଧରି ଚାଲିବ ତେଣୁ ମୂଖ୍ୟଯନ୍ତ୍ରୀ ଏନ୍ଏଚ ବିଭାଗ ଜନସାଧାରଣଙ୍କ ସହଯୋଗ କାମନା କରିଛନ୍ତି‌।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.