ଓଡ଼ିଆ ବାର୍ତ୍ତା/ ବଲାଙ୍ଗୀର (ପ୍ରମୋଦ ସେଲମା): ବଲାଙ୍ଗୀର ଜିଲ୍ଲା ସଇଁତଲା ଥାନା ଟିକ୍ରାପଡା ଫାଣ୍ଡି ଅନ୍ତର୍ଗତ ଦେଓଗାଁ ଗ୍ରାମର ବୁଦ୍ଧଦେବ ନାଗ (୨୯)ଙ୍କୁ ଗତ ୨୧ ତାରିଖ ରାତ୍ରିରେ ପଥରରେ ଛେଚି ହତ୍ୟା କରିଥିବା ଘଟଣାର ପର୍ଦାଫାଶ ହୋଇଛି l ଏଥିରେ ୨ ଜଣ ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରି ସଇଁତଲା କୋର୍ଟ ଚାଲାଣ କରିଛି l ଗିରଫ ଅଭିଯୁକ୍ତ ଦ୍ୱୟ ହେଲେ ଦେବାଶିଷ ବେଣ୍ଟକାର (୨୫) ଓ ନକୁଳ ନାଗ (୧୮) ଉଭୟଙ୍କ ଘର ଦେଓଗାଁ ବୋଲି ଜଣାପଡିଛି | ପୁଲିସର ସୂଚନା ଅନୁସାରେ, ଗତ ୨୧ ତାରିଖ ରବିବାର ରାତିରେ ୩ ଜଣ ଏକ ବାଇକ ଯୋଗେ ଦେଓଗାଁ ମଦ ଭାଟି ମଦ ଆଣିବାକୁ ଯାଇଥିଲେ l ଏହାପରେ ଖଳାକୁ ଯାଇ ଏକାସଙ୍ଗରେ ମଦ ପିଇ ଥିଲେ l ବୃଦ୍ଧଦେବ ପୂର୍ଵରୁ ଡିଜେ ଗାଡି ଚଳାଉଥିଲେ ପରେ ଦେବାଶିଷଙ୍କ ପାଖରେ ରହି ମିସ୍ତ୍ରୀ ଭାବେ କାମ କରୁଥିଲେ l ତେବେ ମୃତ ବୁଦ୍ଧଦେବ ଦେବାଶିଷଙ୍କୁ ପାରିଶ୍ରମିକ ଟଙ୍କା ମାଗିବାରୁ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା l ଏହାପରେ ଉତ୍ୟକ୍ତ ହୋଇ ଦେବାଶିଷ ଓ ତାଙ୍କ ସହଯୋଗୀ ନକୁଳ ପଥରରେ ମୁଣ୍ଡରେ ଛେଚିଥିଲେ ତେବେ ବୁଦ୍ଧଦେବ ରାତି ସାରା ଅଚେତ ଅବସ୍ଥାରେ ପଡି ରହିବାରୁ ୨ଜଣ ଛାଡି ଫେରାର ହୋଇଥିଲେ l ଏହାର ପରଦିନ ଅର୍ଥାତ ୨୨ ତାରିଖ ସକାଳେ ଖଳା ଠାରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ମୃତ ଦେହ ପଡ଼ିଥିବା ଦେଖି ଲୋକେ ପୁଲିସକୁ ଖବର ଦେଇଥିଲେ l ଘଟଣାର ଖବର ପାଇଁ ଟିଟିଲାଗଡ଼ ଏସଡିପିଓ ଅଙ୍କିତା କୁମ୍ଭୀରଙ୍କ ତତ୍ତ୍ୱବଧାନରେ ସଇଁତଲା ଏସଆଇ ଶଙ୍କରଲାଲ ମିର୍ଦ୍ଧା, ଟିକ୍ରାପଡା ଫାଣ୍ଡି ଅଧିକାରୀ ଗୋପାଳ ମିଶ୍ର, ବଲାଙ୍ଗୀର ସାଇଣ୍ଟିଫିକ ଟିମ ଓ ସନ୍ଧନୀ କୁକୁର ଦଳ ଘଟଣା ସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଥିଲେ l ମୃତ ଯୁବକଙ୍କ ମା ମହିମା ନାଗ ପୁଅକୁ ହତ୍ୟା କରାଯାଇଥିବା ନେଇ ଅଭିଯୋଗ ପରେ ସଇଁତଲା ଥାନା କେଶ କେଶ ନଂ ୧୧୩/୨୩ ରେ ଏକ ହତ୍ୟା ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରି ୨ ଜଣଙ୍କୁ ଗିରଫ କରି ଥାନାରେ ଅଟକ ରଖି ପଚରା ଉଚରା ବେଳେ ହତ୍ୟା କରିଥିବା ଘଟଣା ସ୍ୱୀକାର କରିଥିଲେ l ଏ ନେଇ ଅଭିଯୁକ୍ତଙ୍କୁ ସଇଁତଲା କୋର୍ଟ ଚାଲାଣ କରାଯାଇଥିଲା ଜାମିନ ନା ମଞ୍ଜୁର ହେବାରୁ ଅଭିଯୁକ୍ତ ଦ୍ୱୟଙ୍କୁ ଟିଟିଲାଗଡ଼ ବିଚାର ବିଭାଗୀୟ ହାଜତକୁ ପଠାଯାଇଥିବା ଜଣାପଡିଛି l