ନର୍ଲାରୋଡ଼ ଦୁର୍ଗା ମନ୍ଦିର ପ୍ରତିଷ୍ଠା ପାଇଁ ଭବ୍ୟ କଳସ ଶୋଭାଯାତ୍ରା

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ଅଧିନସ୍ଥ ସର୍ଗିଗୁଡା ଗ୍ରାମ ପଞ୍ଚାୟତର ନର୍ଲାରୋଡ଼ ଦୁର୍ଗା ମନ୍ଦିର ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମ ୭ ଦିନ ଧରି ଚାଲିବାକୁ ରହିଥିବା ବେଳେ ଏନେଇ ଶୁକ୍ରବାର ସନ୍ଧ୍ୟା ୫ ଘଣ୍ଟା ସମୟରେ ସାନ୍ଦୁଲ ନଦୀରୁ ମନ୍ଦିର ଯାଏଁ ଅଢେଇ କିମି ବ୍ୟାପୀ ଭବ୍ୟ କଳସ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା । ଏଥିରେ ୧୧୦୦ରୁ ଉର୍ଦ୍ଧ୍ବ ଭକ୍ତ ସାମିଲ ହୋଇଥିଲେ । ୧୦୦୦ରୁ ଉର୍ଦ୍ଧ୍ବ ମହିଳା ଭକ୍ତ କଳସ ମୁଣ୍ଡେଇ ଯଜ୍ଞ ମଣ୍ଡପକୁ ନେଇ ଆସିଥିଲେ । ନଦୀ ପଠାରେ ପଣ୍ଡିତ ମାନଙ୍କ ପୂଜାପାଠ ପରେ କଳସ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା । ମା ଦୁର୍ଗା ମନ୍ଦିର ପ୍ରାଣ ପ୍ରତିଷ୍ଠା ଓ ଏଥି ନିମିତ୍ତ ୨୪ ପ୍ରହର ନାମଯଜ୍ଞ ଉଭୟ ପାଇଁ କଳସ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା । ମନ୍ଦିର ପ୍ରାଣ ପ୍ରତିଷ୍ଠାର ପୂଜା କର୍ତ୍ତା ପ୍ରଜ୍ଞା କେଡ଼ିଆ ଓ ବିମଲ କୁମାର କେଡ଼ିଆ, ମମତା ଜୈନ ଓ ହମେଶ କୁମାର ଜୈନ, ତରୂଲତା ବିଶ୍ଵାଳ ଓ ଜହଲାଲ ବିଶ୍ଵାଳ, ମଞ୍ଜୁ ଜୈନ ଓ କମରଲାଲ ଜୈନ, ଅମର ରାଉତ ଓ ସତ୍ୟଭାମା ରାଉତ ଏଭଳି ପଞ୍ଚ ଦମ୍ପତି ଯୋଡି ପୂଜା କର୍ତ୍ତା ମୁଖ୍ୟ କଳସ ମୁଣ୍ଡେଇ ଆଗରେ ରହିଥିଲେ ।

(କ୍ଲିକ୍ କରି ଦେଖନ୍ତୁ ଭିଡ଼ିଓ)

ନର୍ଲାରୋଡ଼, ସର୍ଗିଗୁଡା, ତୁଳା ଗାଁ, ଉଲିସିରକା ସମେତ ସର୍ଗିଗୁଡା ଗ୍ରାମ ପଞ୍ଚାୟତର ୮ ଖଣ୍ଡ ଗାଁର ଶ୍ରଦ୍ଧାଳୁ ଭକ୍ତ ଏଥିରେ ସାମିଲ ହୋଇଥିଲେ । ସନ୍ଧ୍ୟା ୫ ରୁ ୭ ଦୁଇ ଘଣ୍ଟାଧରି ସିଂ, ମାଦଲ, ଘଣ୍ଟ ବାଦ୍ୟ, ସଂକୀର୍ତ୍ତନ ବାଦନରେ ଭବ୍ୟ କଳସ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା । ଏଠାରେ ପ୍ରକାଶ ଯୋଗ୍ୟ ଯେ ଗୁରୁବାର ପ୍ରଥମ ଦିନରେ ଅଧିବାସ ଓ ଅଙ୍କୁରାରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । ସକାଳ ୯ ଘଣ୍ଟା ସମୟରେ ପ୍ରଥମ ପୂଜା ଭାବରେ ମା ଦୁର୍ଗା ମନ୍ଦିର ପରିସରରେ କାୟ ଶୋଧନ ନିମିତାର୍ଥେ ପଞ୍ଚଗବ୍ୟ ପ୍ରସ୍ତୁତି କରଣ ଓ ଚନ୍ଦ୍ର ପୂଜା ଅନୁଷ୍ଠିତ ହୋଇଥିଲା । ଏହାପରେ ସକାଳ ୧୦ ଘଣ୍ଟା ସମୟରେ ଅଙ୍କୁରାରୋପଣ ଓ ଅଧିବାସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମ ଗୁଡିକ ଯାଜପୁର ର ବ୍ରହ୍ମା ପଣ୍ଡିତ ଯଜ୍ଞାଚାର୍ଯ୍ୟ ରମେଶ କୁମାର ପତି, ଯଜ୍ଞାଚାର୍ଯ୍ୟ ଗୋବିନ୍ଦ ପାଢ଼ୀ ପରିଚାଳନା କରିଥିବା ବେଳେ ପଣ୍ଡିତ ମନୋରଞ୍ଜନ ପତି, ମହେଶ୍ବର ପଣ୍ଡା, ଇନ୍ଦ୍ରମଣି ପତି, ମଧୁସୂଦନ ସୁବ୍ରତ ମିଶ୍ର ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ । ପରିଚାଳନା କମିଟିର ବରିଷ୍ଠ ସଦସ୍ୟ ସୁଲେଖଚନ୍ଦ ଜୈନ, ନନ୍ଦକିଶୋର ଜେନା, ଚକ୍ରଧର ସା, କଳାହାଣ୍ଡି ସାଂସଦଙ୍କ ନର୍ଲା ପ୍ରତିନିଧି ପ୍ରଦୀପ କୁମାର ନାଏକ, ଜହରଲାଲ ବିଶ୍ଵାଳ, ରାଜା ପରିଡା, ମଧୁ ସୁଦନ ରାଉତ, ଶରତ ଚନ୍ଦ୍ର ସାହାଣୀ, ରାଜୀନ ସାହୁ, ସାନକୁନୁ ଚାନ୍ଦ, ସୁଲେଖ ଚନ୍ଦ ଜୈନ, ବାବୁଲା ମହାରଣା, ଦୀପକ ଜୈନ ଫକ ପାଢ଼ୀ, ବାବୁଲା ରାଉତ, ବିନାୟକ ମହନ୍ତ, ତୀର୍ଥ ବୁଦ୍ଧିଆ, ଓଁପ୍ରକାଶ ଚୌଧୁରୀ, ମୁକେଶ ଅଗ୍ରୱାଲ, ରାଜୀନ ସାହୁ, ଓଁ ପ୍ରକାଶ ପୂଝାରୀ, ପିତାମ ପ୍ରମୁଖ କଳସ ଯାତ୍ରା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଏହି ଦୁର୍ଗା ମନ୍ଦିର ପ୍ରାଣ ପ୍ରତିଷ୍ଠାରେ ୨୪ ପ୍ରହର ଅଖଣ୍ଡ ନାମଯଜ୍ଞ ମଧ୍ୟ ରହିଛି । ଶୁକ୍ରବାର ନାମଯଜ୍ଞ ପାଇଁ କଳସ ଯାତ୍ରା ଅନୁଷ୍ଠିତ ସମ୍ପନ୍ନ ହୋଇ ସାରିଥିବା ବେଳେ ଆସନ୍ତା କାଲି ଚତୁର୍ଥ ଦିନରେ ୨୪ ପ୍ରହର ନାମଯଜ୍ଞ ପାଇଁ ନାମ ଆରମ୍ଭ ହେବ । ନାମଯଜ୍ଞ ପୂଜା କର୍ତ୍ତା ଭାବରେ ସବିତା ପଧାନ ଓ ସଂକୀର୍ତ୍ତନ ପଧାନ ଦମ୍ପତି ଦାଇତ୍ୱ ନିର୍ବାହନ କରୁଥିବା ବେଳେ ପୂଜକ ପଣ୍ଡିତ ଭାବରେ ତୁଳାପଡା ର ତରୁ ପାଢ଼ୀ ଓ ନିକୁଞ୍ଜ ପାଢ଼ୀ ରହି ପୂଜନ କାର୍ଯ୍ୟ ପରିଚାଳନା କରୁଥିବା ଜଣାପଡିଛି । ଏହି କାର୍ଯ୍ୟକ୍ରମ ଆସନ୍ତା ୩୧ ଯାଏଁ ଚାଲିବ । ଏହି ଦୁର୍ଗା ମନ୍ଦିର ପ୍ରାଣ ପ୍ରତିଷ୍ଠା ଓ ନାମଯଜ୍ଞ ରେ ପ୍ରତ୍ୟହ ୫୦୦୦ ଭକ୍ତଙ୍କ ପାଇଁ ଅନ୍ନଛତ୍ରରେ ଅନ୍ନ ପ୍ରସାଦ ସେବନର ବ୍ୟବସ୍ଥା ରହିଥିବା ପରିଚାଳନା କମିଟିର ସଭାପତି ବିମଲ କୁମାର କେଡ଼ିଆ ସୂଚନା ଦେଇଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.