ଅଜଣା ଗାଡ଼ି ଧକ୍କାରେ ରାସ୍ତାକଡ଼କୁ ଖସିପଡିଲା କାର୍

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): କଳାହାଣ୍ଡି ଜିଲ୍ଲା ମୁଖ୍ୟାଳୟ ଭବାନୀପାଟଣାରୁ ରାୟଗ଼ଡକୁ ସଂଯୋଗ କରୁଥିବା ୬ ନମ୍ବର ରାଜ୍ୟ ରାଜପଥର ଛତିକୁଡ଼ା ଛକରୁ କିଡିଙ୍ଗ ପର୍ଯ୍ୟନ୍ତ ରାସ୍ତା ଏବେ ମରଣଯନ୍ତା ପାଲଟିଛି । ଏଇ ରାସ୍ତାରେ ପ୍ରତିଦିନ ଦୁର୍ଘଟଣା ସଂଖ୍ୟା ବଢ଼ି ଚାଲିଥିବାବେଳେ କଳାହାଣ୍ଡି ଜିଲ୍ଲା ପୂର୍ତ୍ତ ବିଭାଗ ନିକଟରେ ବାରମ୍ବାର ଅଭିଯୋଗ କଲେ କେବଳ କ୍ରସରଗୁଣ୍ଡ ପକେଇ ଦାୟିତ୍ବ ସାରିଦେଉଛି । ଏହିପରି ଭାବେ ଆଜି ଦିନ ୧୨ଟା ସମୟରେ କୌଣସି ଏକ ଅଜଣା ଗାଡ଼ି ଧକ୍କାରେ ଏକ କାର କିଡିଙ୍ଗ ନିକଟସ୍ଥ ବେହେରା ପୋଲ ନିକଟରେ ରାସ୍ତା ତଳକୁ ଖସି ପଡ଼ିଛି । ଏଥିରେ କାର୍ ଚାଣକ ସମେତ ଅନ୍ୟମାନେ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ଏ ସଂପର୍କରେ ଖବର ପାଇ ସିକେରକୁପା ଫାଣ୍ଡି ଅଧିକାରୀ ସୁବାସ ଚନ୍ଦ୍ର ଗୁରୁ, ପୁଲିସ କର୍ମଚାରୀ ଗୋକୁଳ ଚନ୍ଦ୍ର ସାହୁ, ବିଶ୍ବନାଥ ମହଲା ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର ଓ ତଦନ୍ତ କାର୍ଯ୍ୟ ଆରମ୍ଭ କରିଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.