କଂଗ୍ରେସର ଗ୍ୟାରେଣ୍ଟି ଯୋଜନା ଦେଶକୁ ଦେବାଳିଆ କରିଦେବ -ପ୍ରଧାନମନ୍ତ୍ରୀ

ଓଡ଼ିଆ ବାର୍ତ୍ତା/ ନୂଆଦିଲ୍ଲୀ: ଭୋଟ ହାତେଇବା ପାଇଁ ଏବେ ପ୍ରମୁଖ ଅସ୍ତ୍ର ସାଜିଛି ଗ୍ୟାରେଣ୍ଟି ଯୋଜନା । ଏହି ଗ୍ୟାରେଣ୍ଟି ଯୋଜନାକୁ ପ୍ରୟୋଗ କରି କଂଗ୍ରେସ କର୍ଣ୍ଣାଟକ କ୍ଷମତା ହାତେଇଥିବାବେଳେ ଏବେ ଅନ୍ୟ ଦଳ ବି ଏହାକୁ ଅନୁକରଣ କରିବା ଆରମ୍ଭ କରି ଦେଲେଣି । ଏପରକି କଂଗ୍ରେସ ରାଜସ୍ଥାନରେ ମଧ୍ୟ ଏହି ଅସ୍ତ୍ର ପ୍ରୟୋଗ କରିସାରିଲାଣି ।ରାଜସ୍ଥାନର କଂଗ୍ରେସ ସରକାର ଜୁନ ୧ ତାରିଖରୁ ଘର ପିଛା ଶହେ ୟୁନିଟ ଲେଖା ମାଗଣା ବିଜୁଳି ଯୋଗାଇ ଦେବାକୁ ଘୋଷଣା କରିଛନ୍ତି। ଏହାଦ୍ୱାରା ପ୍ରାୟ ଏକ କୋଟି ଘରୋଇ ବିଦ୍ୟୁତ ଉପଭୋକ୍ତା ଉପକୃତ ହେବେ ବୋଲି କୁହାଯାଇଛି। ଏ ସମ୍ପର୍କିତ ବିଲ ରାଜ୍ୟ ବଜେଟରେ ପାସ ହେବା ପରେ ଆଇନରେ ପରିଣତ ହେବ । ଏହି ଯୋଜନା ପାଇଁ ଗେହଲଟ ସରକାରଙ୍କୁ ୫ ହଜାର ୨୦୦ କୋଟି ଟଙ୍କାର ଅତିରିକ୍ତ ବୋଝ ସହିବାକୁ ପଡ଼ିବ ।ଅନ୍ୟପକ୍ଷେ ଏପରି ଗ୍ୟାରେଣ୍ଟି ଯୋଜନାକୁ ନେଇ  ବର୍ଷିଛନ୍ତି ପ୍ରଧାନମନ୍ତ୍ର ନରେନ୍ଦ୍ର ମୋଦି । କଂଗ୍ରେସର ଏପରି ଗ୍ୟରେଣ୍ଟ ଯୋଜନା  ଦେଶକୁ ଦେବାଳିଆ କରିଦେବ  ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ । ରାଜସ୍ଥାନ ଅଜମେରରେ ଏକ ରାଲିରେ ଉଦବୋଧନ ଦେବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି  ବିଭିନ୍ନ ରାଜ୍ୟରେ କଂଗ୍ରେସ ଯେଉଁ ‘ଗ୍ୟାରେଣ୍ଟି ଫର୍ମୁଲା’ ଆଣୁଛି ତାହା   ରାଜ୍ୟକୁ ଅସ୍ଥିରତା ଆଡ଼କୁ ନେବାକୁ ଚେଷ୍ଟା କରୁଛି । କଂଗ୍ରେସର ଏହି ଫର୍ମୁଲା ଦେଶକୁ ଦେବାଳିଆ କରିଦେବ । ୫୦ ବର୍ଷ ତଳେ କଂଗ୍ରେସ ଦେଇଥିବା ଗ୍ୟରେଣ୍ଟି ଯୋଜନା  ଦାରିଦ୍ର୍ୟ ହଟାଓ ଆଜିଯାଏ ପୂରଣ ହୋଇପାରିଲା ନାହିଁ ।   ନିକଟରେ କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ କଂଗ୍ରେସର ବିଜୟ ପଛରେ ଏହି ମାଗଣା ଯୋଜନା ରହିଛି ବୋଲି ବିଜେପି ଅଭିଯୋଗ କରିଛି । ଆଗକୁ ରାଜସ୍ଥାନ ସମେତ ମଧ୍ୟପ୍ରଦେଶ ଓ ଛତିଶଗଡରେ ବିଧାନସଭା ନିର୍ବାଚନ ହେବାକୁ ଥିବାବେଳେ  କଂଗ୍ରେସ ଆଜିଠାରୁ ଏହାକୁ ଆପଣେଇଲାଣି । ମାଗଣା ବିଜୁଳି ଠାରୁ ଆରମ୍ଭ କରି ମାଗଣା ଗ୍ୟାସ ପର୍ଯ୍ୟନ୍ତ ଯୋଗାଇ ଦେବାକୁ  ପ୍ରତିଶ୍ରୁତି ଦେଉଛି କଂଗ୍ରେସ । ତେବେ ଏପରି ଗ୍ୟାରେଣ୍ଟି ଯୋଜନା ଦେଶକୁ ଦେବାଳିଆ କରିଦେବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.