ସନତ କୁମାର ସାହୁ ପାଇବେ ପ୍ରକୃତି ବନ୍ଧୁ ପୁରସ୍କାର 

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନବୀନ କିଶୋର ସାହୁ): ଚଳିତ ବର୍ଷ କଳାହାଣ୍ଡି ଜିଲ୍ଲାର ୭ ଜଣ ପ୍ରକୃତି ବନ୍ଧୁ ପୁରସ୍କାର ପାଇବାକୁ ଯୋଗ୍ୟ ବିବେଚିତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରେ ଅଛନ୍ତି କର୍ଲାମୁଣ୍ଡା ବ୍ଲକ ଅନ୍ତର୍ଗତ ଯୋରାଡବରା ପଞ୍ଚାୟତ କୁସୁର୍ଲା (ହଜାରୀପଡା) ଗ୍ରାମର ସ୍ବେଛାସେବୀ ସନତ କୁମାର ସାହୁ । ସନତ କୁମାର ସାହୁ କୁସୁର୍ଲା (ହଜାରୀପଡା) ଗ୍ରାମର ସ୍ବର୍ଗତ ଧନପତି ସାହୁ ଓ ଯୌବନି ସାହୁଙ୍କ ସୁପୁତ୍ର । ଶ୍ରୀ ସାହୁ କର୍ଲାମୁଣ୍ଡା ବ୍ଲକ ଓ ମ.ରାମପୁର ବ୍ଲକର ବିଭିନ୍ନ ଯୁବ ଅନୁଷ୍ଠାନ ମାନଙ୍କ ସହଯୋଗରେ ଗାଁ ରାସ୍ତା, ମନ୍ଦିର, ପୋଖରୀ, ଝରଣା, ନଈକୂଳ, ଡାକ୍ତର ଖାନା, ପୋଲିସ ଷ୍ଟେସନ, ବଜାର ପଡିଆ, ସ୍କୁଲ, କଲେଜ ଆଦି ବିଭିନ୍ନ ସ୍ଥାନରେ ସ୍ୱଚ୍ଛଭାରତ କାର୍ଯ୍ୟକ୍ରମ ଓ ବୃକ୍ଷ ରୋପଣ କରି ଜଙ୍ଗଳକୁ ନିଆଁ ଦାଉରୁ ରକ୍ଷା କରିବା ଓ ମନୁଷ୍ୟ ସମାଜ ପାଇଁ ଜଳଛତ୍ରର ବ୍ୟବସ୍ଥା ତ ଆଉ କେତେବେଳେ ବନ୍ୟଜନ୍ତୁ, ସରିସୃପ, ପକ୍ଷୀ ଓ ଗୃହ ପାଳିତ ପଶୁ ମାନଙ୍କ ପାଇଁ ପାନୀୟ ଜଳର ବ୍ୟବସ୍ତା ସହ ଜଳ ସୁରକ୍ଷା ଓ ମୃତିକା ସଂରକ୍ଷଣ ଉପରେ ଅନେକ ଗୁଡିଏ କାର୍ଯ୍ୟକ୍ରମ ମାନ କରି ଲୋକ ମାନଙ୍କୁ ସଚେତନ କରିଛନ୍ତି । ଏହାସହ ମହାମାରୀ କରୋନା ସମୟରେ ମଧ୍ୟ ତାଙ୍କ ସେବାର ପଟାନ୍ତର ନାହିଁ । ତେଣୁ ପରିବେଶ ଉପରେ ବିଭିନ୍ନ କାର୍ଯ୍ୟକ୍ରମମାନ କରିଥିବାରୁ ସନତ କୁମାର ସାହୁଙ୍କୁ ଓଡିଶା ସରକାରଙ୍କ ଜଙ୍ଗଲ ଓ ପରିବେଶ ସୁରକ୍ଷା ବିଭାଗ ଦ୍ଵାରା ପ୍ରକୃତି ବନ୍ଧୁ ପୁରସ୍କାର ପାଇଁ ମନୋନୀତ କରାଯାଇଥିବା ଜଣାପଡ଼ିଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.