କେନ୍ଦୁପତ୍ର ତୋଳାଳୀଙ୍କ ନୂଆପଡା ଜିଲ୍ଲାପାଳ କାର୍ଯ୍ୟାଳୟ ଘେରାଉ

ଓଡ଼ିଆ ବାର୍ତ୍ତା/ ନୂଆପଡା (ମହେନ୍ଦ୍ର ବାଗ): ଓଡିଶା କେନ୍ଦୁପତ୍ର କର୍ମଚାରୀ ସଂଘ ରାଜ୍ୟ ସମ୍ପାଦକ ଯଦୁମଣି ପାଣିଗ୍ରାହୀଙ୍କ ଆହ୍ବାନ କ୍ରମେ ଓ ସଭପତି ବିଜୟ ମହାନ୍ତିଙ୍କ ନିର୍ଦେଶରେ ଆଜି ନୂଆପଡା ଜିଲ୍ଲପାଳ କାର୍ଯ୍ୟାଳୟ ଘେରାଓ କରିଥିଲେ କେନ୍ଦୁପତ୍ର ତୋଳାଳୀ । ଏହି ଅବସରରେ ଓଡିଶା କେନ୍ଦୁପତ୍ର କର୍ମଚାରୀ ସଂଘ ଖରିଆର ଡିଭିଜନର କର୍ମଚାରୀ ମାନେ ସ୍ଥାନୀୟ ପୋଲିସ ପଡିଆ ଠାରେ ଏକ ପ୍ରତିବାଦ ସଭାରେ ହଜାର ହଜାର ସଂଖ୍ୟାରେ ଯୋଗ ଦେଇଥିଲେ ।

ସେଠାରୁ ବିଶାଳ ଜନ ସମୁଦ୍ର ରୂପ ନେଇ ଏକ ଶୋଭାଯାତ୍ରାରେ ବାହାରି ନୂଆପଡା ନଗର ପରିକ୍ରମା କରି  ଜିଲ୍ଲପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚିଥିଲେ । ଶାନ୍ତିପୂର୍ଣ୍ଣ ଭାବେ ସେମାନେ ୨୪ ଦଫା ଦାବିପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ନୂଆପଡା ଜିଲ୍ଲପାଳଙ୍କ ମାଧ୍ୟମରେ ପ୍ରଦାନ କରିଥିଲେ । ସେମାନଙ୍କର ଏହି ଦାବିପତ୍ର ଟିକୁ ନୂଆପଡା ଅତିରିକ୍ତ ଜିଲ୍ଲପାଳ ଅଗସ୍ତି ପ୍ରଧାନ ଗ୍ରହଣ କରିଥିଲେ ।

ଏହି ଘେରାଓ ଓ ବିକ୍ଷୋଭ ସମାବେଶରେ କଲାହାଣ୍ଡି ସାଂସଦ ବସନ୍ତ କୁମାର ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ । ଓଡିଶା କେନ୍ଦୁପତ୍ର କର୍ମଚାରୀ ସଂଘର ଭକ୍ତବନ୍ଧୁ ଧାରୁଆ, କୋକିଳ ସାହୁ, ରୁଷବ ପ୍ରଧାନ, ଚୂଡ଼ାମଣୀ ପାଣିଗ୍ରାହୀ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଥିବା ବେଳେ ଅବଦୁଲ ରସିଦ, ତାରେଶ୍ୱର ପଟେଲ, ସୁରେଶ ବେହେରା ପ୍ରମୁଖ ମଧ୍ୟ ଉପସ୍ଥିତ ଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.