ପାତାଳି ଶ୍ରୀକ୍ଷେତ୍ରରେ ଶ୍ରୀଜିଉଙ୍କ ଗଜାନନ ବେଶ

ଓଡ଼ିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ଜିଲ୍ଲାର କୋଟସମ ଲାଇ ସ୍ଥିତ ପାତାଳି ଶ୍ରୀକ୍ଷେତ୍ର ଠାରେ ଶ୍ରୀଜିଉଙ୍କ ସ୍ନାନନୀତି ସଂପନ୍ନ ହୋଇଯାଇଛି। ସେଥିପାଇଁ ଭୋରରୁ ନୂତନ ଭାବରେ ଖୋଳାଯାଇଥିବା କୂଅରୁ ଭାରୁଆ ମାନେ ସ୍ନାନଜଳ ନେଇ ଛଳିଆ ପାହାଡ଼ ଉପରିସ୍ଥ ସ୍ନାନ ମଣ୍ଡପରେ ରଖିଥିଲେ ଓ ପରେ ପରେ ମଙ୍ଗଳ ଆଳତି, ଖେଚୁଡ଼ି ଭୋଗ ପରେ ଶ୍ରୀ ଜୀଉମାନଙ୍କୁ ଦୁର୍ଲଭ ଗଜାନନ ବେଶ କରାଯାଇଥିଲା ପ୍ରଥମେ ଧାଡ଼ି ପହଣ୍ଡିରେ ଶ୍ରୀ ଜୀଉମାନେ ସ୍ନାନ ବେଦୀକୁ ଆସିଥିଲେ ପରେ ମଙ୍ଗଳରୋପଣ, ପୂଜା ନୀତି, ହୋମଯଜ୍ଞ ଅନୁଷ୍ଠିତ ହୋଇଥିଲା। ଚୁଆ, ଚନ୍ଦନ, କେଶର, ଅଗୁରୁ, ଭାସ୍କରାଦି ସୁବାସ ମିଶ୍ରିତ ଜଳରେ ଠାକୁରଙ୍କ ସ୍ନାନପାଇଁ ଶ୍ରୀ ବଳଭଦ୍ର ଙ୍କୁ୩୩ ଗରା ଶ୍ରୀଜଗନ୍ନାଥ ଙ୍କୁ ୩୫ ଗରା ଦେବୀ ସୁଭଦ୍ରାଙ୍କୁ ୨୨ଗରା ଓ ଚକ୍ରରାଜ ସୁଦର୍ଶନ ଙ୍କୁ ୧୮ ମୋଟ -୧୦୮ ଗରା ପୂର୍ଣ୍ଣ କୁମ୍ଭ ସ୍ନାନ ପରେ ଗଜାନନ ବେଶ ଅନୁଷ୍ଠିତ ହୋଇ ଶୃଙ୍ଗାର, ଭୋଗ ଲାଗି, ଆଳତୀ ଅନୁଷ୍ଠିତ ହୋଇଥିଲା। ପୂଜାନୀତି -ପଣ୍ଡିତ ବିଶ୍ୱେଶ୍ଵର ପାଢ଼ୀ, ଦେବାର୍ଚ୍ଚନ ଦାଶ, ଗୁଣାକର ପଣ୍ଡା, ଶ୍ରୀରାମ ପଣ୍ଡାଙ୍କ ଦ୍ୱାରା ସମାପନ ହୋଇଥିବା ବେଳେ ବହୁ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିବା ବେଳେ ସୁବର୍ଣ୍ଣପୁରରେ ଗତକାଲି ନୂତନ ଜିଲ୍ଲାପାଳ ଭାବେ ଦାୟିତ୍ବ ନେଇଥିବା ବିମଳେନ୍ଦୁ ରାୟ, ମୁଖ୍ୟ ଉନ୍ନୟନ ଅଧିକାରୀ-ନିହାର ରଞ୍ଜନ କଁହର, ଉଲୁଣ୍ଡା ବିଡ଼ିଓ – କରିସ୍ମା ବେଶ୍ରା ପ୍ରମୁଖଙ୍କ ଠାକୁର ଙ୍କର ବିରଳ ଗଜାନନ ବେଶ ଦର୍ଶନ କରିଥିଲେ। ସମଗ୍ର ପରିବେଶ ସଂକୀର୍ତନ, ଘଣ୍ଟ, ଶଙ୍ଖ, ହରିବୋଲ, ହୁଳହୁଳିରେ ଉତ୍ସବ ମୁଖରହୋଇ ଉଠିଥିଲା। ବହୁ ସଂଖ୍ୟାରେ ଭକ୍ତ ଓ ଶ୍ରଦ୍ଧାଳୁ ମହାପ୍ରଭୁଙ୍କ ସ୍ନାନ ଏବଂ ହାତୀ ବେଶ ଦର୍ଶନ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.