କୋକସରାରେ ଗର୍ଜିଲେ ପାଚିକା ଓ ସହାୟିକା ସଂଘ: ବିଇଓ ଅଫିସ ଘେରାଉ, ଦାବିପତ୍ର ପ୍ରଦାନ

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): ୨୦୧୪ ମସିହାରେ ନିଯୁକ୍ତ ହେବା ପରଠାରୁ ବର୍ତ୍ତମାନ ଯାଏଁ ସରକାରୀ ଅବହେଳାର ଶିକାର ହୋଇଥିବା ପାଚିକା ଓ ସହାୟିକାମାନେ ତୃଣମୂଳ ସ୍ତରରେ ସେମାନଙ୍କ ଆନ୍ଦୋଳନ ଜୋରଦାର କରିଛନ୍ତି । ସରକାରୀ ମାନ୍ୟତା ଓ ଦରମା ବୃଦ୍ଧି ଦାବିରେ ଗୁରୁବାର ଓଡ଼ିଶା ଏମଡିଏମ୍ ପାଚିକା ସହାୟିକା ସଂଘ କୋକସରା ବ୍ଲକ କମିଟି ପକ୍ଷରୁ ଗୋଷ୍ଠୀ ଶିକ୍ଷା ଅଧିକାରୀ (ବିଇଓ)ଙ୍କ କାର୍ଯ୍ୟାଳୟ ଘେରାଉ କରାଯାଇଛି । ଏହାସହ ଗଣଶିକ୍ଷା ମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ୮ଦଫା ସମ୍ମିଳିତ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ବ୍ଳକର ବିଭିନ୍ନ ବିଦ୍ୟାଳୟରେ ନିୟୋଜିତ ଥିବା ପାଚିକା, ସହାୟିକା ମାନେ ଏକତ୍ରିତ ହେବା ପରେ ଏଆଇଟିୟୁସି ରାଜ୍ୟ ଉପସଭାପତି ଅକ୍ଷୟ କୁମାର ମେହେରଙ୍କ ନେତୃତ୍ବରେ ସ୍ଥାନୀୟ କଲେଜ ଛକ ନିକଟରୁ ଏକ ବିରାଟ ଶୋଭାଯାତ୍ରାରେ ବାହାରି ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ପରେ ବ୍ଳକ ପାଚିକା ସଂଘର ସଭାନେତ୍ରୀ ହେମ ନାଏକଙ୍କ ସଭାପତିତ୍ୱରେ ସେଠାରେ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ପାଚିକା ଓ ସହାୟିକା ମାନଙ୍କ ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରାଯାଇଥିଲା ଏବଂ ଦାବି ଗୁଡ଼ିକ ସିଘ୍ର ପୂରଣ କରିବା ପାଇଁ ଚେତାବନୀ ଦିଆଯାଇଛି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ପରେ ଗଣଶିକ୍ଷା ମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ୮ଦଫା ସମ୍ବଳିତ ଏକ ଦାବିପତ୍ର ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ଅନୁପସ୍ଥିତରେ ଅତିରିକ୍ତ ଶିକ୍ଷା ଅଧିକାରୀ ତୋଫାନ ମାଝୀଙ୍କୁ ପ୍ରଦାନ କରାଯାଇଥିଲା । ଶ୍ରୀ ମାଝୀ ଦାବିପତ୍ର ଗ୍ରହଣ କରି ସରକାରଙ୍କ ନିକଟରେ ପ୍ରେରଣ କରାଯିବା ନେଇ ପ୍ରତିଶ୍ରୁତି ଦେଇଛନ୍ତି । ଏ‌ହି ଦାବିପତ୍ର ପ୍ରଦାନ ସମୟରେ ବ୍ଳକ ଏମଡିଏମ୍ ପାଚିକା ସହାୟିକା ସଂଘର ଉପସଭାପତି ରିଖିରାମ ଭାଟି, ସମ୍ପାଦିକା ସେବତୀ ତାଣ୍ଡି, ସହ ସମ୍ପାଦିକା ଡାଳିମ୍ବ ଲହଜଳ, ଦ୍ରୌପଦୀ ଶଗଡିଆ, ସୁଲୋଚନା ଗୋପାଳ, କସ୍ତୁରୀ କେତକୀ, ମନଦେଇ ପୁଝାରୀ, ଲୋଚନୀ ଛତ୍ରିଆ, ସାବିତ୍ରୀ ହାତୀ, ସୁଶୀଳା ରାଉତ, ଦେମତୀ ପୋଢ଼, ଜାହ୍ନବି ଭୋଇ, ନୀଲେନ୍ଦ୍ରି ବାଗ, ଭାନୁମତୀ ତାଣ୍ଡି, ଦ୍ରୌପଦୀ ହାତୀ ସମେତ ବ୍ଳକର ବିଭିନ୍ନ ବିଦ୍ୟାଳୟରେ ନିୟୋଜିତ ପାଚିକା ଓ ସହାୟିକାମାନେ ଉପସ୍ଥିତ ରହିଥିଲେ ।

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.