ରେଳ ଦୁର୍ଘଟଣା ମୃତକଙ୍କ ସଦଗତି ପାଇଁ ଆମେ ଓଡ଼ିଆ ଭାରି ବଢିଆ ପରିବାରର ଦୀପଦାନ 

ଓଡ଼ିଆ ବାର୍ତ୍ତା/ ବ୍ରହ୍ମପୁର: ବାଲେଶ୍ଵରର ବାହାନାଗାଠାରେ ଘଟିଥିବା ହୃଦୟ ବିଦାରକ ରେଳ ଦୁର୍ଘଟଣାରେ ପ୍ରାଣ ହରାଇଥିବା ସମସ୍ତ ପବିତ୍ର ଆତ୍ମାଙ୍କ ପ୍ରତି ଆମେ ଓଡ଼ିଆ ଭାରି ବଢିଆ ପରିବାର ତରଫରୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ସହ ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା। ଈଶାଣୀଶ୍ୱର ମହାଦେବ ମନ୍ଦିର ପ୍ରାଙ୍ଗଣରେ ମହମବତୀ ପ୍ରଜ୍ବଳନ କାର୍ଯ୍ୟକ୍ରମ ସହ ସମସ୍ତ ଚିକିତ୍ସିତ ହେଉଥିବା ବ୍ୟକ୍ତିଙ୍କ ଆଶୁ ଆରୋଗ୍ୟ କାମନା ପାଇଁ ପ୍ରଦୀପ ପ୍ରଜ୍ବଳନ କରାଯାଇଥିଲା । ଏହି ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମରେ ଅନୁଷ୍ଠାନ ପ୍ରତିଷ୍ଠାତା ଜଗନ୍ନାଥ ଆଚାର୍ଯ୍ୟ, ସତ୍ୟବ୍ରତ ସାହୁ, ପ୍ରଦ୍ୟୁମ୍ନ ଜେନା, ଟୁଲୁ ମହାପାତ୍ର, ପଦ୍ମନାଭ ସାହୁ, ଧରଣୀଧର ସେଠୀ, ନିରଞ୍ଜନ ଆଚାର୍ଯ୍ୟ, ଦିବ୍ୟସାଇ ହୋତା, ସୁରେଶ ସାହୁ, ସଞ୍ଜୀବ କୁମାର ପଣ୍ଡା, ରଞ୍ଜିତ କୁମାର ବିଶୋଇ, ପ୍ରିୟଙ୍କା ମହାପାତ୍ର, ପ୍ରମୋଦ କୁମାର ପ୍ରଧାନ, ଶ୍ରୀରାମ ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.