ଡୁଙ୍ଗୁରିପାଲି ଥାନା ପରିସରରେ ମେଗା ରକ୍ତଦାନ ଶିବିର

ରେକର୍ଡ ସଂଖ୍ୟକ ୫୩୩ ୟୁନିଟ ରକ୍ତ ସଂଗ୍ରହ

ଓଡ଼ିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ଜିଲ୍ଲାର ଡୁଙ୍ଗୁରିପାଲି ଥାନାରେ ମୋ-ସରକାର ଆନୁକୁଲ୍ୟରେ ଏକ ବିଶାଳ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଯାଇଛି l ଶିବିରକୁ ଅନୁଷ୍ଠାନିକ ଭାବେ ମୁଖ୍ୟ ଅତିଥି ମାନ୍ୟବର ସ୍ୱାସ୍ଥ୍ୟ, ପରିବାର କଲ୍ୟାଣ ଓ ସାଂସଦୀୟ ବ୍ୟାପାର ମନ୍ତ୍ରୀ ନିରଞ୍ଜନ ପୂଜାରୀ ଉଦଘାଟନ କରିଥିବା ରକ୍ତର ଅଭାବରେ କୌଣସି ରୋଗୀଙ୍କ ମୃତ ନ ହେବା ପାଇଁ ପ୍ରତି ଗ୍ରାମରେ ରକ୍ତ ଦାନ ଶିବିର ଆୟୋଜନ କରିବା ସକାଶେ ଆଗେଇ ଆସିବା ଉଚିତ ବୋଲି କହିଥିଲେ। ସାମ୍ବାନୀତ ଅତିଥି ଜ଼ିଲ୍ଲା ପରିଷଦ ଅଧ୍ୟକ୍ଷା ସୁପାର ଠେଲା, ଜ଼ିଲ୍ଲା ପୋଲିସ ଅଧ୍ୟକ୍ଷ ଅମରେଶ ପଣ୍ଡା, ରାମପୁର ଶ୍ରୀରାମ ମହାବିଦ୍ୟାଳୟ ପରିଚାଳନା କମିଟି ସଭାପତି ରମେଶ ପୂଜାରୀ, ଡୁଙ୍ଗୁରିପାଲି ଆଇଆଇସି ସତ୍ୟନାରାୟଣ ପଧାନ, ଡୁଙ୍ଗୁରିପାଲି ବ୍ଲକ ଉପାଧ୍ୟକ୍ଷ ମକରଧ୍ବଜ ସାହୁ ଉପସ୍ଥିତ ରହି ରକ୍ତ ଦାତା ମାନଙ୍କୁ ଉତ୍ସାହିତ କରିଥିଲେ l ଜିଲ୍ଲା ପୋଲିସର ରକ୍ତ ସଂଯୋଜକ ମନୋଜ ପଣ୍ଡା ଓ ବିଭୁଦତ୍ତ ବିଶ୍ବାଳ ସଭାକାର୍ଯରେ ମଞ୍ଚ ପରିଚାଳନା କରିଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ଡୁଙ୍ଗୁରିପାଲି ଥାନା ଅନ୍ତର୍ଗତ ସମସ୍ତ ସାମାଜିକ ସଂଗଠନ ମାରୱାଡ଼ି ଯୁବମଞ୍ଚ, ଓଁକାର ସଙ୍ଘ, ଓଡ଼ିଶା ଡ୍ରାଇଭର ମହାସଂଘ, ପତଂଜଳୀ ସମିତି, କୋଶଳ ସେନା, କୋଶଳ ସାମ୍ବାଦିକ ସଙ୍ଘ, ବଣିକ ସଂଘ, ସମସ୍ତ ଜନ ପ୍ରତିନିଧି ମିସନ ଶକ୍ତି ଆଦି ବହୁ ବଦାନ୍ୟ ଲୋକଙ୍କ ସହାୟତାରେ ଏକ ଓଡ଼ିଶା ରେକର୍ଡ ସୃଷ୍ଟି କରି ପାରିଛି। ଏହି ଶିବିରରେ ୫୩୩ଜଣ ରକ୍ତଦାତାଙ୍କ ମଧ୍ୟ୍ୟ ରେ ୯୨ ଜଣ ନୂତନ ରକ୍ତ ଦାତା ଓ ୧୨୪ ଜଣ ମହିଳା ରକ୍ତ ଦାନ କରିଥିଲେ । ଡୁଙ୍ଗୁରିପାଲିର ଏସଆଇ ଟଙ୍କଧର ଛତରିଆ, ହାବିଲଦାର ଦୟାନିଧି ବେହେରା, ପିତାମ୍ବର ବୁଡେକ ପ୍ରମୁଖ ରକ୍ତ ଦାନ ଶିବିରରେ ସହୟୋଗ କରିଥିଲେ। ସୁବର୍ଣ୍ଣପୁର ରକ୍ତକେନ୍ଦ୍ରକୁ ୯୫ ଓ ବୁର୍ଲା ରକ୍ତକେନ୍ଦ୍ରକୁ ୨୪୨, ବରଗଡକୁ ୯୩ ଓ ବଲାଙ୍ଗିରକୁ ୧୦୩ ୟୁନିଟ ରକ୍ତଦାନ କରାଯାଇଛି । ପ୍ରତି ରକ୍ତକେନ୍ଦ୍ରର ଅଧିକାରୀ ଡାକ୍ତର ଅର୍ପିତା ପାଣ୍ଡିଆଙ୍କ ନେତୃତ୍ବରେ ଦେବାଶିଷ ମିଶ୍ର, ଟିଟୁ ଭୋଇ, ଭୁବନେଶ୍ଵର ସାହୁ, ରଂଜନ ବରାଟ ପ୍ରମୁଖ ରକ୍ତ ସଂଗ୍ରହ କରିଥିଲେ ।

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.