ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନା: ନୂତନ ଭାବେ ସାମିଲ ହୋଇ ଭତ୍ତା ପାଇଲେ କୋକସରା ବ୍ଲକର ୧୯୫ ଜଣ

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): ଓଡ଼ଶା  ସରକାରଙ୍କ ଏକ ସମୟପୋଯୋଗୀ ପଦକ୍ଷେପ ‘ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନା’ରେ କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକର ୧୯୫ ଜଣ ଯୋଗ୍ୟ ବିବେଚିତ ହୋଇଥିବାବେଳେ ଆଜି ଶିଳ୍ପୀଗ୍ରାମ କନ୍ଦାଗଡ ଗ୍ରାମର ୬ ଜଣ ଶିଳ୍ପୀଙ୍କ କଳାକାର ଭତ୍ତା ପ୍ରମାଣପତ୍ର ସହ ସହାୟତା ପ୍ରଦାନ କରାଯାଇଛି। ତେବେ କଳାକାର ସହାୟତା ଯୋଜନାରେ ସାମିଲ ହେବାରେ ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଇଛନ୍ତି। ସୂଚନା ଯେ’ କଳାହାଣ୍ଡି ଜିଲ୍ଲା କୋକସରା ବ୍ଳକରେ ପୂର୍ବରୁ ପଞ୍ଚାୟତ ସମିତି କାର୍ୟ୍ୟାଳୟରେ କଳାକାର ମାନେ ଦରଖାସ୍ତ ମାଧ୍ୟମରେ କଳାକାର ସହାୟତା ପାଇଁ ଆବେଦନ କରିଥିବାବେଳେ ଚୟନ ପାଇଁ ବିଚାରକ ଏବଂ ପ୍ରଶାସନିକ ଅଧିକାରୀ ମାନଙ୍କ ଉପସ୍ଥିତିରେ ପ୍ରକୃତ କଳାକାର ମାନଙ୍କୁ ସେମାନଙ୍କ ଦକ୍ଷତାର ପ୍ରଦର୍ଶନ ମଧ୍ୟ କରାଯାଇ ଚୟନ କରାଯାଇଥିଲା। ବ୍ଲକରେ ୨ଶହରୁ ଉର୍ଦ୍ଧ କଳାକାର ଆବେଦନ କରିଥିବାବେଳେ ସେଥିରୁ ୧୯୫ ଜଣଙ୍କୁ ଯୋଗ୍ୟ ବିବେଚିତ କରାଯାଇଥିଲା। ସୋମବାର କଳାକାର ସହାୟତା ପ୍ରମାଣପତ୍ର ପ୍ରଦାନ ପାଇଁ ବ୍ଳକ ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲ, ବ୍ଳକ ସାମାଜିକ ସୁରକ୍ଷା ଅଧିକାରୀ ଦିପକ କୁମାର ବେହେରା, ଶିଳ୍ପୀଗ୍ରାମ କନ୍ଦାଗଡ଼ରେ ପହଞ୍ଚି ଆମପାଣି ସମିତି ସଭ୍ୟା ନର୍ତ୍ତକୀ ଦଣ୍ଡସେନା ସମେତ ଅନେକ ବ୍ୟକ୍ତି ବିଶେଷଙ୍କ ଉପସ୍ଥିତରେ ବିଶିଷ୍ଟ ଶିଳ୍ପୀ ଗୋବିନ୍ଦ ମାଝୀ, ହାତିରାମ ମାଝୀ, ଲଚିମଧର ମାଝୀ, ଟୁନୁ ମାଝୀ, ଫୁଲସିଂ ମାଝୀ, ଶ୍ୟାମସୁନ୍ଦର ମାଝୀ ସମେତ ୬ ଜଣଙ୍କୁ କଳାକାର ଭତ୍ତା ପ୍ରମାଣପତ୍ର ବଣ୍ଟନ କରିବା ସହିତ ବ୍ୟାଙ୍କ ମାଧ୍ୟମରେ ସହାୟତା ରାଶି ପ୍ରଦାନ ହୋଇଥିବା ସୂଚନା ଦେଇଛନ୍ତି। ଏହି ସମୟରେ କନ୍ଦାଗଡର ଶିଳ୍ପୀମାନେ ସେମାନଙ୍କ ପଥର ଖୋଦେଇ ପାଇଁ ଏକ ଗୃହ ଯୋଗାଇ ଦେବାପାଇଁ ବ୍ଳକ ଉପାଧ୍ୟକ୍ଷଙ୍କୁ ଅନୁରୋଧ କରିଥିଲେ। ତେବେ ବ୍ଳକ ଉପାଧ୍ୟକ୍ଷ ଶ୍ରୀ ଅଗ୍ରୱାଲ ସିଘ୍ର ତା’ର ବ୍ୟବସ୍ଥା କରିବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.