ରାଜ୍ୟ ସ୍ତରୀୟ ଖେଳ କୁଦ ପ୍ରତିଯୋଗିତା: ବେଲୁର୍ ଗାଆଁର ମାନସ ମାଝୀ ପାଇଲେ ସ୍ଵର୍ଣ୍ଣ ପଦକ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ହେମନ୍ତ ସାହୁ): ଓଡ଼ିଶା ଆଥେଲେଟିକ ଆସୋସିଏସନ୍ ପକ୍ଷରୁ ଭୁବନେଶ୍ବରରେ ଅନୁଷ୍ଠିତ ୬୯ ତମ ରାଜ୍ୟ ସ୍ତରୀୟ ଖେଳ କୁଦ ପ୍ରତିଯୋଗିତାର ସବ ଜୁନିଅର ବିଭାଗରେ କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକ୍ ଅନ୍ତର୍ଗତ ଗୋଛା ଡେଙ୍ଗେନ ପଞ୍ଚାୟତ ବେଲୁର ଗାଁ ମାନସ ମାଝୀ ସ୍ଵର୍ଣ୍ଣ ପଦକ ହାସଲ କରିଛନ୍ତି । ଏହି ରାଜ୍ୟ ସ୍ତରୀୟ ପ୍ରତିଯୋଗିତାର ଲମ୍ବ ଡିଆଁ ପ୍ରତିଯୋଗିତାରେ ମାନସ ମାଝୀ ପ୍ରଥମ ସ୍ଥାନ ସହ ସ୍ଵର୍ଣ୍ଣ ପଦକ ଓ ଦୌଡ଼ ପ୍ରତିଯୋଗିତାରେ ଦ୍ୱିତୀୟ ସ୍ଥାନ ରେ ରହି ରୌପ୍ୟ ପଦକ ଜିତିଛନ୍ତି। ବେଲୁର ଗ୍ରାମର ପତିରାମ ମାଝୀ ଓ ମମତା ମାଝୀଙ୍କ ପୁତ୍ର ମାନସ ମଦନପୁର ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ଅଷ୍ଟମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହେବା ସହ ଜିଲ୍ଲା ଓ ରାଜ୍ୟ ସ୍ତରରେ ଖେଳ କୁଦରେ ନିଜର ପାରଦର୍ଶିତା ପାଇଁ ସଂପ୍ରତି କୋରାପୁଟ ସ୍ପୋର୍ଟସ ହଷ୍ଟେଲରେ ରହି ନବମ ଶ୍ରେଣୀରେ ଅଧ୍ୟୟନ କରୁଛନ୍ତି । ତାଙ୍କରି ଏହି ସଫଳତା ପରେ ତାଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟୁଛି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.