ଜୁଲାଇ ପହିଲାରୁ ଆସିପାରେ ଏସବୁ ଜିନିଷରେ ପରିବର୍ତ୍ତନ; ପର୍ସରେ ପଡିବ ସିଧା ପ୍ରଭାବ

ଓଡ଼ିଆ ବାର୍ତ୍ତା/ ନୂଆଦିଲ୍ଲୀ: ଜୁନ ଶେଷ ହେବାକୁ ଯାଉଛି । ଆଉ ୪ ଦିନ ପରେ ଆରମ୍ଭ ହେବ ଜୁଲାଇ । ଜୁଲାଇ ମାସ ଆରମ୍ଭରୁ ଏମିତି କିଛି ଜିନିଷର ପରିବର୍ତ୍ତନ ହେବାକୁ ଯାଉଛି ଯାହାର ପ୍ରଭାବ ସିଧାସଳଖ ଆପଣଙ୍କ ପକେଟରେ ପଡିବ । ଏହି ପରିବର୍ତ୍ତନରେ ଏଲପିଜି ସିଲିଣ୍ଡରଠାରୁ ଆରମ୍ଭ କରି ସିଏନଜି-ପିଏନଜି ରେଟ ପର୍ଯ୍ୟନ୍ତ ସବୁକିଛି ରହିଛି । ଆସନ୍ତୁ ଜାଣିବା ଏହି ପରିବର୍ତ୍ତନ ସମ୍ପର୍କରେ ପୂରା ସୂଚନା । ଅଏଲ ମାର୍କେଟିଂ କମ୍ପାନୀ ପ୍ରତି ମାସରେ ଗ୍ୟାସ ସିଲିଣ୍ଡର ଦରରେ ପରିବର୍ତ୍ତନ କରୁଛନ୍ତି । ଏପ୍ରିଲ, ମେ ଏବଂ ଜୁନ ପ୍ରଥମ ତାରିଖରେ କମର୍ସିଆଲ ସିଲିଣ୍ଡରର ଦାମ ହ୍ରାସ ପାଇଥିଲା । ହେଲେ ଗତ କିଛି ମାସ ହେବ ଘରୋଇ ଗ୍ୟାସ ସିଲିଣ୍ଡରର ଦାମରେ କୌଣସି ପରିବର୍ତ୍ତନ କରାଯାଇ ନାହିଁ । ଏଥର ଆଶା କରାଯାଉଛି, କମର୍ସିଆଲ ସିଲିଣ୍ଡର ସହ ୧୪ କେଜିର ଘରୋଇ ସିଲିଣ୍ଡର ରେଟରେ କିଛି ପରବର୍ତ୍ତନ ଆସିବ । ବିଦେଶରେ କ୍ରେଡିଟ କାର୍ଡରେ ହେଉଥିବା ଖର୍ଚ୍ଚ ଉପରେ ଜୁଲାଇ ୧,  ୨୦୨୩ରୁ ଟିସିଏସ ଶୁଳ୍କ ଲାଗୁ ହୋଇପାରେ । ଏଥିସହିତ ଯଦି ଆପଣଙ୍କର ଖର୍ଚ୍ଚ ୭ ଲକ୍ଷ କିମ୍ବା ଏହାଠାରୁ ଅଧିକ ହୁଏ ତେବେ ଆପଣଙ୍କୁ ୨୦ ପ୍ରତିଶତ ଟିସିଏସ ଭରଣା କରବାକୁ ପଡିପାରେ ।  ତେବେ ଶିକ୍ଷା ଏବଂ ଚିକିତ୍ସା ସହ ଜଡିତ ଖର୍ଚ୍ଚ ଉପରେ ଶୁଳ୍କ ହ୍ରାସ ପାଇ ୫ ପ୍ରତିଶତରେ ରହିଛି । ବିଦେଶରେ ପାଠ ପଢିବା ପାଇଁ ଋଣ ନେବାକୁ ଚାହୁଁଥିବା ଟାକ୍ସପେୟର୍ସଙ୍କୁ ୭ ଲକ୍ଷରୁ ଅଧିକ ରାଶି ଉପରେ ୦.୫ ପ୍ରତିଶତ ଟିସିଏସ ଦେବାକୁ ପଡିବ । ମାସର ୧ ତାରିଖ କିମ୍ବା ପ୍ରଥମ ସପ୍ତାହରେ ଏଲପିଜି ପରି ସିଏନଜି ଏବଂ ପିଏନଜି ଦରରେ ମଧ୍ୟ  ପରିବର୍ତ୍ତନ କରାଯାଇଥାଏ । ଦିଲ୍ଲୀ, ମୁମ୍ବାଇ ସମେତ ଅନ୍ୟ ସହରରେ ତେଲ କମ୍ପାନୀମାନେ ପ୍ରଥମ ସପ୍ତାହରେ ସିଏନଜି-ପିଏନଜି ଦରରେ ପରିବର୍ତ୍ତନ ଆଣିଥାନ୍ତି  । ତେଣୁ ଜୁଲାଇରେ ମଧ୍ୟ ଏହାର ପରିବର୍ତ୍ତନ ଆସିପାରେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.