ରାଷ୍ଟ୍ରୀୟ ରକ୍ତଶିକୁଳି ଜନିତ ରକ୍ତହୀନତା ନିରାକରଣ ଅଭିଯାନର ଶୁଭାରମ୍ଭ

ଓଡ଼ିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ରାଷ୍ଟ୍ରୀୟ ରକ୍ତଶିକୁଳି ଜନିତ ରକ୍ତହୀନତା ନିରାକରଣ ଅଭିଯାନ ର ଶୁଭାରମ୍ଭ ମଧ୍ୟପ୍ରଦେଶର ସାହାଡୋଲ ଠାରୁ ସମ୍ମାନନୀୟ ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦିଙ୍କ କରକମଳରେ ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମର ରାଜ୍ୟ ସ୍ତରୀୟ ଶୁଭାରମ୍ଭ ଆଭାସୀ ଜରିଆରେ ସୁବର୍ଣ୍ଣପୁର ରୁ ଆରମ୍ଭ କରାଯାଇଥିବା ବେଳେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ମାନ୍ୟବର ମନ୍ତ୍ରୀ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ଏବଂ ସଂସଦୀୟ ବ୍ୟାପାର ଶ୍ରୀଯୁକ୍ତ ନିରଞ୍ଜନ ପୂଜାରୀ ଯୋଗଦାନ କରି ୧୫ ଜଣ ସିକିଲ ସେଲ ହିତାଧିକାରୀଙ୍କୁ ସିକିଲସେଲ କାର୍ଡ ପ୍ରଦାନ କରିଛନ୍ତି l

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

କାର୍ଯ୍ୟକ୍ରମ ଅବସରରେ ଜିଲ୍ଲାପାଳ ସୁବର୍ଣ୍ଣପୁର ଶ୍ରୀଯୁକ୍ତ ବିମଳେନ୍ଦୁ ରାୟ, ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ବିଶ୍ୱରଂଜନ ପତି, ଜିଲ୍ଲା ଅତିରିକ୍ତ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ଦୈତ୍ୟ ନାରାୟଣ ପାଢ଼ୀ, ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ମନୋଜ ଅଦାବର, ଡିପିଏମ ଶ୍ରୀ ବିଶ୍ୱମ୍ବର ବେହେରା ପ୍ରମୁଖ ଉପସ୍ଥିତ ରହିଥିଲେ l ସେହିପରି ଏହି ଶୁଭ ଅବସରରେ ଜିଲ୍ଲାର ସମସ୍ତ ୮୯ ଟି ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ରରେ ସ୍ଥାନୀୟ ଜନପ୍ରତିନିଧିଙ୍କ ଉପସ୍ଥିତିରେ କାର୍ଯ୍ୟକ୍ରମର ଶୁଭାରମ୍ଭ ପୂର୍ବକ ଚି଼ହ୍ନଟ ହିତାଧିକାରୀଙ୍କୁ ସିକିଲସେଲ କାର୍ଡ ପ୍ରଦାନ କରାଯାଇଛି l

Udyog Nursery
Udyogi Nursery

ଅନୁଷ୍ଠିତ ସମଗ୍ର କାର୍ଯ୍ୟକ୍ରମ ଜିଲ୍ଲା ତଥ୍ୟ ପରିଚାଳକ ପ୍ରଦୀପ ସାହୁ, ଡେପୁଟି ମ୍ୟାନେଜର ସୁଧାଂଶୁ ନାୟକ, ସହ କାର୍ଯ୍ୟକ୍ରମ ପରିଚାଳକ ତରଣୀ ସେନ ପ୍ରଧାନ, ଜିଲ୍ଲା ହିସାବ ପରିଚାଳକ ସରୋଜ ପଣ୍ଡା, ସିକିଲ ସେଲ ପରିଚାଳକ ଲେନିନ ପ୍ରଭା ସାହୁ ପ୍ରମୁଖ ଙ୍କ ସହଯୋଗରେ ଅନୁଷ୍ଠିତ ହୋଇଥିଲା l

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.