କର୍ଲାମୁଣ୍ଡା ବ୍ଳକ ଶିକ୍ଷାଧିକାରୀ ଭାବେ ଯୋଗ ଦେଲେ ବିଜୟାଲକ୍ଷ୍ମୀ ନାଗ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନବୀନ କିଶୋର ସାହୁ): ଚଳିତ ଥର ଓଇଏସ ପରିକ୍ଷାରେ ଉତିର୍ଣ୍ଣ ହୋଇ ମୁଖ୍ୟମନ୍ତ୍ରୀଙ୍କ ପାଖରୁ ନିଯୁକ୍ତି ପତ୍ର ପାଇଥିବା ମ.ରାମପୁର ବ୍ଲକ ଅଳାତରା ଗ୍ରାମର ବିଜୟଲକ୍ଷ୍ମୀ ନାଗ ୩ ତାରିଖରେ କର୍ଲାମୁଣ୍ଡା ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାରୀ ଭାବରେ ଯୋଗ ଦେଇଛନ୍ତି। ପୂର୍ବରୁ ସେ କର୍ଲାମୁଣ୍ଡା ରାଜସ୍ଵ ନିରିକ୍ଷକ ଭାବେ କାର୍ଯ୍ୟରତ ଥିଲେ। ପରେ ମ.ରାମପୁର ତହସିଲ ଅନ୍ତର୍ଗତ ମାଣିକେରା ରାଜସ୍ବ ନୀରକ୍ଷକ ଭାବରେ କାର୍ଯ୍ୟ ରତଥିଲେ । ତାଙ୍କର ଏହି ସଫଳତା ପରେ ତାଙ୍କୁ ଶିକ୍ଷକ ସଂଘ, କର୍ଲାମୁଣ୍ଡା ମିଡ଼ିଆ କ୍ଲବ ପକ୍ଷରୁ ଶୁଭେଚ୍ଛା ଜ୍ଞାପନ କରାଯାଇଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.