ଓଡିଆ ବାର୍ତ୍ତା / ଖଲ୍ଲିକୋଟ (ମାଧବ ବେହେରା): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟରେ ୭୦ ଲକ୍ଷ ମହିଳା ଗୋଷ୍ଠିଙ୍କ ଆର୍ଥିକ ମାନଦଣ୍ଡ ବୃଦ୍ଧି କରି ସମାଜରେ ସେମାନଙ୍କୁ ପ୍ରତିଷ୍ଠା କରିବା ଯେଉଁ ସ୍ୱପ୍ନ ଦେଖିଥିଲେ ତାହା ଆଜି ସାକାର ହୋଇଛି l ବର୍ତମାନ ଏହି ୭୦ ଲକ୍ଷ ମହିଳା ଏସ ଏଚ ଜି ଙ୍କୁ ଏସ ଏମ ଇ ପରିଣତ କରି ପ୍ରତ୍ୟକ ମହିଳା ଗୋଷ୍ଠି ଗୋଟିଏ ଗୋଟିଏ କ୍ଷୁଦ୍ର ଓ ମାଧ୍ୟମ ଉଦ୍ୟୋଗପତି ରେ ପରିଣତ କରାଯିବ ବୋଲି ରାଜ୍ୟ ମିଶନ ଶକ୍ତିର ଉପଦେଷ୍ଟା ଡ଼ଃ .ଲୋପାମୁଦ୍ରା ବକ୍ସିପାତ୍ର ଖଲ୍ଲିକୋଟ ବ୍ଲକ ପରିସରରେ ଆୟୋଜିତ ବ୍ଲକ ସ୍ତରୀୟ ମିଶନସକ୍ତି ସଭାରେ ପ୍ରକାଶ କରି ମହିଳା ମାନେ ନିଷ୍ଠାବାନ ହୋଇ ଉତ୍ପାଦନ ଭିତିକ ଉଦ୍ୟୋଗ ସୃଷ୍ଟି କରିବା ପାଇଁ ପରାମର୍ଶ ଦେଇ ବ୍ରାଣ୍ଡିଙ୍ଗ, ପ୍ୟାକେଜିଙ୍ଗ ସମେତ ଉତ୍ପାଦିତ ଜିନିଷର ବଜାରିକରଣ ଓ ଉତ୍ପାଦିତ ଜିନିଷର ସଂରକ୍ଷଣ ପ୍ରତି ଅଧିକ ଧ୍ୟାନ ଦେଲେ ମହିଳା ମାନଙ୍କ ଆର୍ଥିକ ପ୍ରଗତି ସମ୍ଭବ ବୋଲି ବକ୍ସିପାତ୍ର ସୂଚନା ଦେଇଥିଲେ l ମିଶନ ଶକ୍ତି ମାନଙ୍କ ସମାବେଶ ରେ ଖଲ୍ଲିକୋଟ ବ୍ଲକ ବିଜେଡି ସଭାନେତ୍ରୀ ମିତାଞ୍ଜଳୀ ମିଶ୍ର ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ବି ପି ଏଲ ଏଫ ସଭାନେତ୍ରୀ ପ୍ରଣତି ସାହୁ ବ୍ଲକ ର ୨୯ ଗୋଟି ପଂଚାୟତ ରେ ୨୭୨୩ ମହିଳା ଗୋଷ୍ଠୀ ମାନେ ମାଛ ଚାଷ, ଛେଳି ଚାଷ ,ଓ ଗାଇ କୁକୁଡ଼ା ସମେତ ବିଭିନ୍ନ ଉଦ୍ୟୋଗ କରି ମହିଳା ମାନେ ଉପକୃତ ହୋଇଥିବା ପ୍ରକାଶ କରିଥିଲେ l ଅନ୍ୟମାନଙ୍କ ମଧ୍ୟରେ ସାଂସଦ ପ୍ରତିନିଧି ରତ୍ନାକର ସାହୁ ଭାଷଣ ଦେଇ ମହିଳା ମାନଙ୍କୁ ସଶକ୍ତ କରିବା ବିଜୁ ବାବୁଙ୍କ ସ୍ୱପ୍ନକୁ ନବୀନ ବାବୁ ମା କୁ ସମ୍ମାନ ଗାଁକୁ କାମ ମାଧ୍ୟମରେ ସାକାର କରିଥିବା ପ୍ରକାଶ କରିଥିଲେ l ଖଲ୍ଲିକୋଟ ବିଡିଓ ବିକ୍ରମ ଦୋରା, ଜିଲ୍ଲା ପ୍ରକଳ୍ପ ଅଧିକାରୀ ନବୀନ ସେନାପତି, ଜିଲ୍ଲା ପ୍ରକଳ୍ପ ସଂଯୋଜକ ସୁଶାନ୍ତ ସାହୁ, ବି ପି ଏମ ବିମଲ କୁମାର ରାୟଗୁରୁ, ବି ପି ଏ ସୁରେଶ ଚନ୍ଦ୍ର ଦାସଙ୍କ ସମେତ କୃଷି ମିତ୍ର, ପ୍ରାଣୀ ମିତ୍ର ଓ ୨୯ ଗୋଟି ପଂଚାୟତ ଜି ପି ଏଲ ଏଫ ର ସଭାପତି, ସମ୍ପାଦକ ଓ ସମସ୍ତ ଏସ ଏଚ ଜି ସଭ୍ୟା ମାନେ ଯୋଗ ଦେଇ ସେମାନଙ୍କ ବିଭିନ୍ନ ସମସ୍ୟା ନେଇ ମିଶନ ଶକ୍ତି ଉପଦ୍ରଷ୍ଟାଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ l