ତୁରନ୍ତ ସହାୟତା ପାଇ ଖୁସି ହେଲେ ପଦ୍ମଲୋଚନ

ଓଡ଼ିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ଗତ ଜୁଲାଇ ୪ରେ ଫାଇବ୍-ଟି  ସଚିବ ଭିକେ ପାଣ୍ଡିଆନ ସୁବର୍ଣ୍ଣପୁର ଜିଲ୍ଲା ଗସ୍ତରେ ଆସି ଜିଲ୍ଲାର ବିଭିନ୍ନ ଅଞ୍ଚଳ ସହ ଖଲିଆପାଲିକୁ ଗସ୍ତ କରି ଜନ ସାଧାରଣଙ୍କ ବିଭିନ୍ନ ଅଭିଯୋଗ ଦରଖାସ୍ତ ଗ୍ରହଣ କରିଥିଲେ l ଉକ୍ତ ଦିନ ଖଲିଆପାଲି ନିବାସୀ ପଦ୍ମ ଲୋଚନ ନାଗ ନିଜର ସ୍ୱାସ୍ଥ୍ୟର ଉଚ୍ଚଚିକିତ୍ସା ନିମନ୍ତେ ପାଇବ-ଟି ସଚିବଙ୍କୁ ସାକ୍ଷାତ ସହ ଦରଖାସ୍ତ ପ୍ରଦାନ କରିଥିଲେ l ଉକ୍ତ ଦରଖାସ୍ତର ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପୂର୍ବକ ଶ୍ରୀ ନାଗଙ୍କୁ ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡ ରୁ ଟ ୩୦,୦୦୦ (ତିରିଶ ହଜାର ) ଆର୍ଥିକ ସହାୟତା ପ୍ରଦାନ କରିବାକୁ ସଚିବ ଶ୍ରୀଯୁକ୍ତ ପାଣ୍ଡିଆନ ଜିଲ୍ଲାପାଳ ସୁବର୍ଣ୍ଣପୁରଙ୍କୁ ନିର୍ଦ୍ଦେଶ ଦେଇଥିଲେ l ଏହି ପରିପ୍ରେକ୍ଷୀରେ ଜିଲ୍ଲା ପ୍ରଶାସନ ତରଫରୁ ଶ୍ରୀ ନାଗଙ୍କୁ ତୁରନ୍ତ ଉପରୋକ୍ତ ଆର୍ଥିକ ସହାୟତା ଅନଲାଇନ ଯୋଗେ ତାଙ୍କ ପାସ ବୁକରେ ପ୍ରଦାନ କରାଯାଇଛି l ତୁରନ୍ତ ଆର୍ଥିକ ସହାୟତା ପାଇ ଶ୍ରୀ ନାଗ ଓ ତାଙ୍କ ପରିବାର ମୁଖ୍ୟମନ୍ତ୍ରୀ ଓ ଫାଇବ୍-ଟି ସଚିବ ତଥା ଜିଲ୍ଲାପ୍ରଶାସନ କୁ ଧନ୍ୟବାଦ ଦେବା ସହ ଖୁସି ବ୍ୟକ୍ତ କରିଛନ୍ତି l

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.