ଓଡ଼ିଆ ବାର୍ତ୍ତା/ ଖଲ୍ଲିକୋଟ (ମାଧବ ବେହେରା): ମୁଖ୍ୟମନ୍ତ୍ରୀ ସହରାଂଚଳ ଜଳାଶ୍ରୟ ନବୀକରଣ କାର୍ଯ୍ୟକ୍ରମ “ଆମ ପୋଖରୀ” ଯୋଜନାକୁ ଖଲ୍ଲିକୋଟ ବ୍ଲକ ସଭାଗୃହରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଭାସୀ ଜରିଆରେ ଉଦଘାଟନ କରିଥିଲେ। ଏଥିରେ ବିଭାଗୀୟ ମନ୍ତ୍ରୀ ଉଷା ଦେବୀ ଓ ସଚିବ ଭାଟିମୋଥିନଂ ଉପସ୍ଥିତ ଥିବାବେଳେ ଖଲ୍ଲିକୋଟଠାରେ ନଗରପାଳ ଇଂ ନିରଞ୍ଜନ ବେହେରା, ଉପ-ନଗରପାଳ ଲିଲି ସାହୁ, ନିର୍ବାହୀ ଅଧିକାରୀ ତଥା ତହସିଲଦାର ରାଜକିଶୋର ପଟ୍ଟନାୟକ, ସମସ୍ତ କାଉନ୍ସିଲର ଓ ମହିଳା ଏସଏଚଜି କର୍ମକର୍ତାମାନେ ସିଧାପ୍ରସାରଣ ମାଧ୍ୟମରେ ଯୋଜନାର ଉଦ୍ଦେଶ୍ୟ ସମ୍ପର୍କରେ ସୂଚନା ଦେଇଥିଲେ। ଖଲ୍ଲିକୋଟ ବିଜ୍ଞାପିତ ଅଂଚଳ ପରିଷଦର ମରଦରାଜ ସାଗର, ନେଳିଆ ବନ୍ଧ, ବଳିୟାରସିଂ ସମେତ ସାତଗୋଟି ପୋଖରୀର ନବୀକରଣ ହେବା ସହ ମହିଳା ଏସଏଚଜିମାନେ ଏହି ପୋଖରୀ ନବୀକରଣର ତଦାରଖ କରିବେ ବୋଲି ଜଣାପଡିଛି।