ଚନ୍ଦ୍ରମଣି ନାଟ୍ୟ ସଂଘର ଶତ ବାର୍ଷିକୀ ପ୍ରସ୍ତୁତି; ଓଡ଼ିଶା ଦେଖିବ ମ.ରାମପୁରର ସଂସ୍କୃତି

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ହେମନ୍ତ ସାହୁ): ଓଡ଼ିଶାର ଅନ୍ୟତମ ଅଗ୍ରଣୀ ସଂଗଠନ ଚନ୍ଦ୍ରମଣି ନାଟ୍ୟ ସଂଘର ଶତ ବାର୍ଷିକୀ ଉତ୍ସବ ଆସନ୍ତା ନଭେମ୍ବର ମାସରେ ମହା ସମାରୋହ ରେ ପାଳିତ ହେବ। ପର୍ଯ୍ୟାୟ କ୍ରମେ ଏହି ଉତ୍ସବ ପାଇଁ ପ୍ରସ୍ତୁତି ଚାଲିଥିବା ବେଳେ ଆଜି ଅନୁଷ୍ଠିତ ଏହି ଉତ୍ସବର ପ୍ରସ୍ତୁତି ବୈଠକରେ ପୂର୍ବତନ ସଂସ୍କୃତି ମନ୍ତ୍ରୀ ତଥା ନର୍ଲା ବିଧାୟକ ଭୂପିନ୍ଦର ସିଂହ ଯୋଗ ଦେଇ ମ.ରାମପୁର ମାଟିର ସଂସ୍କୃତି ଓଡ଼ିଶା ଦେଖିବ ଏବଂ ଏହି ଉତ୍ସବ ଆମ ମହାନ ନାଟ୍ୟ ପରମ୍ପରାର ଇତିହାସ ପାଲଟି ଯିବ ବୋଲି କହିଥିଲେ । କଳାହାଣ୍ଡି ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂହଦେଓ ମଧ୍ୟ ଏହି ଉତ୍ସବର ସାମଗ୍ରିକ ସଫଳତା ପାଇଁ ସମସ୍ତ ସହଯୋଗ କରିବେ ବୋଲି ମତ ଦେଇଥିଲେ। ମ.ରାମପୁର ଶ୍ରୀରାମ ମନ୍ଦିର କଲ୍ୟାଣ ମଣ୍ଡପ ଠାରେ ଆୟୋଜିତ ପ୍ରସ୍ତୁତି ବୈଠକରେ ସଭାପତି ପଦ୍ମ ଲୋଚନ ମିଶ୍ର ସଭାପତିତ୍ବ କରିଥିଲେ। ସଂଘ ତରଫରୁ ସାଂସ୍କୃତିକ ସମ୍ପାଦକ ଶ୍ରୀପତି ପଟ୍ଟନାୟକ ଓ ସହ ସମ୍ପାଦକ ବିଭୂତି ଭୂଷଣ ମହାଖୁଡ଼ ଉଭୟ ଅତିଥିଙ୍କୁ ପୁଷ୍ପ ଗୁଚ୍ଛ ଦେଇ ସ୍ବାଗତ କରିଥିବା ବେଳେ ସ୍ବାଗତ ଅଭିଭାଷଣ ଓ ଧନ୍ୟବାଦ ଅର୍ପଣ କରିଥିଲେ ସମ୍ପାଦକ ହେମନ୍ତ ସାହୁ। ପରିଚାଳନା କମିଟି ଓ ଶତ ବାର୍ଷିକୀ ପାଳନ କମିଟି ସଦସ୍ୟ ଙ୍କୁ ନେଇ ଅନୁଷ୍ଠିତ ଏହି ବୈଠକରେ ସଂଘର ବରିଷ୍ଠ ସଦସ୍ୟ ପ୍ରାଧ୍ୟାପକ ଶୈଳେନ୍ଦ୍ର ପ୍ରାସାଦ ଆଚାର୍ଯ୍ୟ, ଜୀବେଶ କୁମାର ପଣ୍ଡା, ବିକାଶ ରଞ୍ଜନ ସିଂହ ଦେଓ, ରଜନୀ କାନ୍ତ ବଗର୍ତ୍ତି, ଗୋବିନ୍ଦ ଶତପଥୀ, ବୀରେନ୍ଦ୍ର ରଥ, ରମାକାନ୍ତ ପ୍ରହରାଜ, ରାକେଶ ଶତପଥି, ଭାଗବତ ଘିଭେଲା, ରଶ୍ମି ରଂଜନ ପ୍ରହରାଜ, ସତ୍ୟ ନାରାୟଣ ସାହୁ, ପ୍ରେମ ସାଗର ନାଏକ, ଉପେନ୍ଦ୍ର ମହାଖୁଡ଼, ପ୍ରଦୀପ ସିଂ (ବଡ଼ ବାବୁ) ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ସକ୍ରୀୟ ଅଂଶ ଗ୍ରହଣ କରିଥିଲେ

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.