ସରକାରୀ ଧାନ ବିହନ ଉପରେ ନିର୍ଭର କରୁନାହାନ୍ତି ଚାଷୀ

ରାଉଳି ଗାଁର ୧୦୦ଏକର ଜମିରେ ଅମଳ ହେବ ଦେଶୀ ଧାନ ଫସଲ

ମାଛକଂଟା ଦେଶୀ ଧାନ ଫସଲକୁ ପ୍ରଧାନ୍ୟ ଦେଉଛନ୍ତି ଚାଷୀ

ଓଡ଼ିଆ ବାର୍ତ୍ତା/ ରାୟଗଡା (ଶିବ ନାରାୟଣ ଗୈାଡ): ଗତବର୍ଷ ରାୟଗଡା ଜିଲ୍ଳା କାଶିପୁର ବ୍ଳକର ଶଙ୍କରଡା ଗ୍ରାମ ପଂଚାୟତ ଅନ୍ତର୍ଗତ ରାଉଳି ଗ୍ରାମର ୩୫ଜଣ ଚାଷୀଙ୍କୁ ରାୟଗଡା ଅର୍ଗାନିକ ପ୍ରୋଡୁସର କମ୍ପାନୀ ତରଫରୁ ମାଛକଂଟା,କୁଡେଇଚୁଡି ଓ କଳାଜୀରା ଭଳି ଦେଶୀ ଧାନ ବିହନ ସଂରକ୍ଷଣ ନିମନ୍ତେ ବଂଟନ କରାଯାଇଥିଲା । ଚଳିତ ବର୍ଷ ସେହି ଗ୍ରାମର ଅନ୍ୟ ପ୍ରାୟ ୬୦ଜଣ ଚାଷୀ ଗ୍ରାମର ପୁରୁଣା ଚାଷୀଙ୍କ ଠାରୁ ବିହନ ଅଦଳବଦଳ ମାଧ୍ୟମରେ ମାଛକଂଟା ଏବଂ କୁଡେଇଚୁଡି ଧାନ ତଳି ପ୍ରସ୍ତୁତ କରିଛନ୍ତି । ଫଳରେ ଚଳିତ ବର୍ଷ ରାଉଳି ଗ୍ରାମରେ ପ୍ରାୟ ୧୦୦ଏକର ଚାଷ ଜମିରେ ଚାଷୀମାନେ ଦେଶୀ ଧାନ କରିବା ପାଇଁ ପୁରୁଣା ଚାଷୀଙ୍କ ଠାରୁ ଧାନ ବିହନ ନେଇଛନ୍ତି । ଏପରିକି ଉପରସିପିଲି ଗ୍ରାମର ଚାଷୀମାନେ ମଧ୍ୟ ରାଉଳି ଗ୍ରାମ ଚାଷୀଙ୍କ ଠାରୁ ମାଛକଂଟା ଦେଶୀ ଧାନ ବିହନ ନେଇ ତଳି ପକାଇଛନ୍ତି ବୋଲି ଗ୍ରାମର ଚାଷୀ ସାଲେମି ମାଝି, କାନ୍ଦରା ମାଝି, କଟେମେ ମାଝି, ରେଲି ମାଝି, ଦାସ ମାଝି, ରମାଇ ମାଝି, ଦିବାଣୀ ମାଝି, ଗୋପାଳ ମାଝି, ଉମେଶ ମାଝି, ଘେନୁ ମାଝି, ସାନ ମାଝି, ଶ୍ୟାମ ମାଝି, ଟଙ୍କ ମାଝି, ପ୍ରହ୍ଳାଦ ମାଝି ପ୍ରମୁଖ ପ୍ରକାଶ କରିଛନ୍ତି । ପ୍ରକାଶ ଥାଉ କି, କାଶିପୁର ଅଂଚଳରେ ପୂର୍ବରୁ ୨୦୦ରୁ ଅଧିକ ପ୍ରଜାତିର ଦେଶୀ ଧାନ ଦେଖିବାକୁ ମିଳୁଥିଲା କିନ୍ତୁ ଆଉ ଆଜିକାଲି ଏହି ଦେଶୀ ଧାନ ଦେଖିବାକୁ ମିଳୁନାହିଁ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ସମସ୍ତ ଚାଷୀ ସରକାରୀ ଧାନ ଉପରେ ନିର୍ଭର କରୁଛନ୍ତି ଏବଂ ଅଧିକ ଖର୍ଚ୍ଚାନ୍ତ ହେଉଛନ୍ତି ଓ ଠିକ୍ ସମୟରେ ଧାନ ବିହନ ମଧ୍ୟ ପାଉନଥିବାରୁ ଏହାକୁ ଦୃଷ୍ଟିରେ ରଖି ଅଗ୍ରଗାମୀ ଏବଂ ଅର୍ଗାନିକ ପ୍ରୋଡୁସର କମ୍ପାନୀ ତରଫରୁ ଦେଶୀ ଧାନ ବିହନ ପ୍ରଚଳନର କାର୍ଯ୍ୟକ୍ରମ ନିମନ୍ତେ ଏକ ଜୈବିକ କମ୍ପାନୀ ସହଯୋଗରେ ପୁଣିଥରେ କାଶିପୁର ଅଂଚଳରେ ଦେଶୀ ଧାନ ଚାଷକୁ ଅଧିକ ଚାହିଦା ଦେବା ନିମନ୍ତେ ଚାଷୀଙ୍କୁ ଉତ୍ସାହିତ କରାଯାଉଛି । ଦେଶୀଧାନ ଫସଲ ନିମନ୍ତେ ଚଳିତ ବର୍ଷ ତଳି ପ୍ରସ୍ତୁତରେ ସଫଳତା ଚାଷୀ ପାଇଥିବା ବେଳେ ସରକାରୀ ଧାନ ବିହନ ଉପରେ ଆଉ ଚାଷୀ ନିର୍ଭର କରୁ ନ ଥିବା ଜଣାପଡିଛି ।

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.