ସରକାରୀ କ୍ୱାଟର ଉପରେ ପଡିଲା ଗଛ, ଅଳ୍ପକେ ବର୍ତ୍ତିଲେ ବନ ବିଭାଗ କର୍ମଚାରୀ

ଓଡ଼ିଆ ବାର୍ତ୍ତା/ ବଲାଙ୍ଗୀର (ପ୍ରମୋଦ ସେଲମା): ସଇଁତଲା ରେଞ୍ଜ ସ୍ଥିତ ଡାକ ବଙ୍ଗଳା ପାଖରେ ଥିବା ବନ ବିଭାଗଙ୍କ ସରକାରୀ କ୍ୱାଟରରେ ସୋମବାର ଲଗାଣ ବର୍ଷା ହେବା ଦ୍ୱାରା ଏକ ବିରାଟ ଗଛ ପଡିଥିଲା l ଯାହାଫଳରେ କ୍ୱାଟର ଥିବା କର୍ମଚାରୀମାନେ ଅଳ୍ପକେ ବର୍ତି ଯାଇଥିବା ଦେଖାଦେଇଛି l ଖବର ପାଇଁ ଅଗ୍ନିଶମ ବିଭାଗ ପହଂଚି ଗଛ ମେସିନ ଦ୍ୱାରା କାଟି ଗଛଗଣ୍ଡି ଅଲଗା କରିଥିଲେ l ପ୍ରକାଶ ଯେ, ଏହି ରେଞ୍ଜ ଅଧୀନ ଥିବା ସରକାରୀ କ୍ୱାଟରରେ ବନ କର୍ମଚାରୀମାନେ ରହି ଆସୁଥିଲେ l ଗତ ରବିବାର ଦିନ ସନ୍ଧ୍ୟାରୁ ଲଗାଣ ବର୍ଷା ହୋଇଥିଲା ଫଳରେ କ୍ୱାଟର ପରିସରରେ ଏକ ବିରାଟ ପୁରୁଣା ଗଛ ରହିଥିଲା l ଯାହାଫଳରେ ବର୍ଷା ହେବା ଦ୍ୱାରା ଗଛଟି ଘର ଛାତ ଉପରେ ପଡି ଯାଇଥିଲା l ଘର ଭିତରେ ଥିବା କର୍ମଚାରୀମାନେ ଅଳ୍ପକେ ବର୍ତି ଯାଇଛନ୍ତି l ଘରଟି ଭାଙ୍ଗି ଯାଇଥିବା ଦେଖାଦେଇଛି l ଖବର ପାଇଁ ସ୍ଥାନୀୟ ଅଗ୍ନିଶମ ବିଭାଗ ପହଂଚି ଘର ଉପରେ ପଡ଼ିଥିବା ଗଛ ଆୟତ୍ତ କରି ତାଙ୍କ ଗଛ କଟା ମେସନ ଦ୍ୱାରା ଗଛ କାଟି ଗଣ୍ଡିଗୁଡିକ ଅଲଗା କରିଥିଲେ l ଏଥିରେ ଅଗ୍ନିଶ୍ରମ ହାବିଲଦାର ସମୀର ସାହୁ, ଦିବାକର ପଟ୍ଟନାୟକ, ଭାଗୀରଥି ମହାରଣା, ଇନ୍ଦ୍ରଜିତ ଭୋଇ ପ୍ରମୁଖ ଉପସ୍ଥିତ ଥିଲେ l ଅଗ୍ନିଶ୍ରମ ବିଭାଗର ଏହି କାର୍ଯ୍ୟ ଅଞ୍ଚଳରେ ବେଶ ପ୍ରଶଂସା କରୁଛନ୍ତି l

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.