ରାକ୍ସି ପଞ୍ଚାୟତରେ ବିଡ଼ିଓଙ୍କ ଯୁଗ୍ମ ଅଭିଯୋଗ ଶୁଣାଣୀ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକର ରାକ୍ସି ଗ୍ରାମ ପଞ୍ଚାୟତରେ ପଞ୍ଚାୟତ ସ୍ତରୀୟ ବିଡ଼ିଓଙ୍କ ଯୁଗ୍ମ ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ନର୍ଲା ଗୋଷ୍ଠୀ ଉନ୍ନୟନ ଅଧିକାରୀ ବାସନ୍ତୀ ସେଠୀ, ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଦେବେନ୍ଦ୍ର ସାମଲ, ନର୍ଲା ଜିଲ୍ଲା ପରିଷଦ ସଦସ୍ୟ ହରିଶଙ୍କର ମାଝୀ, ସରପଞ୍ଚ ଯେମନ୍ତ ପୋଢ଼, ବ୍ଲକ କୃଷି ଅଧିକାରୀ ରଜତ କୁମାର ମିଶ୍ର, ଗ୍ରାମ ପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ କ୍ଷିତିଶ ଚନ୍ଦ୍ର ନାଏକ ପ୍ରମୁଖ ଜନ ସାଧାରଣଙ୍କ ଅଭିଯୋଗ ସବୁ ଶୁଣିବା ସହିତ ଏହାର ସମାଧାନର କରିଥିଲେ । ସମସ୍ତ ବିଭାଗୀୟ ଅଧିକାରୀ, ଆଶା, ଅଙ୍ଗନୱାଡି କର୍ମୀ, ଗ୍ରାମ ପଞ୍ଚାୟତ କର୍ମଚାରୀ, ରାକ୍ସି ଗ୍ରାମ ପଞ୍ଚାୟତ ଅଂଚଳର ଜନ ସାଧାରଣ ଉପସ୍ଥିତ ଥିଲେ। ରାକ୍ସି ଗ୍ରାମ ପଞ୍ଚାୟତ ସରପଞ୍ଚ ଯେମନ୍ତ ପୋଢ଼ଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଜନସାଧାରଣଙ୍କ ଅଭିଯୋଗ ଶୁଣାଣୀ ଶିବିରଟି ଶାନ୍ତି ଶୃଙ୍ଖଳା ସହ ଅନୁଷ୍ଠିତ ହୋଇଯାଇଛି। ରାକସୀ ଗ୍ରାମ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ସେନାପତି ମଙ୍ଗରାଜ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଜିଆରଏସ ଲକ୍ଷ୍ମୀକାନ୍ତ ମାଝୀ, ଯୋଗାଣ ସହାୟକ ଚୈତନ୍ୟ ସାହୁ, ଗ୍ରାମ ପଞ୍ଚାୟତ କର୍ମଚାରୀ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ । ଏହି ଅଭିଯୋଗ ଶୁଣାଣୀ ଶିବିରରେ ୯୦ ଗୋଟି ବ୍ୟକ୍ତିଗତ ଓ ଅନ୍ୟାନ୍ୟ ୨ ଗୋଟି ଏଭଳି ୯୨ ଜଣଙ୍କ ଆପତ୍ତି ଅଭିଯୋଗକୁ ତାଲିକା ଭୁକ୍ତ କରାଯାଇଥିବା ଜଣାପଡ଼ିଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.