ସତ୍ୟାନନ୍ଦ ଜୟନ୍ତୀ ଅବସରରେ ରକ୍ତଦାନ ଶିବିର

ଓଡ଼ିଆ ବାର୍ତ୍ତା/ ଧର୍ମଗଡ (ଲବଣୀ ରାଉତ): କାଳୀକୃଷ୍ଣ ସଂଘର ପ୍ରତିଷ୍ଠାତା ସତ୍ୟାନନ୍ଦ ସରସ୍ୱତୀଙ୍କ ୮୧ତମ ଧରାଅବତରଣ ଦିବସ ଜୁଲାଇ ୨୦ତାରିଖକୁ ଚଳିତ ବର୍ଷ କାଳୀକୃଷ୍ଣ ସଂଘ ପାଞ୍ଚଦିନ ବ୍ୟାପୀ ପାଳନ ଅବସରରେ ବିଭିନ୍ନ ପ୍ରକାର ସାମାଜିକ ସେବା ଅନୁଷ୍ଠିତ ହେଉଅଛି। ସଂଘ ପରିଚାଳକ ଜଗଦାନନ୍ଦଜୀଙ୍କ ପ୍ରେରଣା ଓ ଆଶୀର୍ବାଦରେ ସ୍ଥାନୀୟ ଓଡିଶା ରକ୍ତ କେନ୍ଦ୍ର, ଧର୍ମଗଡ ଉପଖଣ୍ଡ ଚିକିତ୍ସାଳୟରେ ଏକ ରକ୍ତଦାନ ଶିବିର କାଳୀକୃଷ୍ଣ ସଂଘ ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଯାଇଛି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ରକ୍ତଦାନ ଶିବିରକୁ ଧର୍ମଗଡ ବିଜ୍ଞାପିତ ଅଞ୍ଚଳ ପରିଷଦର ଅଧ୍ୟକ୍ଷ ଅଶୋକ କୁମାର ମହାନ୍ତି ଉଦଘାଟନ କରିଥିଲେ।ସମ୍ମାନିତ ଅତିଥି ଭାବରେ  ବରିଷ୍ଠ ସାମ୍ବାଦିକ ତଥା ସମାଜସେବୀ ହୃଷିକେଶ ମିଶ୍ର, ବରିଷ୍ଠ ସାମ୍ବାଦିକ ତଥା ଧର୍ମଗଡ ଚେମ୍ବର ଅଫ କମର୍ସର ସଭାପତି ବିଦ୍ୟାଧର ସାହୁ, ଏନଏସି ଉପାଧ୍ୟକ୍ଷା ମନିଷା ମୁଣ୍ଡ ମିଶ୍ର, ସମାଜସେବୀ ବିବେକ ମିଶ୍ର, କଳାହାଣ୍ଡି ଜିଲ୍ଲା ଯୁବ ରେଡକ୍ରସ ସଂଯୋଜକ ଶାନ୍ତନୁ କୁମାର ପରିଡା, ଡ.ଅଶ୍ବିନୀ କୁମାର କର, ବିପିଓ ଓଡିଶା ରକ୍ତ କେନ୍ଦ୍ର ଧର୍ମଗଡ, ଉପସ୍ଥିତ ରହି ରକ୍ତଦାତାମାନଙ୍କୁ ଉତ୍ସାହିତ କରିଥିଲେ।

Udyog Nursery
Udyogi Nursery

କାଳୀକୃଷ୍ଣ ସଂଘର  ଶିଷ୍ୟଶିଷ୍ୟା, କାଳୀକୃଷ୍ଣ ବାହିନୀ, ପ୍ରଜ୍ଞାବାହନୀ ଓ ଶୁଭେଚ୍ଛୁ :କରୁଣା ବାଗ, ଜାନକି ରାୟଗୁରୁ, ଧନରାଜ ସାହୁ, ମଲୟ କୁମାର ମୁଣ୍ଡ, ସାନୁର୍ଯ୍ୟ ଗୋପାଳ, ରୁକଚନ ହଂସ, ରୋଷନ ସତନାମୀ, ପୂର୍ଣ୍ଣଚନ୍ଦ୍ର ପୁଝାରୀ, ତ୍ରିଲୋଚନ ରାଉତ, ତେଜରାଜ ରାଉତ, ବଂଶଧର ରାଉତ, ବେଲାଲସେନ ରାଉତ, ଯଦୁମଣି ମଙ୍ଗରାଜ, ଚତୁର୍ଭୁଜ ବୋଡକିଆ, ଆଶୀଷ କୁମାର ନାଏକ, କୁମୁଦ ଚନ୍ଦ୍ର ସାହୁ, ବନୀତା ପଟେଲ, ଅଖିଳ ଚନ୍ଦ୍ର ସାହୁ, ସମୀର କୁମାର ମୁଣ୍ଡ, ଆଦେଶ ରଂଛନ ବାରିକ, ନବୀନ ପଟେଲ, ଶଶିଧର ମାଝୀ, ବେଲାଲସେନ ବାଗ, ବିଜୟ ତାଣ୍ଡି, ରୂପେଶ କୁମାର ବେହେରା, ରାଜେଶ କୁମାର ସରାଫ ପ୍ରଭୃତି ରକ୍ତଦାନ କରିଥିଲେ।

ରକ୍ତଦାନ ଶିବିରରେ ସଂଘର ସଭାପତି ସଂଜୟ କୁମାର ପଣ୍ଡା, କାର୍ଯ୍ୟକାରୀ ସଭାପତି ଶ୍ରୀ ପ୍ରିୟାନନ୍ଦ, ସଂପାଦକ ମୋହନ ଚରଣ ବିଷି, କୋଷାଧ୍ୟକ୍ଷ ଲକ୍ଷ୍ମୀକାନ୍ତ ଖମାରୀ,ସହ ସଂପାଦକ ନବୀନ ମେହେର,କୈଳାସ ନାଏକ ଉପସ୍ଥିତ ଥିଲେ।  ପ୍ରଦ୍ୟୁମ୍ନ ପଣ୍ଡା, ନାରାୟଣ ସାହୁ, ବିବେକ ସାହୁ, ଧନରାଜ ସାହୁ, ବସନ୍ତ ସାହୁ, ତୀର୍ଥ ସାହୁ, ଗାୟତ୍ରୀ ଖମାରୀ, ସୁଦେଷ୍ଣା ମେହେର, ଶ୍ରଦ୍ଧାଞ୍ଜଳି ସାହୁ, ପୁଷ୍ପାଞ୍ଜଳି ସାହୁ, କିଷ୍ଣା ମେହେର, ସୌଦାମିନୀ ସାହୁ, ବନିତା ପଟେଲ, ଜାନକୀ ରାୟଗୁରୁ ତଥା ଓଡିଶା ରକ୍ତକେନ୍ଦ୍ର ଧର୍ମଗଡର ରାକେଶ ସିଂ, ଭରତ କାଣ୍ଡ, ଡମ୍ବରୁଧର ମେହେର ଶିବିର ପରିଚାଳନାରେ ସହଯୋଗ କରିଥିଲେ। ଶିବିରରେ ୩୦ୟୁନିଟ ରକ୍ତ ସଂଗ୍ରହ ହୋଇଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.